ହାଇଦ୍ରାବାଦ: କୋରୋନା ମହାମାରୀକୁ ମୁକାବିଲା କରିବାକୁ ସାରା ଦେଶରେ ଭାରତ ସରକାରଙ୍କ ପକ୍ଷରୁ ଟୀକାକରଣ ପ୍ରର୍ଯ୍ୟାୟ ଆରମ୍ଭ ହୋଇଥିଲା । ଆଜି ଏହାକୁ 100ଦିନ ପୂରଣ ହୋଇଛି । ବର୍ତ୍ତମାନ ଦେଶରେ 14 କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି ।
କୋରୋନାକୁ ରୋକିବା ପାଇଁ ଭାରତକୁ ଆସିଲା ଦୁଇଟି ସଞ୍ଜୀବନି କୋଭିସିଲ୍ଡ ଓ କୋଭ୍ୟାକ୍ସିନ । କେନ୍ଦ୍ର ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ସମୁଦାୟ 144ମିଲିୟନ ଡୋଜ ଟିକା ଯୋଗାଇ ଦିଆଯାଇଛି । ସେଥିରୁ 127 ମିଳିୟନ ଡୋଜ କୋଭିସିଲ୍ଡ କହିଥିବାବେଳେ 17ମିଲିୟନ ଡୋଜ ହେଉଛି କୋଭାକ୍ସିନ । ମହାରାଷ୍ଟ୍ର ଓ ରାଜସ୍ଥାନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେହି ରାଜ୍ୟକୁ ସର୍ବାଧିକ ଟିକା ଯୋଗାଇ ଦିଆଯାଇଛି । ଏପ୍ରିଲ 24 ସୁଦ୍ଧା ଭାରତରେ ଟୀକାକରଣ କଭରେଜ୍ 13.83 କୋଟି ଅତିକ୍ରମ କରିଛି । ଏପ୍ରିଲ 23ରେ 31ଲକ୍ଷରୁ ଅଧିକଙ୍କୁ ଟିକା ଦିଆଯାଇଛି ।
ସର୍ବଭାରତୀୟ ସ୍ତରରେ ଟୀକାକରଣ ନେଇ ଭାରତ ଦ୍ରୁତତମ ଦେଶ ଭାବରେ ଉଭା ହୋଇଛି । 2021 ମସିହା ଏପ୍ରିଲ୍ 10 ତାରିଖ ସୁଦ୍ଧା85 ଦିନ ମଧ୍ୟରେ ଭାରତ 100ମିଲିୟନ ଲୋକଙ୍କୁ ଟିକା ପ୍ରଦାନ କରିଥିଲା । ଯେତେବେଳେ ଆମେରିକା 89 ଦିନ ଓ ଚାଇନା 102ଦିନ ନେଇଥିଲା । ଏପ୍ରିଲ 22ରେ ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ସିଏମଡି ଇଲା କହିଛନ୍ତି ସ୍ପୁଟନିକ୍ ଭି ବର୍ତ୍ତମାନ ବିଶ୍ବରେ 10 ଡଲାରରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସ୍ପୁଟନିକ ଭି 97.6 ପ୍ରତିଶତ କାର୍ଯ୍ୟକାରିତା ପ୍ରଦର୍ଶନ କରିଛି ଏବଂ ଏପ୍ରିଲ୍ ମାସରେ ଭାରତ ଏହାକୁ ଅନୁମୋଦନ କରିଛି । ଆମଦାନୀ ହୋଇଥିବା ଟିକା ମୂଲ୍ୟ ଉପରେ ଆମେ ଆଲୋଚନା କରୁଛୁ। ଆଲୋଚନା ପରେ ଏ ନେଇ ଅପଡେଟ ଜଣାଇବୁ ବୋଲି କହିଛନ୍ତି ସିଏମଡି ଇଲା ।
ପ୍ରକାଶ ଥାଉ କି, କୋରୋନା ନେଇ ସାରା ଦେଶରେ ଜାନୁଆରୀ 16ରୁ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଗଧାଡି ସ୍ବାସ୍ଥ୍ୟକର୍ମୀଙ୍କ ଟିକା ଦିଆଯାଇଥିଲା । ଏହା ପରେ ମାର୍ଚ୍ଚ 1ରୁ ଦେଶର ବରିଷ୍ଠ ନାଗରିକଙ୍କ ଟିକା ଦିଆଯାଇଥିଲା । ଏହା ପରେ ମେ ପହିଲାରୁ ଦେଶରେ 18ବର୍ଷରୁ ଅଧିକ ନାଗରିକଙ୍କୁ କୋରୋନା ଟିକା ଦିଆଯିବ । ଏ ନେଇ ଏପ୍ରିଲ 28ରୁ ପଞ୍ଜୀକରଣ ଆରମ୍ଭ ହେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ