ETV Bharat / bharat

ସୀମା ଅଶାନ୍ତି ନେଇ IAF ମୁଖ୍ୟଙ୍କ ଚିନ୍ତା ପ୍ରକଟ, କହିଲେ ଦେଶକୁ ଦୁଇପଟୁ ବିପଦ

ଭାରତ ପ୍ରତି ଦୁଇପଟୁ ବିପଦ । ଭାରତର ଉତ୍ତର ଓ ପଶ୍ଚିମ ସୀମାରେ ଲାଗି ରହିଥିବା ଅଶାନ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବାୟୁସେନା ମୁଖ୍ୟ । ଅଧିକ ପଢନ୍ତୁ

ସୀମା ଅଶାନ୍ତି ନେଇ IAF ମୁଖ୍ୟଙ୍କ ଚିନ୍ତା ପ୍ରକଟ

author img

By

Published : Jun 27, 2022, 11:48 AM IST

ନୂଆଦିଲ୍ଲୀ: ଭାରତ ପ୍ରତି ଦୁଇପଟୁ ବିପଦ । ଭାରତର ଉତ୍ତର ଓ ପଶ୍ଚିମ ସୀମାରେ ଲାଗି ରହିଥିବା ଅଶାନ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବାୟୁସେନା ମୁଖ୍ୟ । ଗୋଟିଏ ପଟେ ପାକିସ୍ତାନ ଅନ୍ୟପଟେ ଚୀନ । ଦେଶ ଏଭଳି ଭୌଗଳିକ ସ୍ଥିତି ପାଇଁ ଉଭୟ ଦେଶ ପଟୁ ସର୍ବଦା ଆକ୍ରମଣ ବିପଦ ଲାଗି ରହିଛି । ଏହାର ସାମ୍ନା କରିବାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି.ଆର ଚୌଧୁରୀ ।

ଦେଶର ଉତ୍ତର ଓ ପଶ୍ଚିମ ସୀମାରେ ଜାରି ଅଶାନ୍ତି ଓ ଅସ୍ଥିରତା ଚିନ୍ତାର କାରଣ ହୋଇଛି । ଚୀନ ଓ ପାକିସ୍ତାନ ଏକାସମୟରେ ଭାରତ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି । ସେମାନେ ଭାରତ ବିରୋଧରେ ସାମରିକ ଶକ୍ତି ବ୍ୟବହାର କରିବା ନେଇ ଗୁଇନ୍ଦା ତଥ୍ୟ କିମ୍ବା ସାମରିକ ଶକ୍ତି ଉତ୍ସକୁ ହ୍ୟାକ କରିପାରନ୍ତି ବୋଲି ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି ବାୟୁସେନା ମୁଖ୍ୟ ଏୟାର ଚିଫ ।

ଏଭଳି ପରିସ୍ଥିତିର ମୁକାବିଲା ଲାଗି ଭାରତର ସୁରକ୍ଷା ବ୍ୟବସ୍ଥା ଓ କ୍ଷମତାକୁ ବୃଦ୍ଧି କରି ପ୍ରସ୍ତୁତ ରହିବାକୁ ପଡିବ । ସେନାର ଅପରେସନାଲ ଯୋଜନା, ଯବାନଙ୍କ ତାଲିମ ଏଭଳି ହେବା ଦରକାର କି ଆଗକୁ ଯେକୌଣସି ପରିସ୍ଥିତି ଆସୁ ନା କାହିଁକି ସହଜରେ ଏହାର ମୁକାବିଲା କରାଯିବା ବୋଲି କହିଛନ୍ତି ଚିଫ ମାର୍ଶାଲ ଭି.ଆର ଚୌଧୁରୀ । ଆଇଏଫ ଏ ଦିଗରେ ସର୍ବଦା କାର୍ଯ୍ୟ କରୁଛନ୍ତି ।

ସେ ଆହୁରି କହିଛନ୍ତି, ନୂଆ ଭିତ୍ତିଭୂମି ଏବଂ କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ଆମର ଭିତ୍ତିଭୂମି ଅପ୍-ଗ୍ରେଡେସନର ଗତି ଦେଖି ମୁଁ ଖୁସି । ଚିନୁକ ହେଲିକପ୍ଟର ତାର ଅପରେସନ ଆରମ୍ଭ କରି ଦେଇଛି । ଦ୍ବିତୀୟ ରାଫାଲ୍ ସ୍କ୍ବାଡ୍ରନ୍ ପାଇଁ ଭିତ୍ତିଭୂମି ଏବଂ ପୂର୍ବ କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା କହିଛନ୍ତି ଆଇଏଏଫ ଚିଫ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.