ETV Bharat / bharat

ସାଂସଦଙ୍କ ସସପେଣ୍ଡ୍ ପ୍ରତ୍ୟାହାର ଦାବି: ଗାନ୍ଧି ମୂର୍ତ୍ତି ଆଗରେ ବିରୋଧୀଙ୍କ ଧାରଣା, ନାରାବାଜି

author img

By ETV Bharat Odisha Team

Published : Dec 20, 2023, 12:51 PM IST

Updated : Dec 20, 2023, 1:31 PM IST

INDIA bloc protests against suspension: 141 ସାଂସଦଙ୍କ ଉପରୁ ସସପେଣ୍ଡ୍ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ବିକ୍ଷୋଭ । ସଂସଦରେ ହଟ୍ଟଗୋଳ ପରେ ଗାନ୍ଧି ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଛନ୍ତି ବିରୋଧୀ ଫ୍ରଣ୍ଟ । ଗଣତନ୍ତ୍ର ବଞ୍ଚାଅ ଦାବିରେ ନାରାବାଜି କରିଛନ୍ତି। ଅଧିକ ପଢ଼ନ୍ତୁ,

ସାଂସଦଙ୍କ ସସପେଣ୍ଡ୍ ପ୍ରତ୍ୟାହାର ଦାବି: ଗାନ୍ଧି ମୂର୍ତ୍ତି ଆଗରେ ବିରୋଧୀଙ୍କ ଧାରଣା, ନାରାବାଜି
ସାଂସଦଙ୍କ ସସପେଣ୍ଡ୍ ପ୍ରତ୍ୟାହାର ଦାବି: ଗାନ୍ଧି ମୂର୍ତ୍ତି ଆଗରେ ବିରୋଧୀଙ୍କ ଧାରଣା, ନାରାବାଜି

ସାଂସଦଙ୍କ ସସପେଣ୍ଡ୍ ପ୍ରତ୍ୟାହାର ଦାବି: ଗାନ୍ଧି ମୂର୍ତ୍ତି ଆଗରେ ବିରୋଧୀଙ୍କ ଧାରଣା, ନାରାବାଜି

ନୂଆଦିଲ୍ଲୀ: 141 ସାଂସଦଙ୍କ ସସପେଣ୍ଡକୁ ନେଇ ଜାରି ରହିଛି ବିରୋଧୀଙ୍କ ପ୍ରତିବାଦ। ଇଣ୍ଡିଆ ବ୍ଲକର ସାଂସଦମାନେ ଆଜି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିରୋଧୀ ମେଣ୍ଟ ସାଂସଦମାନେ ଉଭୟ ଗୃହରେ ହଟ୍ଟଗୋଳ କରିଥିଲେ । ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପରେ ବିରୋଧୀ ସାଂସଦମାନେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ପ୍ରଦର୍ଶନ କରିଛନ୍ତି । 141 ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେବା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ଇଣ୍ଡିଆ ବ୍ଲକ ଚେତବନୀ ଦେଇଛି ।

ଇଣ୍ଡିଆ ବ୍ଲକର ସାଂସଦମାନେ ଆଜି ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ ଏକାଠି ହୋଇଥିଲେ । ସେମାନେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ପ୍ରତିବାଦ କରିଥିଲେ । ସେଭ୍ ଡେମୋକ୍ରାସି ବା ଗଣତନ୍ତ୍ର ବଞ୍ଚାଅ ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ । ବିରୋଧୀ ଫ୍ରଣ୍ଟର ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ନିଲମ୍ବିତ ହୋଇଥିବା 141 ଜଣ ସାଂସଦଙ୍କ ଉପରୁ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଛି ଇଣ୍ଡିଆ ବ୍ଲକ୍ ।

ଏହା ମଧ୍ଯ ପଢ଼ନ୍ତୁ: ଲୋକସଭାରୁ 49 ସାଂସଦ ସସପେଣ୍ଡ, ଦୁଇ ଦିନରେ ନିଲମ୍ବିତ ହେଲେଣି 141

ସଂସଦର ଚଳିତ ଶୀତ ଅଧିବେଶନ ନିଲମ୍ବିତ ହୋଇଛନ୍ତି 141 ଜଣ ବିରୋଧୀ ସାଂସଦ । ଏହାକୁ ବିରୋଧ କରି ନିଲମ୍ବିତ ସାଂସଦମାନେ ଆଜି ମଧ୍ୟ ସଂସଦ ଭବନର ମକର ଦ୍ବାର ବାହାରେ ଧାରଣା ଜାରି ରଖିଛନ୍ତି । ନ୍ୟାୟ ପ୍ରଦାନ ଦାବିରେ ସେମାନେ ସ୍ଲୋଗାନ ଦେବା ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରିଛନ୍ତି । ସେପଟେ ସାଂସଦମାନଙ୍କୁ ସସପେଣ୍ଡ ଘଟଣାରେ ଆଜି ଇଣ୍ଡିଆ ବ୍ଲକର ଗୁରୁତ୍ବପୂ୍ର୍ଣ୍ଣ ବୈଠକ ବସିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖଡ଼ଗେଙ୍କ ପାର୍ଲାମେଣ୍ଟ ହାଉସ ଅଫିସରେ ବସିଥିବା ବୈଠକରେ ବିରୋଧୀ ଦଳଗୁଡ଼ିକର ଫ୍ଲୋର୍ ଲିଡର ଯୋଗ ଦେଇଛନ୍ତି । ସାଂସଦମାନଙ୍କ ଉପରେ ନିଲମ୍ବନ ଆଦେଶ ନହଟିବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଖଡ଼ଗେ।

ସଂସଦରେ ସୁରକ୍ଷା ଭଙ୍ଗ ଘଟଣାରେ ସଂସଦରେ ଅଚଳାବସ୍ଥା ଜାରି ରହିଛି । ସୁରକ୍ଷା ଉଲ୍ଲଂଘନ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କଠାରୁ ଜବାବ ଦାବିରେ ବିରୋଧୀ ସାଂସଦ ମାନେ ଉଭୟ ଗୃହରେ ହଙ୍ଗାମା କରିଥିଲେ । ସାଂସଦମାନଙ୍କ ଅଶୋଭନୀୟ ବ୍ୟବହାରକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରୁ ମୋଟ 141 ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଆସନ୍ତା 22 ତାରିଖ ଯାଏଁ ସଂସଦରେ ଶୀତ ଅଧିବେଶନ ଚାଲିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 20, 2023, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.