ETV Bharat / bharat

ସାବଧାନ ଡ୍ରାଗନ; T-90 ଭୀଷ୍ମ, T-72 ଅଜୟ କରିଦେବେ ଭସ୍ମ - eastern ladakh

ପୂର୍ବ ଲଦାଖରେ ସେନାକୁ ସହାୟତା କରିବା ପାଇଁ ଚିନୁକ, ଆପାଚି ଓ ଏମଆଇ-୧୭ ହେଲିକପ୍ଟରକୁ ବ୍ୟବହାର କରାଯାଉଛି । ଖାଲି ଏତିକି ନୁହେଁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଟ୍ୟାଙ୍କ T-90 ଭୀଷ୍ମ, ଓ T-72 ଅଜୟ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ଅଧିକ ପଢନ୍ତୁ...

T-72 ଅଜୟ
T-72 ଅଜୟ
author img

By

Published : Aug 9, 2021, 1:29 PM IST

ନୂଆଦିଲ୍ଲୀ: ପୂର୍ବ ଲଦାଖ ତଥା ବାସ୍ତବିକ ନିୟନ୍ତ୍ରଣ (LAC)ରେ ଭାରତ-ଚୀନ ମଧ୍ୟରେ ବିବାଦ ସାମୟିକ ଥମିଯାଇଛି ସତ କିନ୍ତୁ ସ୍ଥାୟୀ ଭାବେ ହୋଇନାହିଁ ସମାଧାନ । ସୀମାକୁ ନେଇ ଉଭୟ ଦେଶ ମଧ୍ୟରେ ପୁରା ବିବାଦ ସମାଧାନ ହୋଇନଥିବା ବେଳେ, ଏବେ ପୁଣି ସୀମାରେ ସମରସଜ୍ଜା ଚିନ୍ତା ବଢାଇଛି । କାରଣ ଆଡଭାନ୍ସ ଲ୍ୟାଡିଂ ଗ୍ରାଉଣ୍ଡ(ALG)ରେ ଏବେ ଭାରତୀୟ ବାୟୁବୀର ପୁରା ସାର ସରଞ୍ଜାମ ସହ ଚଳାଇଛନ୍ତି ଯୁଦ୍ଧ ପ୍ରସ୍ତୁତି ।

ସାବଧାନ ଡ୍ରାଗନ; T-90 ଭୀଷ୍ମ, T-72 ଅଜୟ କରିଦେବେ ଭଷ୍ମ; ପୂର୍ବ ଲଦାଖରେ ସେନାର ବଡ ଯୁଦ୍ଧ ପ୍ରସ୍ତୁତି

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବାୟୁସେନାର ହେଲିକପ୍ଟର ଚିନୁକ, ଓ ଆପାଚି ଏବେ ଫରୱାର୍ଡ ବେଶରେ ଲଗାତାର ନୂଆ ନୂଆ ଅପରେଶନ କରୁଛନ୍ତି । ଚିନୁକ ହେଲିକପ୍ଟର ଜରିଆରେ ବାୟୁସେନାର ଗରୁଡ କମାଣ୍ଡର ମାନେ ଲଦାଖ ସ୍ଥିତ ଚୀନ ସଂଲଗ୍ନ ଫରୱାର୍ଡ ବେଶରେ ଯୁଦ୍ଧଭ୍ୟାସ ଚଳାଇଛନ୍ତି । ଆପାଚି ହେଲିକପ୍ଟର ଯୋଗେ ଯବାନଙ୍କ ଆବଶ୍ୟକୀୟ ସାମଗ୍ରୀ ସମେତ ଯବାନଙ୍କୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଚୀନ ସୀମାକୁ ପୁରା ଲାଗିଥିବା ଆଡଭାନ୍ସ ଲ୍ୟାଡିଂ ଗ୍ରାଉଣ୍ଡରେ ଏହି ସବୁ ଅଭ୍ୟାସ ଜାରି ରହିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳ ପୁରା ହଲଚଲ ହୋଇପଡିଛି । ପୂର୍ବ ଲଦାଖରେ ସେନାକୁ ସହାୟତା କରିବା ପାଇଁ ଚିନୁକ, ଆପାଚି ଓ ଏମଆଇ-୧୭ ହେଲିକପ୍ଟରକୁ ବ୍ୟବହାର କରାଯାଉଛି । ଖାଲି ଏତିକି ନୁହେଁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ଟ୍ୟାଙ୍କ T-90 ଭୀଷ୍ମ, ଓ T-72 ଅଜୟ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ଏକ ବର୍ଷରୁ ଅଧିକ ସମୟ ହେଲା ସେନା ୧୪ ହଜାରରୁ ୧୭ ହଜାର ଫୁଟ ଉଚ୍ଚତାରେ ବିଯୁକ୍ତ ତାପମାତ୍ରରେ ପୁରା ଯୁଦ୍ଧ ପ୍ରସ୍ତୁତି କରୁଛି । ସର୍ବାଧିକ ୪୫ ଡିଗ୍ରୀ ବିଯୁକ୍ତ ତାପମାତ୍ରାରେ ସେନାର ଏହି ପ୍ରସ୍ତୁତି ନିଶ୍ଚିତ ଭାବେ ଶତ୍ରୁ ପକ୍ଷରେ କମ୍ପନ ସୃଷ୍ଟି କରିଛି । ତେବେ ଦଶନ୍ଧି ଦଶନ୍ଧିର ବିବାଦ ସତ୍ତ୍ବେ ବର୍ତ୍ତମାନ ଯାଏଁ ସୀମା ସମସ୍ୟା ସମାଧାନ ହୋଇନାହିଁ । ସୀମାରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସମୟ ସମୟରେ ସଂଘର୍ଷ ଘଟୁଛି । କିନ୍ତୁ ଏବେ ଯେଉଁ ଯୁଦ୍ଧାଭ୍ୟାସ ଚାଲିଛି ତାହାକୁ ନେଇ ଅନେକ ଆଲୋଚନା ବଢିବାରେ ଲାଗିଛି । କାରଣ ପୁରା ଚୀନ ସୀମାରେ ଏବେ ଭାରତୀୟ ସ୍ଥଳସେନା ଓ ବାୟୁସେନା ମିଳିତ ଭାବେ ଯେଉଁ ଅପରେସନ କରୁଛନ୍ତି ତାହା ଦେଶର ସୀମାକୁ ଆହୁରି ସୁଦୃଢ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.