ETV Bharat / bharat

ୟାସିନ ମଲିକକୁ OICର ସହାନୁଭୂତି, କଡା ଜବାବ ଦେଲା ଭାରତ - ଓଆଇସିକୁ କଡା ଜବାବ ଦେଲା ଭାରତ

ଦୋଷୀ ସାବ୍ୟସ୍ତ ହୋଇଥିବା କଶ୍ମୀରର ବିଚ୍ଛିନତାବାଦୀ ନେତା ୟାସିନ ମଲିକକୁ ସମର୍ଥନ କରିଛି ଇସଲାମ ସମୂହର ମାନବାଧିକାର ୱିଙ୍ଗ । ଏହାର କଡ଼ା ଜବାବ ଦେଇଛି ଭାରତ । ଅଧିକ ପଢନ୍ତୁ

ୟାସିନ ମଲିକକୁ ଇସଲାମ ଦେଶ ସଂଗଠନର ସହାନୁଭୂତି, କଡା ଜବାବ ଦେଲା ଭାରତ

author img

By

Published : May 28, 2022, 12:01 PM IST

ନୂଆଦିଲ୍ଲୀ: କାଶ୍ମୀରର ବିଚ୍ଛିନତାବାଦୀ ନେତା ୟାସିନ ମଲିକକୁ ଆଜୀବନ ଦଣ୍ଡାଦେଶ ପରେ କିଛି ଇସଲାମ ଦେଶଗୁଡ଼ିକର ସଂଗଠନର ପ୍ରତିକ୍ରିୟା ଆସିଛି । ୟାସିନଙ୍କ ଉପରେ କୋର୍ଟଙ୍କ ନିଷ୍ପତ୍ତି ଉପରେ OIC-IPHRC (ସ୍ବାଧୀନ ସ୍ଥାୟୀ ମାନବ ଅଧିକାର ଆୟୋଗ)ର ମନ୍ତବ୍ୟକୁ ଭାରତ ଗ୍ରହଣୀୟ ନୁହେଁ ବୋଲି କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ‘ବିଶ୍ବ ଆତଙ୍କବାଦକୁ ଆଦୌ ବରଦାସ୍ତ କରିବ ନାହିଁ ଏବଂ ଏହି ପ୍ରସଙ୍ଗକୁ କୌଣସି ପରିସ୍ଥିତିରେ ସଠିକ ବୋଲି ନ କହିବାକୁ ଇସଲାମିକ ସହଯୋଗ ସଂଗଠନ (OIC) ସେ ଅନୁରୋଧ କରିଛନ୍ତି’ ।

ଏନେଇ ବାଗଚି କହିଛନ୍ତି ଯେ," ୟାସିନ ମଲିକଙ୍କ ମାମଲାରେ କୋର୍ଟ ଶୁଣାଇଥିବା ନିଷ୍ପତ୍ତିକୁ ନେଇ ଭାରତକୁ ସମାଲୋଚନା କରୁଛି OIC-IPHRC । ଏହି ସଂଗଠନର କୌଣସି ଟିପ୍ପଣୀକୁ ଭାରତ ସ୍ବୀକାର କରିବାର ଯୋଗ୍ୟ ମାନୁ ନାହିଁ । " ବିଶ୍ବ ଆତଙ୍କବାଦକୁ ପ୍ରଶୟ ଦେଉନାହିଁ । ଏଣୁ OIC ଏନେଇ କୌଣସି ପରିସ୍ଥିତିରେ ନ୍ୟାୟ ନ ଦେଉ ବୋଲି ସେ କହିଛନ୍ତି । କିଛି ସମୟ ପୂର୍ବରୁ ଇସଲାମ ସମୂହର ମାନବଧିକାର ୱିଙ୍ଗ ମଲିକଙ୍କ ଦୋଷୀ ସାବ୍ୟସ୍ତକୁ ନିନ୍ଦା କରିଛି । ଏହି ରାୟ କାଶ୍ମିରୀ ମୁସଲମାନଙ୍କ ନିର୍ଯାତନାକୁ ଦର୍ଶାଉଛି । ଏହା ସହ ୟାସିନଙ୍କ ଉପରେ ନିଆଯାଇଥିବା ଦଣ୍ଡାଦେଶକୁ ଭୁଲ ନିଷ୍ପତ୍ତି ବୋଲି କହିଛି ।

ଏହା ବି ପଢନ୍ତୁ- Yasin Malik Gets life Imprisonment: ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ

ତେବେ ସୂଚନା ଥାଉ କି ୧୯୯୦ ମସିହାରେ ଘାଟିରେ ଆତଙ୍କୀ କାର୍ଯ୍ୟକଳାପ ତଥା ସ୍ବାଧୀନ କାଶ୍ମୀର ଦାବି କରି କାଶ୍ମୀର ଲିବରେସନ ଫ୍ରଣ୍ଟ ଗଠନ କରିଥିଲା ୟାସିନ । ପୋଲିସ, ସୁରକ୍ଷାକର୍ମୀ ଓ ଭାରତୀୟ ବାୟୂସେନାର ଅଧିକାରୀଙ୍କୁ ହତ୍ୟା କରିବା ପରି ସଙ୍ଗୀନ ମାମଲା ୟାସିନ ବିରୋଧରେ ରହିଛି । ତାକୁ ପ୍ରଥମେ ୧୯୯୦ ମସିହାରେ ଗିରଫ କରାଯାଇଥିଲା । ୧୯୯୩ରେ ସେ ଆତଙ୍କୀ କାର୍ଯ୍ୟକଳାପ ଛାଡି ରାଜନୀତିରେ ପ୍ରବେଶ କରିବା ସହ ଅଲ ପାର୍ଟି ହୁରିୟତ କନଫରେନ୍ସ (APHC) ଗଠନ କରିଥିଲା ।

ଏହା ବି ପଢନ୍ତୁ- Yasin Malik punishment: ୟାସିନକୁ ଦଣ୍ଡାଦେଶ, ପାକିସ୍ତାନରେ ଦୁଃଖ: ରାୟକୁ ସ୍ୱାଗତ କଲେ ଶହୀଦ IAF ଅଧିକାରୀଙ୍କ ପତ୍ନୀ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ନିଜେ ମଧ୍ୟ ଦୋଷ ସ୍ୱୀକାର କରିଥିଲା । ପୂର୍ବରୁ ୩୦ ବର୍ଷ ପରେ ତା ବିରୋଧରେ ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ମାମଲାର ବିଚାର ଆରମ୍ଭ ହୋଇଥିଲା । ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଏନଆଇଏ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.