ETV Bharat / bharat

୧୫୦ରୁ ଅଧିକ ଦେଶକୁ ଔଷଧ ପଠାଇଛି ଭାରତ

author img

By

Published : Mar 17, 2021, 10:55 AM IST

ଭାରତ ଓ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ ମଧ୍ୟରେ ମଙ୍ଗଳବାର (ମାର୍ଚ୍ଚ 16) ଚାଲିଥିଲା ଭର୍ଚୁଆଲ୍ ଶିଖର ବୈଠକ । ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧପତ୍ର ଓ ଅତ୍ୟାବଶ୍ୟକ ପଦାର୍ଥମାନ ଯୋଗାଇଛି। ଏପରିକି କିଛି ସପ୍ତାହ ପୂର୍ବେ ୭୦ଟି ଦେଶକୁ ୫୮ ମିଲିୟନରୁ ଅଧିକ ଡୋଜ୍ କୋଭିଡ ପ୍ରତିଷେଧକ ପଠାଯାଇଥିବା ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

୧୫୦ରୁ ଅଧିକ ଦେଶକୁ ଔଷଧ ପଠାଇଛି ଭାରତ
୧୫୦ରୁ ଅଧିକ ଦେଶକୁ ଔଷଧ ପଠାଇଛି ଭାରତ

ନୂଆଦିଲ୍ଲୀ: ଭାରତ ଓ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମାରିନଙ୍କ ମଧ୍ୟରେ ମଙ୍ଗଳବାର (ମାର୍ଚ୍ଚ 16) ଚାଲିଥିଲା ଭର୍ଚୁଆଲ୍ ଶିଖର ବୈଠକ । ତେବେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କୋରୋନା ସଂକ୍ରମଣ ସମୟରେ ଭାରତ ଏହାର ନିଜର ଲୋକମାନଙ୍କର ଯତ୍ନ ନେବା ସହ ବିଶ୍ବର ଅନେକ ଦେଶକୁ ସହାୟତା କରିଛି। ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧପତ୍ର ଓ ଅତ୍ୟାବଶ୍ୟକ ପଦାର୍ଥମାନ ଯୋଗାଇଛି। ଏପରିକି କିଛି ସପ୍ତାହ ପୂର୍ବେ ୭୦ଟି ଦେଶକୁ ୫୮ ମିଲିୟନରୁ ଅଧିକ ଡୋଜ୍ କୋଭିଡ ପ୍ରତିଷେଧକ ପଠାଯାଇଥିବା ବିଷୟ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମରେ ମାରିନ ଭାରତର ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ତେବେ ଭାରତ ଓ ଫିନଲାଣ୍ଡ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦର୍ଶାଇ ମୋଦି କହିଛନ୍ତି, ଏହା ନୀତିଭିତ୍ତିକ ଏବଂ ମାନବୀୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେଷିତ। ଉଭୟ ଦେଶ ମଧ୍ୟରେ ବୈଷୟିକଜ୍ଞାନ, ନୂଆନୂଆ ଉଦ୍ଭାବନ, ପ୍ରଦୂଷଣମୁକ୍ତ ଶକ୍ତି, ପରିବେଶ ଓ ଶିକ୍ଷା ଆଦି କ୍ଷେତ୍ରରେ ଘନିଷ୍ଠ ସହଯୋଗ ସ୍ଥାପନ ହୋଇଛି। ସେ କହିଛନ୍ତି, ଭାରତ ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ପୁନର୍ବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତେବେ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ସୌର ମେଣ୍ଟ ଓ ଦୁର୍ବିପାକ ପ୍ରଶମନ ମୌଳିକ ଢାଞ୍ଚା ସହଯୋଗରେ ସାମିଲ ହେବାକୁ ଫିନଲାଣ୍ଡକୁ ଅନୁରୋଧ କରିଛନ୍ତି। ଭାରତର ପଦକ୍ଷେପ ପରେ ଉଭୟ ସଂଗଠନ ଗଠନ କରିଥିଲେ। ସେ କହିଛନ୍ତି ଯେ ଏହି ଆନ୍ତର୍ଜାତୀୟ ଅନୁଷ୍ଠାନଗୁଡ଼ିକ ଫିନଲ୍ୟାଣ୍ଡର ଦକ୍ଷତା ଏବଂ ପାରଦର୍ଶୀତା ଦ୍ବାରା ଉପକୃତ ହେବେ।

ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ବାଣିଜ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ତୀବ୍ର କରିବାର ସୁଯୋଗ ରହିଛି ବୋଲି ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଭାରତ-ଫିନଲ୍ୟାଣ୍ଡ ସହଭାଗୀତା, ଭବିଷ୍ୟତର ବିସ୍ତାର ଏବଂ ବିବିଧକରଣ ପାଇଁ ଏକ ବ୍ଲୁ ପ୍ରିଣ୍ଟ ଯୋଗାଇବ ବୋଲି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.