ETV Bharat / bharat

ଲଦାଖରେ ଭାରତ-ଚୀନ ସେନା ମଧ୍ୟରେ ବଢିପାରେ ସଂଘର୍ଷ: ରିପୋର୍ଟ - ଭାରତ ଚୀନ ସେନା

ଲଦାଖରେ ଭାରତ-ଚୀନ ସେନା ମଧ୍ୟରେ ବଢିପାରେ ସଂଘର୍ଷ । ଏନେଇ ଆଜି ଏକ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

clashes with Chinese troops in Ladakh
clashes with Chinese troops in Ladakh
author img

By

Published : Jan 28, 2023, 12:51 PM IST

ନୂଆଦିଲ୍ଲୀ: ଲଦାଖରେ ସୀମାକୁ ନେଇ ଚୀନ ଏବଂ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ବିବାଦ ଜାରି ରହିଛି । ତେବେ ଆଗକୁ ମଧ୍ୟ ପୁଣି ସଂଘର୍ଷ ହୋଇପାରେ ବୋଲି ଆଜି ଏକ ରିପୋର୍ଟରେ ପ୍ରକାଶ ପାଇଛି । ବେଜିଂ ଦ୍ରୁତ ବେଗରେ ସାମରିକ ଭିତ୍ତିଭୂମିକୁ ଅଧିକ ବୃଦ୍ଧି ଓ ବିକାଶ କରୁଥିବାରୁ ଉଭୟଙ୍କ ମଧ୍ୟରେ ଆହୁରି ସଂଘର୍ଷ ହୋଇପାରେ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ସୂଚନାଅନୁସାରେ, ଗତ ଜାନୁଆରୀ ୨୦ରୁ ୨୨ ତାରିଖ ଯାଏଁ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଦ୍ବାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ତେବେ ସୀମା ସମ୍ବନ୍ଧୀୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ଲଦ୍ଦାଖ ପୋଲିସ ଦ୍ବାରା ତଥ୍ୟାବଳୀ ଦାଖଲ କରିବା ପରେ ଏହି ରିପୋର୍ଟ ପ୍ରକାଶ କରାଯାଇଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ଲଦାଖ କ୍ଷେତ୍ରରେ ସର୍ଭିଲାନ୍ସ ବଢାଉଛି ସେନା, ନୂଆ ଡ୍ରୋନ କରୁଛି ମୁତୟନ

ସୀମାନ୍ତ ଅଞ୍ଚଳରୁ ପୋଲିସ ସଂଗ୍ରହ କରିଥିବା ତଥ୍ୟ ଏବଂ ବିଗତ କିଛି ବର୍ଷ ହେବ ଭାରତ-ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଲକ୍ଷ୍ୟ ରଖି ଲଦ୍ଦାଖରେ ଦୁଇ ଦେଶ ମଧ୍ୟରେ ଆହୁରି ସଂଘର୍ଷ ହୋଇପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ପ୍ରକାଶଯୋଗ୍ୟ ଯେ, ଗତ ୨୦୨୦ ମସିହାରେ ଲଦାଖ ସୀମାରେ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ଯୋଗୁଁ ୨୪ ଜଣଙ୍କ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ବାରମ୍ବାର କମାଣ୍ଡର ସ୍ତରୀୟ ଆଲୋଚନା ପରେ ଉତ୍ତେଜନା ଥମିଥିଲା । ଗତ ଡିସେମ୍ବର ମାସରେ ଅରୁଣାଞ୍ଚଳ ପ୍ରଦେଶରେ ଉଭୟ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । କିନ୍ତୁ ସୌଭାଗ୍ୟ ବଶତଃ କାହାର ପ୍ରାଣହାନୀ ହୋଇନଥିଲା ।

ପ୍ରକାଶ କରାଯାଇଥିବା ତଥ୍ୟ ଅନୁସାରେ, "ଚୀନ ନିଜର ଅର୍ଥନୈତିକ ସ୍ବାର୍ଥକୁ ଦୃଷ୍ଟିରେ ରଖି PLA(ପିପୁଲ୍ସ ଲିବରେସନ ଆର୍ମି) ଏହାର ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିବ । ଏହାସହ ଭାରତ ଏବଂ ଚୀନ ମଧ୍ୟରେ ସଂଘର୍ଷ ଜାରି ରହିବ ।"

ପ୍ରକାଶଥାଉକି, ଗତ 9 ତାରିଖରେ ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ତାୱଙ୍ଗ କ୍ଷେତ୍ରରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ପ୍ରାୟ 3 ଶହ ଚୀନ ଯବାନ ଅସ୍ତ୍ରଶସ୍ତ୍ର ସହ ଭାରତୀୟ ଅଞ୍ଚଳରେ ପ୍ରବେଶ ଉଦ୍ୟମ କରିଥିଲେ । ଭାରତୀୟ ଯବାନ ସେମାନଙ୍କୁ ଦୃଢତାର ସହ ପ୍ରତିରୋଧ କରିବା ସହ ସେମାନଙ୍କୁ ତଡିବାରେ ସଫଳ ହୋଇଥିଲେ । ଉଭୟ ସେନାର ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାସହ ଭାରତଠାରୁ ଚୀନ ସେନାର ଅଧିକ ଯବାନ ଆହତ ହୋଇଥିଲେ । କିଛି ସମୟର ଉତ୍ତେଜନା ପରେ ଉଭୟ ପକ୍ଷ ସେନା ପଛକୁ ହଟିଥିଲେ । ପରେ ଉଭୟ ସେନାର କମାଣ୍ଡର ସ୍ତରୀୟ ଜରୁରୀ ବୈଠକ ହୋଇଥିଲା । ଏହି ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.