ETV Bharat / bharat

17ରେ ଇଣ୍ଡିଆ ମେଣ୍ଟ ବୈଠକ: ମୁଖ୍ୟ ଏଜେଣ୍ଡା ସିଟ୍ ସେୟାରିଂ !

author img

By ETV Bharat Odisha Team

Published : Dec 8, 2023, 5:29 PM IST

INDIA bloc meeting: ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ଯୟ ପରେ, ଏବେ ଟର୍ଚ୍ଚାରେ ଇଣ୍ଡିଆ ମେଣ୍ଟ । ବିରୋଧୀଙ୍କ ମୋର୍ଚ୍ଚାର ଭାଗ୍ୟ ଓ ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ଅନିଶ୍ଚିତତା। ଆଉ ଏହାରି ଭିତରେ ଡିସେମ୍ବର ତୃତୀୟ ସପ୍ତାହରେ ହେବାକୁ ଯାଉଛି 'ଇଣ୍ଡିଆ' ମେଣ୍ଟର ବୈଠକ। ଏଥିରେ ମୁଖ୍ୟ ଏଜେଣ୍ଡା ହୋଇପାରେ ସିଟ୍ ସେୟାରିଂ। ଅଧିକ ପଢ଼ନ୍ତୁ,

17ରେ ଇଣ୍ଡିଆ ମେଣ୍ଟ ବୈଠକ : ମୁଖ୍ୟ ଏଜେଣ୍ଡା ସିଟ୍ ସେୟାରିଂ!

ନୂଆଦିଲ୍ଲୀ: 2023 ବିଧାନସଭା ନିର୍ବାଚନ ପରେ ଏବେ 2024 ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା । ସେମିଫାଇନାଲରେ ବିରୋଧୀ ଚିତପଟାଙ୍ଗ ମାରିବା ପରେ, ଫାଇନାଲରେ କଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ, ତାକୁ ନେଇ ଅନିଶ୍ଟିତତା ଜାରି ରହିଛି। ଏହାରି ଭିତରେ ଚଳିତ ମାସ 17 ରୁ 20 ତାରିଖ ମଧ୍ୟରେ ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଡିସେମ୍ବର 6ରେ ହେବାକୁ ଥିବା ଇଣ୍ଡିଆ ମେଣ୍ଟ ବୈଠକ ବାତିଲ ହେବା ପରେ, ଏବେ ନଜରରେ ଡିସେମ୍ବର ତୃତୀୟ ସପ୍ତାହରେ ହେବାକୁ ଥିବା ବିରୋଧୀ ମେଳି ଉପରେ।

ବୁଧବାର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବସିଥିଲା 'ଇଣ୍ଡିଆ' ମେଣ୍ଟ ବୈଠକ। ଏଥିରେ ବିରୋଧୀ ଦଳଗୁଡ଼ିକର ଫ୍ଲୋର୍ ଲିଡରମାନେ ସାମିଲ ହୋଇ ସଂସଦର ଶୀତକାଳୀନ ଅଧିବେଶନରେ କଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ ତାକୁ ନେଇ ଆଲୋଚନା ହୋଇଥିଲା । ତେବେ ଡିସେମ୍ବର 17 ରୁ 20 ତାରିଖ ମଧ୍ୟରେ ହେବାକୁ ଥିବା ବୈଠକ ଉପରେ ରହିଛି ନଜର। ଚର୍ଚ୍ଚା ହେଉଛି ଯେ, ଆଗାମୀ ଇଣ୍ଡିଆ ମେଣ୍ଟ ବୈଠକରେ ଆସନ ବୁଝାମଣା ବା ସିଟ୍ ସେୟାରିଂ ମୁଖ୍ୟ ଏଜେଣ୍ଡା ରହିବ। ଏଥିରେ 2024 ସାଧାରଣ ନିର୍ବାଚନରେ କେଉଁ ଦଳ ଭାଗରେ କେତେ ସିଟ୍ ପଡ଼ିବ ? କେଉଁ ଦଳକୁ କେଉଁ ରାଜ୍ୟରେ କେତେ ସିଟ୍ ମିଳିବ ? ତା ଉପରେ ମୁଖ୍ୟତଃ ଆଲୋଚନା ହେବାର ସମ୍ଭାବନା ରହିଛି।

ଏହା ମଧ୍ୟ ପଢ଼ନ୍ତୁ: ବାଥରୁମରେ ପଡ଼ିଗଲେ କେସିଆର: ଆଜି ହିପ୍ ରିପ୍ଲେସମେଣ୍ଟ୍

ଇଣ୍ଡିଆ ମେଣ୍ଟରେ ନେତୃତ୍ବ ନେଇ ଦୂର ହେଉନି ଦ୍ବନ୍ଦ୍ବ। ମେଣ୍ଟରେ କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ଆବାହକ ? ତାକୁ କୌଣସି କ୍ଲାରିଟି ବା ସ୍ପଷ୍ଟୋକ୍ତି ନାହିଁ। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାରଙ୍କର ଏହି ପଦ ପାଇଁ କାଳେ ଇଚ୍ଛା ଥିବ ଓ ସେ କାରଣରୁ ସେ ଅସନ୍ତୁଷ୍ଟ ଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି ଗତ ଡିସେମ୍ବର 3 ତାରିଖରେ 4 ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ 6 ତାରିଖରେ ମେଣ୍ଟର ଅଣଆନୁଷ୍ଠାନିକ ବୈଠକ ଡାକିଥିଲେ। ହେଲେ ଏକାଧିକ ମେଣ୍ଟ ସହଯୋଗୀ ଦଳମୁଖ୍ୟ ଏଥିରେ ଅଂଶଗ୍ରହଣ ନକରିବାକୁ ନିଷ୍ସତ୍ତି ନେଇଥିଲେ। ସେମାନଙ୍କ ମଧ୍ଯରେ ଥିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପୂର୍ବତତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିପରି ବନ୍ୟା କାରଣରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ମେଣ୍ଟ ବୈଠକରେ ସାମିଲ ହେବେ ନାହିଁ ସୂଚନା ଦେଇଥିଲେ।

ଏହାମଧ୍ଯ ପଢ଼ନ୍ତୁ: ତିନି ରାଜ୍ୟ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଘୋଷଣା: ବାଛିବେ ମୁଖ୍ୟମନ୍ତ୍ରୀ !

ଇଣ୍ଡିଆ ମେଣ୍ଟର ଶେଷ ବୈଠକ 2023 ଅଗଷ୍ଟ 31 ତାରିଖରୁ ସେପ୍ଟେମ୍ବର 1 ତାରିଖ ମଧ୍ଯରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ପରେ ସେପ୍ଟେମ୍ବର 13ରେ ମେଣ୍ଟର ସମନ୍ବୟ କମିଟି ବୈଠକ ବସି ରାଜନୀତିକ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଡିସେମ୍ବର 3ରେ 4ଟି ରାଜ୍ୟ ଏବଂ ଡିସେମ୍ବର 4ରେ ଗୋଟିଏ ରାଜ୍ୟ, ଏପରି 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ, ଡିସେମ୍ବର 6ରେ ଡକାଯାଇଥିଲା ପରବର୍ତ୍ତୀ ବୈଠକ । ମାତ୍ର କିଛି ଭାଗୁଆଳି ଦଳ ନେତାଙ୍କ ଅନୁପସ୍ଥିତ ରହିବା ନେଇ ସୂଚନା ମିଳିବା ପରେ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.