ETV Bharat / bharat

ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ; ଭାରତ ଉଦ୍ଭାବନର ହବ୍ ପାଲଟିଛି କହିଲେ ମୋଦି - ମନ୍ କି ବାତ୍ କାର୍ଯ୍ୟକ୍ରମ

Mann Ki Baat: ଚଳିତ ବର୍ଷର ଶେଷ ମନ କି ବାତ କାର୍ଯ୍ୟକ୍ରମରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷର ସଫଳତାକୁ ବର୍ଣ୍ଣନା କରିବା ସହ ଭାରତ ଇନୋଭେସନର ହବ୍ ପାଲଟିଥିବା କହିଲେ । ଅଧିକ ପଢନ୍ତୁ

ମନ କି ବାତ
Mann Ki Baat
author img

By ETV Bharat Odisha Team

Published : Dec 31, 2023, 1:07 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ । ଆଜି 108ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2024 ନୂଆବର୍ଷର ଶୁଭେଚ୍ଛା ଜଣାଇବା ସହ 2023ରେ ଭାରତର ଉପଲବ୍ଧି ସମ୍ପର୍କରେ କହିଛନ୍ତି ଏବଂ ଫିଟନେସ୍ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଚନ୍ଦ୍ରଯାନ-3ର ସଫଳତାକୁ ନେଇ ଏବେ ବି ଦେଶକୁ ଶୁଭେଚ୍ଛା ଜଣାଯାଉଥିବା କହିଛନ୍ତି । 108 ସଂଖ୍ୟାର ମହତ୍ତ୍ବ ଉପରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି ।

108 ସଂଖ୍ୟାର ମହତ୍ତ୍ବ: ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମର 108ତମ ଅଧ୍ୟାୟ । ଆମ ଦେଶରେ ଏହି ସଂଖ୍ୟାର ଅନେକ ମହତ୍ତ୍ବ ଓ ପବିତ୍ରତା ରହିଛି । ଜପାମାଳିରେ 108ଟି ମାଳି, 108 ଥର ମନ୍ତ୍ର ଜପ, 108 ଧାର୍ମିକ ସ୍ଥଳୀ, ମନ୍ଦିରରେ 108 ପାହାଚ, 108 ଘଣ୍ଟି, ଏହି ସଂଖ୍ୟା ସହିତ ଭାରତୀୟଙ୍କ ଅସୀମ ବିଶ୍ବାସ ରହିଛି । ସେଥିପାଇଁ ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ ବେଶ ଗୁରୁତ୍ବ ବହନ କରୁଛି ।

ଚଳିତ ବର୍ଷର ସଫଳତା ଆଗକୁ ମଧ୍ୟ ବଜାୟ ରଖିବା: ଚଳିତ ବର୍ଷ ଆମ ଦେଶ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛି । ଏହା ହେଉଛି 140 କୋଟି ଭାରତୀୟଙ୍କ ଶକ୍ତି । ଆଜି ଭାରତର କୋଣ ଅନୁକୋଣ ଆତ୍ମବିଶ୍ବାସରେ ଭରି ରହିଛି । ବିକଶିତ ଭାରତ ମନୋଭାବ ଓ ଆତ୍ମନିର୍ଭର ସହ ସମସ୍ତେ ଓତଃପ୍ରୋତ ଭାବେ ଜଡିତ । ଆଗାମୀ ବର୍ଷ ମଧ୍ୟ ଏହାକୁ ଆମେ ବଜାୟ ରଖିବା ।

ଭାରତ ଉଦ୍ଭାବନର ହବ୍ ପାଲଟିଛି: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଏବେ ଉଦ୍ଭାବନର ହବ ପାଲଟିଛି । 2015ରେ, ଗ୍ଲୋବାଲ୍ ଇନୋଭେସନ ଇଣ୍ଡେକ୍ସରେ ଆମେ 81ତମ ସ୍ଥାନରେ ରହିଥିଲୁ | ଆଜି 40ତମ ସ୍ଥାନରେ ରହିଛୁ । ଚଳିତ ବର୍ଷ ଭାରତ ପକ୍ଷରୁ ଅଧିକ ସଂଖ୍ୟକ ପେଟେଣ୍ଟ ଦାଖଲ କରାଯାଇଥିଲା । ସେଥିମଧ୍ୟରୁ ପ୍ରାୟ 60 ପ୍ରତିଶତ ଘରୋଇ ପାଣ୍ଠିରୁ ଆସିଛି । ଏଥର ସର୍ବାଧିକ ସଂଖ୍ୟକ QS ଏସିଆ ୟୁନିଭରସିଟି ରାଙ୍କିଙ୍ଗରେ ଭାରତର ଅଧିକ ୟୁନିଭରସିଟି ସାମିଲ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଅଯୋଧ୍ୟାରେ ଉଜ୍ଜ୍ବଳା ହିତାଧିକାରୀଙ୍କ ଘରେ ମୋଦି; କଥା ହେଲେ, ଚା' ପିଇଲେ

ଫିଟନେସ ଉପରେ ଗୁରୁତ୍ବ: ଆଜିର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଫିଟନେସ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ସେଲିବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ଫିଟନେସକୁ ନେଇ ମତ ରଖିଥିଲେ । ଭାରତୀୟ ମହିଳା କ୍ରିକେଟର ହରମନପ୍ରୀତ କୌର କହିଥିଲେ ଯେ, ନିୟମିତ ବ୍ୟାୟାମ ଏବଂ ପ୍ରତିଦିନ 7 ଘଣ୍ଟା ଶୟନ କରିବା ଶରୀର ପାଇଁ ଜରୁରୀ । ଯାହା ଫିଟ୍ ରହିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଶୃଙ୍ଖଳା ଏବଂ ଏକାଗ୍ରତା ଆବଶ୍ୟକ । ଯେତେବେଳେ ଆପଣ ଏହାର ଫଳାଫଳ ପାଇବା ଆରମ୍ଭ କରିବେ ସେତେବଳେ ଆପଣ ନିଜେ ପ୍ରତିଦିନ ବ୍ୟାୟାମ କରିବା ଆରମ୍ଭ କରିବେ ।

ସେହିପରି ଅକ୍ଷୟ କୁମାର କହିଥିଲେ ଯେ, ଆମ ଶରୀର ପାଇଁ କେଉଁଟା ଭଲ ଏବଂ କେଉଁଟା ଖରାପ ତାହା ଆମକୁ ବୁଝିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶରେ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଉଚିତ୍ । ଆଜିଠାରୁ ଫିଲ୍ଟର ଜୀବନ ବଞ୍ଚନ୍ତୁ ନାହିଁ ବରଂ ଫିଟର ଭାବେ ଜୀବନ ଜିଅନ୍ତୁ ।

AI ଟୁଲକୁ ମୋଦିଙ୍କ ପ୍ରଶଂସା: ମୋଦି କହିଥିଲେ ଯେ, ନିକଟରେ କାଶୀ-ତାମିଲ ସଙ୍ଗମରେ ଅଂଶ ଗ୍ରହଣ କରିବାକୁ ତାମିଲନାଡୁରୁ ହଜାର ହଜାର ଲୋକ କାଶୀକୁ ଆସିଥିଲେ । ଲୋକଙ୍କ ସହ ଯୋଗା ଯୋଗ ପାଇଁ ପାଇଁ ମୁଁ ପ୍ରଥମ ଥର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏଆଇ ଟୁଲ୍ ଭାସିନୀ ବ୍ୟବହାର କରିଥିଲି । ସେଠାରେ ମୁଁ ହିନ୍ଦିରେ ଭାଷଣ ଦେଇଥିଲି । ଏଆଇ ଟୁଲ ମାଧ୍ୟମରେ ମୁଁ ଦେଉଥିବା ଭାଷଣକୁ ତାମିଲରେ ଶୁଣିଥିଲେ ଉପସ୍ଥିତ ତାମିଲନାଡୁବାସୀ ।

ଜାନୁଆରୀ 3ରେ ଦେଶରେ ପାଳନ ହେବ ଏହି ଦୁଇ ମହିଳାଙ୍କ ଜନ୍ମଦିନ: ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆମ ଦେଶର ମହିଳାମାନେ ଯୁଗେ ଯୁଗେ ଦେଶକୁ ଗୌରବାନ୍ବିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ସାବିତ୍ରୀବାଇ ଫୁଲେ ଏବଂ ରାନୀ ଭେଲୁ ନାଚିଆର ଅନ୍ୟତମ । ଏହି ଦୁଇ ମହିଳାଙ୍କ ବ୍ୟକ୍ତିତ୍ବ ଯୁଗେ ଯୁଗେ ମହିଳା ସଶକ୍ତିକରଣକୁ ଆଗକୁ ବଢାଇବାକୁ ମାର୍ଗ ଦେଖାଇବ । ଆସନ୍ତା ବର୍ଷ ଜାନୁଆରୀ 3ରେ ଦେଶରେ ପାଳନ ହେବ ସାବିତ୍ରୀବାଇ ଫୁଲେ ଜୀ ଏବଂ ରାନୀ ଭେଲୁ ନାଚିଆରଙ୍କ ଜନ୍ମଦିନ ।

ହାସଟ୍ୟାଗ ରାମ ଭଜନ: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ନେଇ ସମଗ୍ର ଦେଶ ଉତ୍ସାହିତ । ଗତ କିଛି ଦିନ ହେବ ରାମ ମନ୍ଦିରକୁ ନେଇ ନୂଆ ଗୀତ ମଧ୍ୟ ତିଆରି ହୋଇଛି । ଲୋକମାନେ ନିଜର ଭାବନା ପ୍ରକାଶ କରୁଛନ୍ତି । ଅନେକ ଲୋକ ନୂଆ କବିତା ମଧ୍ୟ ଲେଖୁଛନ୍ତି । ମୁଁ ମୋର ସୋସିଆଲ ମିଡିଆରେ କିଛି ଭଜନ ଏବଂ ଗୀତ ସେୟାର କରିଛି । ଏଥିରୁ ଜଣାପଡୁଛି ଯେ କଳା ଜଗତ ତା'ର ଶୈଳୀରେ ଏହି ଐତିହାସିକ ମୁହୂର୍ତ୍ତରେ ଭାଗିଦାରୀ ହୋଇପାରିଛି । ଯେଉଁମାନେ ରାମଙ୍କୁ ନେଇ ଗୀତ ରଚନା କରୁଛନ୍ତି ସେମାନେ ହାସଟ୍ୟାଗ ରାମ ଭଜନରେ ତାହା ସେୟାର କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.