ETV Bharat / bharat

India China Talks: ଆସନ୍ତାକାଲି ଭାରତ-ଚୀନ ୧୯ତମ କମାଣ୍ଡସ୍ତରୀୟ ଆଲୋଚନା - ଭାରତ ଚୀନ ଆଲୋଚନା

ଆସନ୍ତାକାଲି ଭାରତ-ଚୀନ ମଧ୍ୟରେ ୧୯ତମ କମାଣ୍ଡସ୍ତରୀୟ ଆଲୋଚନା । ପୂର୍ବ ଲଦାଖରୁ ଚୀନ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର ଦେବ ଭାରତ । ଅଧିକ ପଢନ୍ତୁ

India China Talks
India China Talks
author img

By

Published : Aug 13, 2023, 3:14 PM IST

ନୂଆଦିଲ୍ଲୀ: ପୂର୍ବ ଲଦ୍ଦାଖରେ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଆସନ୍ତାକାଲି(ସୋମବାର) ଭାରତ ଓ ଚୀନ ମଧ୍ୟରେ ୧୯ତମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଏଥିରେ ଦୁଇ ଦେଶର ସେନା ଅଧିକାରୀ ପୂର୍ବ ଲଦ୍ଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ(LAC) ଚାଲିଥିବା ସୈନ୍ୟ ଗତିବିଧିକୁ ଶେଷ କରିବା ପ୍ରସଙ୍ଗରେ ଆଲୋଚନା କରିବେ । ଭାରତ ପଟ ଚୁସୁଲ ମୋଲ୍ଡ ସୀମାରେ ଏହି ବୈଠକ ବସିବ ବୋଲି ସୂତ୍ରରୁ ସୂଚନା ମିଳିଛି । ଏହାପୂର୍ବରୁ ଅନୁଷ୍ଠିତ ୧୮ତମ ରାଉଣ୍ଡ୍‌ ଆଲୋଚନାରେ ପୂର୍ବ ଲଦ୍ଦାଖରୁ ଚୀନ ସୈନ୍ୟ ପ୍ରତ୍ୟାହାର କରିବା ପ୍ରସଙ୍ଗରେ କୌଣସି ନିଷ୍କର୍ସ ବାହାରି ନଥିଲା ।

ପୂର୍ବ ରାଉଣ୍ଡ୍‌ ଭଳି ଆସନ୍ତାକାଲି ବୈଠକରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ୍‌ ଜେନେରାଲ ରସିମ ବାଲି ନେତୃତ୍ବ ନେବେ । ଆଲୋଚନାରେ ଭାରତ ପୂର୍ବ ଲଦ୍ଦାଖର ଡେପ୍‌ସାଙ୍ଗ୍‌ ଓ ଡେମଚୋପ୍‌ ଅଞ୍ଚଳରୁ ସେନା ପ୍ରତ୍ୟାହାର ଉପରେ ଚାପ ପକାଇବ । ଏଥିରେ ବୈଦେଶିକ ମନ୍ତ୍ରଣାଳୟ ଓ ଆଇଟିବିପିର ଅଧିକାରୀମାନେ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ତେବେ ଜି-୨୦ ଶିଖର ସମ୍ମିଳନୀକୁ ଏକ ମାସରୁ କମ୍ ସମୟ ଥିବାବେଳେ ଏହା ପୂର୍ବରୁ ଏହି କମାଣ୍ଡସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଜି୨୦ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ସାମିଲ ହେବାର ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ: ସାବଧାନ ଶତ୍ରୁ ! ଶ୍ରୀନଗରରେ MiG-29 ଲଢୁଆ ବିମାନ ମୁତୟନ କଲା ଭାରତ

ପୂର୍ବ ଲଦ୍ଦାଖରେ ସୀମା ବିବାଦକୁ ନେଇ ଚାରି ମାସ ପୂର୍ବରୁ ଏପ୍ରିଲ ୨୩ରେ ଚୀନ ପଟ ଚୁସୁଲ ମୋଲ୍ଡରେ ୧୮ତମ ରାଉଣ୍ଡ ଆଲୋଚନା ହୋଇଥିଲା । ୨୦୨୦ରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଲଗାତାର କମାଣ୍ଡର ସ୍ତରୀୟ ବୈଠକ ହୋଇଆସୁଛି । ସେହିବର୍ଷ ଗଲ୍‌ୱାନ୍‌ ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଚୀନର ଅନେକ ସୈନ୍ୟ ମଧ୍ୟ ନିହତ ହୋଇଥିଲେ । ଏହାପରେ ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏବେ ଦୁଇ ଦେଶର ୫୦ରୁ ଅଧିକ ସେନା ସୀମାରେ ମୁତୟନ ଅଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନ ଓ ଚୀନ ପଟୁ ସମ୍ଭାବ୍ୟ ବିପଦ ଆଶଙ୍କା କରି ଭାରତୀୟ ବାୟୁସେନା ଶ୍ରୀନଗର ଘାଟିରେ ଉନ୍ନୀତ ମିଗ୍-୨୯ ଯୁଦ୍ଧ ବିମାନ ମୁତୟନ କରିଛି । ଏହି ଲଢୁଆ ବିମାନ ଆକାଶରେ ଆକାଶକୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ସହ ଭୂପୃଷ୍ଠକୁ ମଧ୍ୟ ଅସ୍ତ୍ରୀ ନିକ୍ଷେପ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.