ETV Bharat / bharat

ଶ୍ରୀଲଙ୍କା ସଙ୍କଟ ନେଇ ଭାରତର ଚିନ୍ତା, ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ଫେରାଇବାରେ ସହଯୋଗ ପାଇଁ ପ୍ରସ୍ତୁତ

author img

By

Published : May 10, 2022, 5:46 PM IST

ଶ୍ରୀଲଙ୍କା ସ୍ଥିତି ନେଇ ଭାରତର ଚିନ୍ତା । ବୈଦେଶିକ ମନ୍ତ୍ରଣାଳୟ କହିଲା ପଡୋଶୀର ଭୂମିକା ନିଭାଇ ଆସିଛି ଭାରତ । ଶ୍ରୀଲଙ୍କାରେ ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ଫେରାଇବା ଲାଗି ରହିଛି ସମର୍ଥନ । ଅଧିକ ପଢନ୍ତୁ

ଶ୍ରୀଲଙ୍କା ସଙ୍କଟ ନେଇ ଭାରତର ଚିନ୍ତା, ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ଫେରାଇବାରେ ସହଯୋଗ ପାଇଁ ପ୍ରସ୍ତୁତ
ଶ୍ରୀଲଙ୍କା ସଙ୍କଟ ନେଇ ଭାରତର ଚିନ୍ତା, ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ଫେରାଇବାରେ ସହଯୋଗ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: ପଡୋଶୀ ଶ୍ରୀଲଙ୍କାରେ ଲାଗି ରହିଥିବା ଆର୍ଥିକ ଓ ସାମ୍ବିଧାନିକ ସଙ୍କଟ ନେଇ ଗଭୀର ଚିନ୍ତା ପ୍ରକାଶ କରିଛି ନୂଆଦିଲ୍ଲୀ । ଶ୍ରୀଲଙ୍କାର ବର୍ତ୍ତମାନ ସ୍ଥିତିରେ ଆର୍ଥିକ ଓ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ଭାରତ ସମ୍ପୂର୍ଣ୍ଣ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ରଖିଛି ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ । ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ଦେଶରେ ଲାଗି ରହିଥିବା ହିଂସା ଓ ଅସ୍ଥିରତା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏହା ପ୍ରକାଶ କରିଛନ୍ତି ।

ପଡୋଶୀ ଶ୍ରୀଲଙ୍କାର ସ୍ଥିତିର କ୍ରମବିକାଶ ନେଇ ଆଜି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ବାଗଚି କହିଛନ୍ତି, ଭାରତ ଶ୍ରୀଲଙ୍କାର ପ୍ରମୁଖ ପଡୋଶୀ । ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ମଧ୍ୟ ରହିଆସିଛି । ତେଣୁ ସ୍ଥିତିର ପରିବର୍ତ୍ତନ ଉପରେ ନଜର ରଖାଯାଇଛି । ଶ୍ରୀଲଙ୍କାରେ ଆର୍ଥିକ ଓ ସାମ୍ବିଧାନିକ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ।

ସେହିପରି ସଙ୍କଟ ଆରମ୍ଭରୁ ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସମସ୍ତ ଆର୍ଥିକ ସହଯୋଗ ଉପରେ ମଧ୍ୟ ତଥ୍ୟ ରଖିଛନ୍ତି ମୁଖପାତ୍ର ବାଗଚି । ‘ପଡୋଶୀ ପ୍ରଥମ’ ମନ୍ତ୍ରରେ ଭାରତ ତାର ଭୂମିକା ଲିଭାଇ ଆସିଛି । ଆରମ୍ଭରୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଆସିଛି । ଖାଦ୍ୟ ସାମଗ୍ରୀ, ଔଷଧ, ତୈଳ ଓ ଇନ୍ଧନ ଆଦି ଯୋଗାଇବା ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି । ତେବେ ଚଳିତ ବର୍ଷ କେବଳ ଭାରତ ଏକାଧିକ ପର୍ଯ୍ୟାୟରେ ମୋଟ 3.5 ବିଲିୟନ ଆମେରିକୀୟ ଡଲାର (USD 3.5 billion) ମୂଲ୍ୟର ସହାୟତା ପଠାଇ ସାରିଥିବା କହିଛନ୍ତି ମୁଖପାତ୍ର ଅରିନ୍ଦମ ବାଗଚି ।

ଶ୍ରୀଲଙ୍କାରେ ଗତ କିଛି ଦିନ ଧରି ଆନ୍ଦୋଳନ ହିଂସକ ରୂପ ନେବାରେ ଲାଗିଛି । ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମହିନ୍ଦା ରାଜପାକସେ ଓ ତାଙ୍କ ସାନ ଭାଇ ତଥା ରାଷ୍ଟ୍ରପତି ଗୋତାବାୟା ରାଜପାକସେଙ୍କ ଘର ଉପରେ ଆକ୍ରମଣ କରିଛନ୍ତି ଆନ୍ଦୋଳନକାରୀ । ଅନ୍ୟ କିଛି ସ୍ଥାନରେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ ଓ ମେୟର । ଜଣେ ସାଂସଦଙ୍କ ସମେତ ମୋଟ 8 ଜଣ ପ୍ରାଣ ହରାଇଛନ୍ତି । ଏବେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.