ETV Bharat / bharat

ମହାମାରୀରେ ସହଯୋଗ ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢାଇଛି: ଜାତିସଂଘ ମୁଖ୍ୟ

ଭାରତ ଗସ୍ତରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ (UN Secretary General Antonio Guterres)। କୋଭିଡ ବିରୋଧୀ ଲଢେଇ ସମେତ ବିଶ୍ବ ଶାନ୍ତି ମିଶନରେ ଭାରତର ଭୂମିକାକୁ କଲେ ପ୍ରଶଂସା । କହିଲେ ମହାମାରୀରେ ବିଶ୍ବକୁ ସହଯୋଗ ପାଇଁ ବଢିଛି ଅନ୍ତର୍ଜାତୀୟ ସ୍ତରରେ ଭାରତର ଗୁରୁତ୍ବ । ଅଧିକ ପଢନ୍ତୁ

କୋଭିଡ ସମୟରେ ସହଯୋଗ ଅନ୍ତର୍ଜାତୀୟ ସ୍ତରରେ ଭାରତର ଗୁରୁତ୍ବକୁ ବଢାଇଛି: ଜାତିସଂଘ ମୁଖ୍ୟ

author img

By

Published : Oct 19, 2022, 10:07 PM IST

ନୂଆଦିଲ୍ଲୀ/ ମୁମ୍ବାଇ: କୋଭିଡ ମହାମାରୀ ସମୟରେ ବିଶ୍ବ ଦରବାରରେ ବଢିଛି ଭାରତର ଗୁରୁତ୍ବ । କୋଭିଡ ଟିକା ଓ ଅନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ସମଗ୍ର ବିଶ୍ବର ବିଭିନ୍ନ ରାଷ୍ଟ୍ରକୁ ପଠାଇ ଭାରତ ତାର ଗୁରୁତ୍ବକୁ ବିଶ୍ବ ଦରବାରରେ ଆହୁରି ବୃଦ୍ଧି କରିବାରେ ସଫଳ ହୋଇଥିବା କହିଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ (UN Secretary General Antonio Guterres)। 3 ଦିନିଆ ଭାରତ ଗସ୍ତରେ ଆସିଥିବା ଜାତିସଂଘ ମୁଖ୍ୟ ଗୁଟେରେସ ଆଜି (ବୁଧବାର) IIT ବମ୍ବେର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବୋଧିତ କରିବା ବେଳେ କୋଭିଡ ମହାମାରୀ ସମୟରେ ବିଶ୍ବ ସାମ୍ନା କରିଥିବା ସ୍ଥିତି ଓ ଭାରତ ଗ୍ରହଣ କରିଥିବା ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ଭାରତର ଭୂମିକାକୁ ପ୍ରଶଂସା କରିଥିଲେ ।

ଗୁଟେରସ କହିଥିଲେ, ‘‘କୋଭିଡ ମହାମାରୀ ସମୟରେ ଆପଣଙ୍କ ଔଷଧ ଓ ଟିକା ଯୋଗାଣ ଓ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ଓ ଅସ୍ଥିର ଶ୍ରୀଲଙ୍କାକୁ ମାନବୀୟ ସହାୟତା ପ୍ରେରଣ ସମଗ୍ର ବିଶ୍ବରେ ଭାରତର ପ୍ରାଧାନ୍ୟକୁ ଆହୁରି ବଢାଇଛି । ଭାରତ ବର୍ତ୍ତମାନ ଜାତିସଂଘର ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ର ହୋଇପାରିଛି । ସେହିପରି କେବଳ ବିଶ୍ବକୁ ଚିକିତ୍ସା ସହାୟତା ନୁହେଁ ବରଂ ଭାରତ ନିଜ ଦେଶରେ କୋଭିଡ ବିରୋଧୀ ଲଢେଇରେ ପ୍ରଭାବୀ ଭାବେ ଲଢିଥିବା ମଧ୍ୟ କହିବାକୁ ଭୁଲି ନଥିଲେ ଜାତିସଂଘ ମୁଖ୍ୟ । ଭାରତ ବିଶ୍ବର ସର୍ବବୃହତ କୋଭିଡ ଟିକାକରଣ ଡ୍ରାଇଭ ଆରମ୍ଭ କରିଥିଲା । ଏହି ମିଶନରେ ପ୍ରାୟ 2 ମିଲିୟନ ଟିକା ପ୍ରଦାନ କରାଯାଇଥିବା ଗୁଟେରସ କହିଥିଲେ ।

ସେହିପରି ଜାତିସଂଘ ଶାନ୍ତି ମିଶନରେ ମଧ୍ୟ ଭାରତର ଭୂମିକାକୁ ପ୍ରଂଶସା କରିଥିଲେ ଗୁଟେରସ । ସେ କହିଥିଲେ ବିଶ୍ବର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି ଶାନ୍ତି ମିଶନରେ ଭାରତ ମଧ୍ୟ ପ୍ରମୁଖ ସହଯୋଗୀ ଭାବେ ଜାତିସଂଘ ସହ ରହି ଆସିଛି । ଏହି ମିଶନରେ ବିଭିନ୍ନ ଦେଶକୁ ସେନା ଓ ପୋଲିସ ପ୍ରେରଣ କରି ଭାରତ ଶାନ୍ତି ମିଶନରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ପରିଚୟ ସୃଷ୍ଟି କରିପାରିଛି । ବିଶ୍ବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ 1948 ରେ ଜାତିସଂଘ ଶାନ୍ତି ମିଶନ ଆରମ୍ଭ ହେବା ପରେ ବର୍ତ୍ତମାନ ସୁଦ୍ଧା ଭାରତ 49 ମିଶନରେ ପ୍ରାୟ 2,00,000 ମହିଳା ଓ ପୁରୁଷ ପୋଲିସ ଓ ସେନାଧିକାରୀଙ୍କୁ ନିୟୋଜିତ କରିସାରିଛି ।

ଭାରତ ଚଳିତ ବର୍ଷ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ସେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ 75 ବର୍ଷ ମଧ୍ୟରେ ସର୍ବବୃହତ ଲୋକତନ୍ତ୍ର ଭାବେ ଭାରତର ଯାତ୍ରା, ସଫଳତା ଓ ଉପଲବ୍ଧି ପାଇଁ ସେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଗୁଟେରସ ମୁମ୍ବାଇରେ କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନରେ ଗୁଜୁରାଟରେ ପହଞ୍ଚିଛନ୍ତି । ସେଠାରେ ମଧ୍ୟ ସେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.