ETV Bharat / bharat

400 km Class Long-Range Air Defence System: ସେନାକୁ ମିଳିବ ସ୍ୱଦେଶୀ S-400, ଲକ୍ଷ୍ୟଭେଦ କ୍ଷମତା 400 KM - ଭାରତୀୟ ସଶସ୍ତ୍ର ବଳ

ଏସ-400 ପରି ସ୍ବଦେଶୀ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀ LRSAM ବିକଶିତ କରିବ ଭାରତ । ଅଧିକ ପଢନ୍ତୁ

ସ୍ବଦେଶୀ ଲଙ୍ଗ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ ବିକଶିତ କରୁଛି ଭାରତ, 400 କିମି ଲକ୍ଷ୍ୟଭେଦ କ୍ଷମତା

author img

By

Published : Jul 26, 2023, 6:28 PM IST

Updated : Jul 26, 2023, 6:39 PM IST

ହାଇଦ୍ରାବାଦ: ବର୍ତ୍ତମାନର ସମୟର ଆବଶ୍ୟକତା ଅନୁସାରେ ଭରତ ତାର ପ୍ରତିରକ୍ଷା ପ୍ରଣାଳୀର ବିକାଶ ପ୍ରକ୍ରିୟା ଜାରି ରଖିଛି । ଏହିକ୍ରମରେ ଭାରତ ଋଷରୁ ଅଣାଯାଇଥିବା ଶକ୍ତିଶାଳୀ ଏସ-400 ମିସାଇଲ ସିଷ୍ଟମ ପରି ସ୍ବଦେଶୀ ଲଙ୍ଗ୍‌ ରେଞ୍ଜ ସର୍‌ଫେସ୍‌ ଟୁ ଏୟାର (LRSAM) ମିସାଇଲ ବିକଶିତ କରିବାକୁ ଯାଉଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭୂପୃଷ୍ଠରୁ ଆକାଶକୁ ଉତକ୍ଷେପଣ କରାଯାଇପାରିବ । ଏହାର ଲକ୍ଷ୍ୟଭେଦ କ୍ଷମତା 4ଶହ କି.ମି ରହିବ । ଲଞ୍ଚପ୍ୟାଡ୍‌ରୁ 4ଶହ କି.ମି ଅଞ୍ଚଳରେ ଏହାକୁ ଷ୍ଟ୍ରାଇକ୍‌ କରାଯାଇପାରିବ । ଫଳରେ ଏହାକୁ ବ୍ୟବହାର କରି ବେଶ ସହଜରେ ଶତ୍ରୁପକ୍ଷର ବିମାନକୁ ଟାର୍ଗେଟ କରି ଖସାଇବାରେ ସଫଳତା ମିଳିବ ।

ତ୍ରିସ୍ତରୀୟ ଦୂରଗାମୀ ଲକ୍ଷ୍ୟଭେଦ କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ପରେ ଏହାର କ୍ଲିୟରାନ୍ସ ଖୁବଶୀଘ୍ର ଶେଷ ହେବା ନେଇ ଆଶା କରାଯାଉଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବା ପାଇଁ ମୋଟ 2.5 ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବାକୁ ଯାଉଛି ।

ସ୍ବଦେଶୀ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଏହି ପ୍ରଣାଳୀ କାର୍ଯ୍ୟକ୍ଷମ ହେବା ପରେ ଭାରତ ବିଶ୍ବର ପ୍ରମୁଖ ପ୍ରତିରକ୍ଷା ଶକ୍ତି ସମ୍ପନ୍ନ ଦେଶଙ୍କୁ ନେଇ ଗଠିତ ‘ଏଲିଟ ଗୋଷ୍ଠୀ’ରେ ମଧ୍ୟ ସାମିଲ ହେବ । ଏହି ପ୍ରଣାଳୀରେ ତ୍ରିସ୍ତରୀୟ କ୍ଷେପଣାସ୍ତ୍ର ପ୍ରଣାଳୀ ରହିବ । ସବୁ ବର୍ଗର କ୍ଷେପଣାସ୍ତ୍ର ପୃଥକ ଲକ୍ଷ୍ଯଭେଦ କ୍ଷମତା ବିଶିଷ୍ଟ ଭାବେ ବିକଶିତ ହେବ । ଭାରତ ଇସ୍ରାଏଲ ସହଭାଗିତାରେ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପ୍ରଣାଳୀ (MRSAM)ର ନିର୍ମାଣ ପ୍ରକ୍ରିୟା ଜାରି ରଖିଛି । ଏହି ବର୍ଗର କ୍ଷେପଣାସ୍ତ୍ର 70 କି.ମିରୁ ଅଧିକ ଦୂରତାରେ ନିଜର ଲକ୍ଷ୍ୟଭେଦ କରିପାରିବ ।

ଏହା ମଧ୍ୟ ପଢନ୍ତୁ:-ବାଲାଷ୍ଟିକ୍ ମିସାଇଳ୍ ଡିଫେନ୍ସ: BMD ଇଣ୍ଟରସେପ୍ଟର ନାଭାଲ ଭର୍ସନ ପରୀକ୍ଷଣ ସଫଳ

ଏବେ ଭାରତୀୟ ସ୍ଥଳସେନା ଓ ନୌସେନାର କ୍ଷେପଣାସ୍ତ୍ର ପ୍ରଣାଳୀକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ଭୂପୃଷ୍ଠ ଲଞ୍ଚପ୍ୟାଡ ଓ ଯୁଦ୍ଧ ଜାହାଜରୁ ଉତକ୍ଷେପଣ ହୋଇପାରୁଥିବା ସ୍ବଳ୍ପ ଓ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ନିର୍ମାଣ କରିବା କାର୍ଯ୍ୟ ଜାରି ରଖିଛି । ଭାରତ ନିକଟରେ ଏବେ ଶକ୍ତିଶାଳୀ ଏସ-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ରହିଛି । ଏହା ସ୍ବଦେଶୀ ନିର୍ମିତ ନୁହେଁ ବରଂ ଋଷଠାରୁ ଆମଦାନୀ କରିଛି ଭାରତ । ଏହା ସର୍ବାଧିକ 4ଶହ କି.ମି ପର୍ଯ୍ୟନ୍ତ ଲକ୍ଷ୍ଯକ୍ଷେଦ କରିପାରିବ । ଏହାକୁ ଏବେ ଭାରତ-ଚୀନ ଅନ୍ତର୍ଜାତୀୟ ସୀମା (ପ୍ରକୃତ ନିୟନ୍ତ୍ରଣ ରେଖା)ରେ ମୁତୟନ କରାଯାଇଛି । ଏବେ ଭାରତ ଏହି 4 ଶହ କିମି ଦୂରଗାମୀ ଲକ୍ଷ୍ଯଭେଦୀ କ୍ଷମତା ବିଶିଷ୍ଟ ଭୃପୃଷ୍ଠରୁ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ବିକଶିତ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 26, 2023, 6:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.