ETV Bharat / bharat

ଚୀନ-ପାକିସ୍ତାନର ବଢିଲା ଟେନସନ, ପଞ୍ଜାବରେ ମୁତୟନ ହେଲା S-400

author img

By

Published : Dec 21, 2021, 3:50 PM IST

Updated : Dec 21, 2021, 5:01 PM IST

ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଞ୍ଚିଲା କ୍ଷପଣାସ୍ତ୍ର ବିସ୍ବଂସକାରୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ S-400 । ଋଷରୁ ଭାରତକୁ ଆସିଛି ପ୍ରଥମ ସ୍କ୍ରାଡ୍ରନ୍‌ S-400 । ପ୍ରାୟ ୪୦୦ କିମି ଦୂରରୁ ଏହା ଶତ୍ରୁର ସମସ୍ତ ପ୍ରକାର ଆକାଶୀ ଆକ୍ରମଣର ଜବାବ ଦେବାରେ ସକ୍ଷମ ହେବ । ଅଧିକ ପଢନ୍ତୁ

ଭାରତକୁ ଆସିଲା ପ୍ରଥମ ସ୍କ୍ବାଡ୍ରନ୍‌ S-400, ୪୦୦କିମି ଦୂରତାରୁ ଶତ୍ରୁକୁ ଦେବ ଜବାବ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ବିଭାଗକୁ ମିଳିଲା ବଡ ବୁଷ୍ଟର । ବାୟୁ ପ୍ରତିରକ୍ଷା କ୍ଷମତାରେ ଢେର ବୃଦ୍ଧି ଘଟିଲା । ସୀମାରେ ମୁତୟନ ହେଲା ବାହୁବଳୀ । ଟେନସନରେ ପଡିଲେ ପାକିସ୍ତାନ-ଚୀନ ।

ଭାରତୀୟ ବାୟୁସେନା (IAF) ପଞ୍ଜାବ ସେକ୍ଟରରେ ନିୟୋଜିତ କରୁଛି ପ୍ରଥମ ସ୍କ୍ବାଡ୍ରନ୍ S-400 (S-400 air defence missile system) । ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀର ଏହି ସ୍କ୍ବାଡ୍ରନର ବ୍ୟାଟେରୀ ଉଭୟ ପାକିସ୍ଥାନ ଏବଂ ଚୀନ୍‌ର ଆକାଶ ମାର୍ଗରେ ବିପଦକୁ ସାମନା କରିବାରେ ସକ୍ଷମ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ଋଷର କ୍ଷେପଣାସ୍ତ୍ର ପ୍ରଣାଳୀର କିଛି ଅଂଶ ଚଳିତ ମାସ ଆରମ୍ଭରେ ଭାରତରେ ପହଞ୍ଚିବା ଆରମ୍ଭ କରିଛି ଏବଂ ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ୟୁନିଟ୍ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । S-400 ଭାରତକୁ ପ୍ରାୟ ୩୫ ହଜାର କୋଟିର ଚୁକ୍ତିରେ ଆସିଥିବା ଜଣାପଡ଼ିଛି । ଏହି ସ୍କ୍ବାଡ୍ରନ ପ୍ରାୟ ୪୦୦ କିମି ଦୂରତାରୁ ଏୟାର ଥ୍ରେଟ ବା ବାୟୁରେ ଆକ୍ରମଣକୁ ଟ୍ରାକ୍‌ କରିବାରେ ହେବ ସକ୍ଷମ ।

ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରଥମ ସ୍କ୍ବାଡ୍ରନ୍‌ ଡେଲଭିର ଶେଷ ହେବ ବୋଲି ଆଶା କରାଯାଉଛି । ଏହି ଉପକରଣଗୁଡ଼ିକ ଉଭୟ ସମୁଦ୍ର ଓ ଏୟାର ରୁଟ୍‌ରେ ଆସୁଥିବା ଜଣାପଡ଼ିଛି ।

ପ୍ରଥମ ସ୍କ୍ବାଡ୍ରନ୍ ନିୟୋଜିତ ହେବା ପରେ ବାୟୁସେନା ପୂର୍ବ ସୀମା (Eastern borders) ଉପରେ ଧ୍ୟାନ ଦେବା ସହିତ ଦେଶ ମଧ୍ୟରେ କର୍ମଚାରୀଙ୍କ ତାଲିମ ପାଇଁ ଉତ୍ସ ଯୋଗାଇବ । ଭାରତୀୟ ବାୟୁସେନା ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାରେ ଋଷରେ ପୂର୍ବରୁ ତାଲିମ ନେଇଛନ୍ତି । S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀରେ ୪ଟି ଭିନ୍ନ କ୍ଷେପଣାସ୍ତ୍ର ଅଛି ଯାହା ଶତ୍ରୁ ବିମାନ, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ AWACS ବିମାନକୁ 400 କିଲୋମିଟର, 250 କିଲୋମିଟର, ମଧ୍ୟମ ଦୂରତାରେ 120 କିଲୋମିଟର ଏବଂ ସ୍ବଳ୍ପ ଦୂରତାରେ 40 କିମିରେ ନିୟୋଜିତ କରିପାରିବ ।

ତେବେ ସୂଚନା ଥାଉ କି ଭାରତ ଉତ୍ତମ ବୁଝାମଣା ଓ ବାର୍ଗେନିଂ(Bargaining and negotiations by India) କରିବା ପରେ ଏହି ସ୍କ୍ବାଡ୍ରନକୁ ପ୍ରାୟ ବିଲିୟନ ଡଲାର କମ୍‌ରେ କିଣିଥିବା ଜଣାପଡ଼ିଛି ।

@ANI

Last Updated : Dec 21, 2021, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.