ନୂଆଦିଲ୍ଲୀ: ପୁଣି ଲକ୍ଷେ ତଳକୁ ଖସିଲା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 92 ହଜାର 596 ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 90 ଲକ୍ଷ 89 ହଜାର 69କୁ ବୃଦ୍ଧି । ସେପଟେ 24 ଘଣ୍ଟା ମଧ୍ୟରେ 2 ହଜାର 219 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଯାହାପରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 3 ଲକ୍ଷ 53 ହଜାର 528ରେ ପହଞ୍ଚିଛି ।
- " class="align-text-top noRightClick twitterSection" data="">
ସେହିପରି ଗତ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 62 ହଜାର 664 ଜଣ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ଏବଂ ଘରକୁ ଫେରିଛନ୍ତି । ନୂତନ ସୁସ୍ଥସଂଖ୍ୟାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 2 କୋଟି 75 ଲକ୍ଷ 4 ହଜାର 126କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ସୁଦ୍ଧା 12 ଲକ୍ଷ 31 ହଜାର 415ଟି ସକ୍ରିୟ ମାମଲା ରହିଛି । ଏଯାବତ୍ 23 କୋଟି 90 ଲକ୍ଷ 58 ହଜାର 360ଟି କୋରୋନା ଟେଷ୍ଟ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ