ETV Bharat / bharat

ବିଧାନସଭା ନିର୍ବାଚନ ପରେ ଦେଶରେ ବଢିବ ତୈଳ ଦର ! - ନିର୍ବାଚନ ପରେ ବଢିବ ତୈଳ ଦର

୫ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ଦେଶରେ ପୁଣି ବଢିପାରେ ତୈଳ ଦର । ଆକଳନ କଲେ ବିଶେଷଜ୍ଞ । ଅଧିକ ପଢନ୍ତୁ

ବିଧାନସଭା ନିର୍ବାଚନ ପରେ ଦେଶରେ ବଢିବ ତୈଳ ଦର !

author img

By

Published : Feb 11, 2022, 8:27 AM IST

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ସ୍ଥିର ରହିଛି ତୈଳ ଦର । ଦୀପାବଳି ପରଠୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇନାହିଁ । ହେଲେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଳ ଦର ପୁଣି ବଢିବ (fuel price hike after state polls) । କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟ ବ୍ୟାରେଲ ପିଛା ୯୩ ଡଲାର ଛୁଇଁବାକୁ ବସିଲାଣି । ଏବେ ଘରୋଇ ବଜାରରେ ଦର ଅପରିବର୍ତ୍ତିତ ଥିଲେ ସୁଦ୍ଧା ନିର୍ବାଚନ ପରେ ଦାମ୍ ପୁଣି ବଢିବା ନେଇ ଆଶଙ୍କା କରାଯାଉଛି । ଓମିକ୍ରନ ଭୟାବହତା ଯୋଗୁଁ ଡିସେମ୍ବର ୧ରେ କ୍ରୁଡ ଅଏଲ ଦର ୮୧ ଡଲାରରୁ ୬୯ ଡଲାରକୁ ହ୍ରାସ ପାଇଥିଲା ।

ବିଶେଷଜ୍ଞମାନେ ଆକଳନ କରୁଛନ୍ତି କି, ନିର୍ବାଚନ ପରେ ଘରୋଇ ବଜାରରେ ତେଲ ଦର ପୁଣି ବଢିବ । ଦାମ୍ ୫ ଟଙ୍କା ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାବେଳେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି । ୟୁକ୍ରେନ ଏବଂ ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ରହିଥିବାରୁ ଏହା ଦ୍ବାରା ବିଶ୍ବ ତୈଳ ବଜାର ମଧ୍ୟ ପ୍ରଭାବିତ ହେଉଛି । ଏଥିପାଇଁ କ୍ରୁଡ ଅଏଲ ଦର ବଢୁଛି । ଯେଉଁଥିପାଇଁ ସରକାରୀ ତୈଳ କମ୍ପାନୀଗୁଡିକୁ ଲିଟର ପିଛା ୮ ରୁ ୧୦ ଟଙ୍କା କ୍ଷତି ସହୁଛନ୍ତି । ବର୍ତ୍ତମାନ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ଦୃଷ୍ଟିରୁ ସରକାର ଦର ବଢାଉ ନାହାନ୍ତି ।

ହେଲେ ନିର୍ବାଚନ ପରେ ରାଷ୍ଟ୍ରାୟତ୍ତ କମ୍ପାନୀ ସମେତ ଘରୋଇ ତେଳ କମ୍ପାନୀଗୁଡିକ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି କରିପାରନ୍ତି । ବର୍ତ୍ତମାନ ଦିଲ୍ଲୀରେ ଏବେ ତୈଳ ଦର ୯୫.୪୧ ଟଙ୍କା ରହିଥିବାବେଳେ ଡିଜେଲ ୮୬.୬୭ ଟଙ୍କା ରହିଛି । ଯଦି ଦେଶରେ ତୈଳ ଦର ବଢେ ତେବେ ରାଜଧାନୀରେ ପେଟ୍ରୋଲ ୧୦୫ ଟଙ୍କା ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.