ETV Bharat / bharat

Military Expenditure: ପ୍ରତିରକ୍ଷା ଖର୍ଚ୍ଚରେ ଭାରତ ବିଶ୍ୱରେ ୩ୟ, ପଛରେ ଋଷ-ବ୍ରିଟେନ - ପ୍ରତିରକ୍ଷା ଖର୍ଚ୍ଚରେ ଭାରତ ବିଶ୍ବରେ ତୃତୀୟ

ସାମରିକ ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ବିଶ୍ବରେ ତୃତୀୟ । ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ଖର୍ଚ୍ଚରେ ବିଶ୍ବରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ବିତୀୟ ସ୍ଥାନରେ ରହିଛି । ଜାଣନ୍ତୁ, କିଏ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ?

ପ୍ରତିରକ୍ଷା ଖର୍ଚ୍ଚ ରିପୋର୍ଟ: ବିଶ୍ବରେ ଭାରତ ୩ୟ

author img

By

Published : Apr 25, 2022, 8:04 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ଖର୍ଚ୍ଚ ଅର୍ଥାତ୍ ସାମରିକ ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ବିଶ୍ବରେ ତୃତୀୟ । ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ଖର୍ଚ୍ଚରେ ବିଶ୍ବରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଚୀନ ଦ୍ବିତୀୟ ସ୍ଥାନରେ ରହିଛି । ଏଥିସହ ଆମେରିକା ବିଶ୍ବରେ ପ୍ରତିରକ୍ଷା ଶକ୍ତି ବୃଦ୍ଧି କ୍ଷେତ୍ରରେ ସର୍ବାଧିକ ୨.୧ ଟ୍ରିଲିଅନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିବା ବେଳେ ଭାରତ ୭୬.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ତୃତୀୟ ସ୍ଥାନରେ ରହିଛି ।

ଏପଟେ କୋଭିଡ ମହାମାରୀ ସମୟରେ ମଧ୍ୟ ଏହି ସବୁ ରାଷ୍ଟ୍ର ପ୍ରତିରକ୍ଷା କ୍ଷେତ୍ରରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ କରିଛନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । ତେବେ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିର୍ସଚ୍ଚ ଇନଷ୍ଟିଚ୍ୟୁଟ୍‌ ( Stockholm International Peace Research Institute) ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ପ୍ରକାଶିତ ରିପୋର୍ଟରେ ଭାରତ ତୃତୀୟ ସ୍ଥାନରେ ରହିଥିବା ବେଳେ ବ୍ରିଟେନ-୪ର୍ଥ ଏବଂ ଋଷିଆ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏଥିସହ ବିଶ୍ବରେ ସମୁଦାୟ ପ୍ରତିରକ୍ଷା ଖର୍ଚ୍ଚର ୬୨ ପ୍ରତିଶତ ଏହି ପାଞ୍ଚ ରାଷ୍ଟ୍ର ଖର୍ଚ୍ଚ କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହା ସହିତ ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିର୍ସଚ୍ଚ ଇନଷ୍ଟିଚ୍ୟୁଟ( Stockholm International Peace Research Institute) ପକ୍ଷରୁ କୁହାଯାଇଛି ଯେ, ଭାରତ ୭୬.୬ ବିଲିୟନ ଡଲାର ୨୦୨୧ରେ ଖର୍ଚ୍ଚ କରିଥିବା ବେଳେ ୨୦୨୦ ମସିହା ତୁଳାନାରେ ୦.୯ ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି ୨୦୧୨ ମସିହା ପର ଠାରୁ ଭାରତ କିଣିଥିବା ଯୁଦ୍ଧାସ୍ତ୍ର ଆଧୁନିକ ଜ୍ଞାନ କୌଶଳରେ ଖର୍ଚ୍ଚ ୩୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏସଆଇପିଆରଆଇ (SIPRI) କହିଛି । ତେବେ ପାକିସ୍ତାନ ଓ ଚୀନ ସହିତ ଭାରତର ସୀମା ବିବାଦ ଲାଗି ରହିଥିବା କାରଣରୁ ପ୍ରତିରକ୍ଷା କ୍ଷେତ୍ରର ଶକ୍ତି ବୃଦ୍ଧି କରିବା ଲାଗି ଏହି ଖର୍ଚ୍ଚ କରୁଛି ଭାରତ ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏଥିସହ ସମଗ୍ର ବିଶ୍ବରେ ଆମେରିକା ପ୍ରତିରକ୍ଷା କ୍ଷେତ୍ରରେ ୩୮ ପ୍ରତିଶତ ଖର୍ଚ୍ଚ କରିଥିବା ବେଳେ ଚାଇନା ୧୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛି ।

ସେହିଭଳି ବ୍ରିଟେନ ୬୮.୪ ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ କ୍ରମାଗତ ଭାବେ ଚାଇନା ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିଛି । ଏସଆଇପିଆରଆଇ(SIPRI) ବରିଷ୍ଠ ଗବେଷକ ଡଃ. ନାନ ଟିଆନ ପ୍ରଦାନ କରିଥିବା ଏହି ରିପୋର୍ଟରେ ଦକ୍ଷିଣ ଓ ପୂର୍ବ ଚାଇନା ସମୁଦ୍ରରେ ଅଧିକ ଅସ୍ତ୍ରସସ୍ତ୍ର କିଣିବାରେ ଚାଇନା ଖର୍ଚ୍ଚ କରିଛି । ଅଷ୍ଟ୍ରେଲିଆ ଓ ଜାପାନ ଯେଉଁଭଳି ଖର୍ଚ୍ଚ କରୁଛନ୍ତି, ସେହିଭଳି ଚାଇନା ଖର୍ଚ୍ଚ କରୁଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ଅନ୍ୟପଟେ ଋଷିଆ ମଧ୍ୟ ଲଗାତର ତୃତୀୟ ବର୍ଷରେ ସାମରିକ ଖର୍ଚ୍ଚ ବୃଦ୍ଧି କରିଛି । ଏଥିସହ ରିପୋର୍ଟରେ ଦର୍ଶାଯାଇଛି ଯେ, କ୍ରିମିଆ ଉପରେ ଋଷର ଆକ୍ରମଣ ପରେ ପାଶ୍ଚତ୍ୟ ଦେଶ ଦ୍ବାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ କାରଣରୁ ୨୦୧୬ରୁ ୨୦୧୯ ମଧ୍ୟରେ ସାମରିକ ଖର୍ଚ୍ଚ ହ୍ରାସ ସ୍ବତ୍ତେ ତୈଳ ଏବଂ ଗ୍ୟାସ ବିକ୍ରି ଫଳରେ ୨୦୨୧ ମସିହାରେ ମସ୍କୋର ରାଜସ୍ୱ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.