ETV Bharat / bharat

ଭାରତ ବିଶ୍ୱର ସବୁଠୁ ବଡ ଚିନି ଉତ୍ପାଦକ ଓ ଉପଭୋକ୍ତା ଦେଶ

ଆର୍ଥିକ ବର୍ଷ ୨୦୨୧-୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫୦୦୦ ଲକ୍ଷ ମେଟ୍ରିକ ଟନ (ଏଲଏମଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲଏମଟି ଆଖୁକୁ ଚିନି (ସୁକ୍ରୋଜ) ମିଲ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲଏମଟି ଚିନି ଉତ୍ପାଦନ କରାଯାଇଛି । ଏହା ସହିତ, ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ ଉତ୍ପାଦକ ଓ ଉପଭୋକ୍ତା ଦେଶ ହୋଇଛି । ଅଧିକ ପଢନ୍ତୁ

author img

By

Published : Oct 6, 2022, 7:54 AM IST

Etv Bharat
Etv Bharat

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୧-୨୨ର ଚିନି ଋତୁ (ଅକ୍ଟୋବର–ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫୦୦୦ ଲକ୍ଷ ମେଟ୍ରିକ ଟନ (ଏଲଏମଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି । ଯେଉଁଥିରେ ପ୍ରାୟ ୩୫୭୪ ଏଲଏମଟି ଆଖୁକୁ ଚିନି (ସୁକ୍ରୋଜ) ମିଲ ଗୁଡିକରେ ବ୍ୟବହାର କରି ପାଖାପାଖି ୩୯୪ ଏଲଏମଟି ଚିନି ଉତ୍ପାଦନ କରାଯାଇଛି । ଏହା ସହିତ, ଭାରତ ବିଶ୍ୱରେ ଚିନିର ସବୁଠାରୁ ବଡ ଉତ୍ପାଦକ ଓ ଉପଭୋକ୍ତା ଦେଶ ହୋଇଛି । ଏଥି ସହିତ ବିଶ୍ୱର ଦ୍ବିତୀୟ ବୃହତ ଚିନି ରପ୍ତାନିକାରୀ ଦେଶ ଭାବେ ଉଭା ହୋଇଛି ।

ଏହି ସମୟରେ ଭାରତୀୟ ଚିନି କ୍ଷେତ୍ର ନିମନ୍ତେ ୱାଟରସେଡ (ଜଳଚ୍ଛାୟା) ଋତୁ ସାବ୍ୟସ୍ତ ହୋଇଛି । ଏହ ଋତୁ (ଅକ୍ଟୋବର – ସେପ୍ଟେମ୍ବର) ରେ ଆଖୁ ଉତ୍ପାଦନ, ଚିନି ଉତ୍ପାଦନ, ଚିନି ରପ୍ତାନି, ଆଖୁ କ୍ରୟ, ଆଖୁ ନିମନ୍ତେ ବାକି ରହିଥିବା ଅର୍ଥ ପ୍ରଦାନ ଏବଂ ଇଥାନଲ ଉତ୍ପାଦନର ସମସ୍ତ ରେକର୍ଡ ସୃଷ୍ଟି ହୋଇଛି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହି ଋତୁରେ ପ୍ରାୟ ୧୦୯.୮ ଏଲଏମଟିର ଉଚ୍ଚତମ ରପ୍ତାନି, ଯାହା ମଧ୍ୟ ବିନା କୌଣସି ଆର୍ଥିକ ସହାୟତାରେ ହୋଇ ପାରିଛି । ଯାହାକୁ ୨୦୨୦-୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସହାୟକ ଅନ୍ତର୍ଜାତୀୟ ମୂଲ୍ୟ ଏବଂ ଭାରତ ସରକାରଙ୍କର ନୀତି ଭାରତୀୟ ଚିନି ଉଦ୍ୟୋଗର ଏହି ଉପଲବ୍ଧିକୁ ସୃଷ୍ଟି କରିଛି । ଏହି ସବୁ ରପ୍ତାନି ଗୁଡିକ ଯୋଗୁଁ ଦେଶ ପାଇଁ ପ୍ରାୟ ୪୦,୦୦୦ କୋଟି ଟଙ୍କା ଉପାର୍ଜନ ହୋଇ ପାରିଛି ।

ଆର୍ଥିକ ବର୍ଷ ୨୦୧୮ -୧୯ ବର୍ଷରେ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଠାରୁ ନେଇ ୨୦୨୧- ୨୨ରେ ଆତ୍ମନିର୍ଭରତାର ପର୍ଯ୍ୟାୟ ପର୍ଯ୍ୟନ୍ତ ଚିନି କ୍ଷେତ୍ରକୁ ଗଠନ କରିବା ନିମନ୍ତେ ଗତ ୫ ବର୍ଷର ସମୟ ମଧ୍ୟରେ ସରକାର ବଡ ପଦକ୍ଷେପ ନେଇଛନ୍ତି । ଚିନି ଋତୁ ୨୦୨୧- ୨୨ ସମୟ ମଧ୍ୟରେ, ଚିନି ମିଲ ଗୁଡିକ ୧.୧୮ ଲକ୍ଷ କୋଟିରୁ ଅଧିକ ଟଙ୍କାର ଆଖୁର କ୍ରୟ କରିଛନ୍ତି । ଭାରତ ସରକାରଙ୍କର କୌଣସି ଆର୍ଥିକ ସହାୟତା (ରିହାତି) ବିନା ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ଦେୟ ଚାଷୀଙ୍କୁ ପ୍ରଦାନ କରାଯାଇଛି । ଏହି ଭଳି ଭାବେ, ଚିନି ଋତୁର ଶେଷ ସୁଦ୍ଧା ଆଖୁ ନିମନ୍ତେ ରହିଥିବା ବାକି ପରିମାଣ ୬୦୦୦ କୋଟିରୁ କମ ରହିଛି।

ସରକାର ଚିନି ମିଲ ଗୁଡିକୁ ଚିନିକୁ ଇଥାନଲ ପରିବର୍ତ୍ତନ କରିବା ନିମନ୍ତେ ଏବଂ ଆବଶ୍ୟକ ଠାରୁ ଅଧିକ ଚିନିକୁ ରପ୍ତାନି କରିବା ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି । ଯାହା ଫଳରେ ଚିନି ମିଲ ଗୁଡିକ ଉଚିତ ସମୟରେ କୃଷକ ମାନଙ୍କୁ ଆଖୁ ପାଇଁ ଟଙ୍କା ପ୍ରଦାନ କରି ପାରିବେ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.