ETV Bharat / bharat

India-Australia joint military exercise: ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ - ଭାରତୀୟ ସେନା

(Australia joint military exercise) ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ । ଅଂଶଗ୍ରହଣ କରିବା ପାଇଁ ରାଜସ୍ଥାନରେ ପହଞ୍ଚି ସାରିଛନ୍ତି ଅଷ୍ଟ୍ରେଲିଆ ଯବାନ । 11 ଡିସେମ୍ବରରେ ଅଭ୍ୟାସ ହେବ ଶେଷ । ଅଧିକ ପଢନ୍ତୁ

India-Australia joint military exercise: କାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ

author img

By

Published : Nov 27, 2022, 5:53 PM IST

ହାଇଦ୍ରାବାଦ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମିଳିତ ସମରାଭ୍ୟାସ (India (Australia joint military exercise)। ଦୁଇ ଦେଶର ସେନା ମଧ୍ୟରେ ରାଜସ୍ଥାନର ମହାଜନ ଫିଲ୍ଡ ଫାଏରଂ ରେଞ୍ଜରେ ଏହି ମିଳିତ ଅଭ୍ୟାସ ହେବାକୁ ଯାଉଛି । ଏହାର ନାମ ରଖାଯାଇଛି ଅଷ୍ଟ୍ରା-ହିନ୍ଦ୍‌ (AUSTRA HIND)। ଏଥିପାଇଁ ଅଷ୍ଟ୍ରିଲିଆ ସେନାର ଯବାନମାନେ ରାଜସ୍ଥାନରେ ପହଞ୍ଚି ସାରିଛନ୍ତି ।

ତେବେ ଉଭୟ ଦେଶର ସ୍ଥଳସେନା ମଧ୍ୟରେ ହେବାକୁ ଯାଉଥିବା ଏହି ମିଳିତ ସମରାଭ୍ୟାସ ଶୃଙ୍ଖଳାର ଏହା ପ୍ରଥମ ସଂସ୍କରଣ । ତେବେ ଏହି ମିଳିତ ସମରାଭ୍ୟାସ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ 11 ଡିସେମ୍ବରରେ ଶେଷ ହେବ । ଏଥିରେ ଉଭୟ ସେନା ଯୁଦ୍ଧ କୌଶଳ ପ୍ରଦର୍ଶନ ସହ ସମନ୍ବୟ ଆଦାନ ପ୍ରଦାନ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଦ୍ବିପାକ୍ଷିକ ସମରାଭ୍ୟାସରେ ଅଂଶଗ୍ରହଣ ପାଇଁ ଅଷ୍ଟ୍ରେଲିଆ ସେନାର କଣ୍ଟିନଜେଣ୍ଟ ରାଜସ୍ଥାନରେ ପହଞ୍ଚି ସାରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଅଭ୍ୟାସରେ ରଣ କୌଶଳ ପ୍ରଦର୍ଶନ ଆଧାରରେ ଦକ୍ଷତା ବୃଦ୍ଧି, ପରସ୍ପର ସେନା ମଧ୍ୟରେ ଯୋଗାଯୋଗ ଓ ସମନ୍ବୟ, ବୈଷୟିକ ଜ୍ଞାନକୌଶଳର ଆଦାନ ପ୍ରଦାନ, ବହୁମୁଖୀ ଆହ୍ବାନପୂର୍ଣ୍ଣ ଅପରେସନରେ ପ୍ରଭାବୀ ପ୍ରଦର୍ଶନ ଆଦି ଉପରେ ଗୁରୁତ୍ବ ଦିଆଯିବ । ସେହିପରି ଏହି ଅଭ୍ୟାସରେ ନୂଆ ପିଢିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାରର ପ୍ରଶିକ୍ଷଣ ମଧ୍ୟ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.