ETV Bharat / bharat

Exercise Austra-Hind: ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ - ଭାରତୀୟ ସେନା

ଭାରତ-ଅଷ୍ଟ୍ରେଲିଆ ସେନା ମଧ୍ୟରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । 11 ଡିସେମ୍ବରରେ ଶେଷ ହେବ । ଅର୍ଦ୍ଧ ମୁରୁଭୁମୀ ଯୁଦ୍ଧକ୍ଷେତ୍ରରେ ବହୁମଖୀ ଅପରେସନରେ ମିଳିତ ଯୁଦ୍ଧକୌଶଳ ପ୍ରଦର୍ଶନ ସହ ସମନ୍ବୟ ଓ ଯୋଗାଯୋଗ ଆଦାନ କରିବା ଲକ୍ଷ୍ୟ । ଅଧିକ ପଢନ୍ତୁ

Exercise Austra Hind: ଆରମ୍ଭ ହେଲା ଭାରତ-ଅଷ୍ଟ୍ରେଲିଆ ମିଳିତ ସମରାଭ୍ୟାସ

author img

By

Published : Nov 28, 2022, 8:35 PM IST

ହାଇଦ୍ରାବାଦ: ଆରମ୍ଭ ହେଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମିଳିତ ସମରାଭ୍ୟାସ ଅଷ୍ଟ୍ରା-ହିନ୍ଦ୍‌ (AUSTRA HIND) (Australia joint military exercise) । ଆଜି ରାଜସ୍ଥାନରେ ମହାଜନ ଫିଲ୍ଡ ଫାଏରିଂ ରେଞ୍ଜରେ ଏହି ମିଳିତ ଅଭ୍ୟାସ ଆରମ୍ଭ ହୋଇଛି । ଏଥିପାଇଁ ଅଷ୍ଟ୍ରିଲିଆ ସେନାର ଯବାନମାନେ ଗତକାଲି (ରବିବାର) ରାଜସ୍ଥାନରେ ପହଞ୍ଚି ସାରିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ମିଳିତ ଯୁଦ୍ଧ ଅଭ୍ୟାସ ଡିସେମ୍ବର 11 ତାରିଖରେ ଶେଷ ହେବ ।

  • India-Australia Joint Exercise #AustraHind 2022 commenced today at Rajasthan. The exercise aims to share expertise in multi-domain operations in semi-desert terrain under the UN mandate: ADGPI- Indian Army pic.twitter.com/5sOx1GlQTk

    — ANI (@ANI) November 28, 2022 " class="align-text-top noRightClick twitterSection" data=" ">

ଅଭ୍ୟାସ ସମ୍ପର୍କରେ ଭାରତୀୟ ସ୍ଥଳସେନା ADGPI କହିଛନ୍ତି, ଆଜି ଠାରୁ ଏହି ସମରାଭ୍ୟାସ ଆରମ୍ଭ ହୋଇଛି । ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ବହୁମୁଖୀ ଅପରେସନର ସଫଳ କାର୍ଯ୍ୟକାରିତା ଓ ଉଭୟ ସେନା ମଧ୍ୟରେ ପାରଦର୍ଶିତା ବାଣ୍ଟିବା ଏହି ମିଳିତ ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଉଭୟ ସେନା ମିଳିତ ଯୁଦ୍ଧକୌଶଳ ପ୍ରଦର୍ଶନ ସହ ସମନ୍ବୟ ଆଦାନ ପ୍ରଦାନ କରିବେ । ଚଳିତବର୍ଷ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ଦୁଇ ଦେଶ ମଧ୍ୟରେ ସମରାଭ୍ୟାସ ଶୃଙ୍ଖଳାର ଏହା ପ୍ରଥମ ସଂସ୍କରଣ ।

ଗତକାଲି ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ, ଏହି ଅଭ୍ୟାସରେ ରଣକୌଶଳ ପ୍ରଦର୍ଶନ ଆଧାରରେ ଦକ୍ଷତା ବୃଦ୍ଧି, ପରସ୍ପର ସେନା ମଧ୍ୟରେ ଯୋଗାଯୋଗ ଓ ସମନ୍ବୟ, ବୈଷୟିକ ଜ୍ଞାନକୌଶଳର ଆଦାନ ପ୍ରଦାନ, ବହୁମୁଖୀ ଆହ୍ବାନପୂର୍ଣ୍ଣ ଅପରେସନରେ ପ୍ରଭାବୀ ପ୍ରଦର୍ଶନ ଆଦି ଉପରେ ଗୁରୁତ୍ବ ଦିଆଯିବ । ସେହିପରି ଏହି ଅଭ୍ୟାସରେ ନୂଆ ପିଢିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାରର ପ୍ରଶିକ୍ଷଣ ମଧ୍ୟ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.