ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ଉପରେ ଗୁରୁବାର ଭାରତ ଏବଂ ଚୀନ ମଧ୍ୟରେ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ଏଲଏସିରେ ଜାରି ସୀମା ବିବାଦ ମଧ୍ୟରେ ଏହି ବୈଠକ ବେଶ ଗୁରୁତ୍ବପୂର୍ଣ୍ଣ କୁହାଯାଇପାରେ । ଭାରତୀୟ ପ୍ରତିନିଧି ଭିଡିଓ କନଫରେନ୍ସିଂ ଜରିଆରେ ଚୀନ ପକ୍ଷକୁ ଜାତିସଂଘ କାର୍ଯ୍ୟକାଳ ମଧ୍ୟରେ ଭାରତର ପ୍ରାଥମିକତା ବିଷୟରେ ସୂଚନା ଦେଇଛନ୍ତି।
ୟୁଏନଏସସି ଏଜେଣ୍ଡା ଉପରେ ଉଭୟ ପକ୍ଷ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ ସୁରକ୍ଷା ପରିଷଦର ଏଜେଣ୍ଡା ଉପରେ ଉଭୟ ପକ୍ଷ ମଧ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସେମାନଙ୍କ ଯୋଗଦାନ ଜାରି ରଖିବାକୁ ସହମତ ହୋଇଛନ୍ତି।
ଭାରତ ସୁରକ୍ଷା ପରିଷଦର ଜଣେ ଅସ୍ଥାୟୀ ସଦସ୍ୟ ଭାବରେ ଦୁଇ ବର୍ଷରୁ କାର୍ଯ୍ୟ କରିଆସୁଛି । ଗତବର୍ଷ ଭାରତୀ ବିଶ୍ବ ଆତଙ୍କବାଦର ଏକ ପ୍ରଭାବଶାଳୀ ପ୍ରତିକ୍ରିୟା, ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା, ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିସ୍ତୃତ ଆଭିମୁଖ୍ୟ ଏବଂ ସୁରକ୍ଷା ପରିଷଦରେ କାର୍ଯ୍ୟ କରିବା ପାଇଁ ପ୍ରାଥମିକତା ମଧ୍ୟରେ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିଥିଲା।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ପୂର୍ବ ଏସିଆ ଏବଂ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବିଭାଗର ଅଧିକାରୀ ପ୍ରକାଶ ଗୁପ୍ତା ଭାରତ ପକ୍ଷରୁ ଏହି ବୈଠକର ନେତୃତ୍ବ ନେଇଥିଲେ । ସେହିପରି ଚୀନ ପ୍ରତିନିଧୀ ଦଳ ପକ୍ଷରୁ ଚୀନର ବୈଦେଶିକ ମନ୍ତ୍ରଣାଳୟର ଅନ୍ତରାଷ୍ଟ୍ରୀୟ ସଂଗଠନ ବିଭାଗର ମହାନିର୍ଦ୍ଦେଶକ ପ୍ରତିନିଧିତ୍ବ କରିଥିଲେ ।