ETV Bharat / bharat

INDIA Alliance Mumbai Meet: 'ପ୍ରଧାନମନ୍ତ୍ରୀ ଓ ବିଜେପି ଦୁର୍ନୀତି ସହ ବନ୍ଧା, INDIAକୁ ହରାଇବା ବିଜେପି ପାଇଁ ଅସମ୍ଭବ'

author img

By ETV Bharat Odisha Team

Published : Sep 1, 2023, 6:57 PM IST

ପୁଣି ଆଦାନୀ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଦୁର୍ନୀତି ସହ ବନ୍ଧା । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର ତୃତୀୟ ବୈଠକ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମୋଦି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଦୁର୍ନୀତି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ବନ୍ଧା ବୋଲି କହିଛନ୍ତି ରାହୁଲ । ଆଦାନୀ ପ୍ରସଙ୍ଗ ଉଠାଇ ରାହୁଲ ଏପରି କହିବା ସହିତ ଏହି ପ୍ରସଙ୍ଗରେ ପୁଣି ତଦନ୍ତ ଲାଗି ସେ ଦାବି କରିଛନ୍ତି । ଜି-୨୦ ସମ୍ମିଳନୀ ପୂର୍ବରୁ ମୋଦି ସରକାର ନିଜ ସ୍ବଚ୍ଛତା ପରିପ୍ରକାଶ କରି ଏହା ଉପରେ ମୁହଁ ଖୋଲନ୍ତୁ ବୋଲି ଦାବି କରିଛନ୍ତି ରାହୁଲ ।

ଏନେଇ ରାହୁଲ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜଣେ ଶିଳ୍ପପତି (ଆଦାନୀ)ଙ୍କ ସହିତ ଥିବା ସମ୍ପର୍କକୁ ପ୍ରତିଟି ଭାରତୀୟ ଦେଖିପାରୁଛନ୍ତି । ମୁଁ ଗତକାଲି ପ୍ରେସ କନଫରେନ୍ସରେ ଯେପରି କହିଥିଲି ଆଗକୁ G-20 ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଭାରତ ତଥା ଦେଶର ବିଶ୍ବସନୀୟତା, ସଚ୍ଚୋଟତା ଦର୍ଶାଇ ଏହା ଉପରେ ନିଜର ମତ ରଖନ୍ତୁ ଏବଂ ଆଦାନୀ ପ୍ରସଙ୍ଗରେ ତଦନ୍ତ ଲାଗି ନିର୍ଦ୍ଦେଶ ଦିଅନ୍ତୁ ।" ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଦୁର୍ନୀତି ସହିତ ବନ୍ଧା । ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ପ୍ରଥମେ ଏହାକୁ ପ୍ରମାଣିତ କରିବ ।

ଏହା ବି ପଢନ୍ତୁ- Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନୀରବ ?

ରାହୁଲ ବିଜେପି ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଆଣି କହିଛନ୍ତି, "ମୋଦି ସରକାରର ମୂଳ ଲକ୍ଷ୍ୟ ହେଉଛି ଭାରତର ଗରିବଙ୍କଠାରୁ ଅର୍ଥ ଲୁଟ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଛନ୍ତି । ସେ କାହିଁକି ତଦନ୍ତ ଲାଗି ନିର୍ଦ୍ଦେଶ ଦେଉନାହାନ୍ତି ? " ଆଦାନୀ ପ୍ରସଙ୍ଗ ୨ଟି ବିଦେଶୀ ଖବରକାଗଜରେ ପ୍ରକାଶିତ ହୋଇଥିଲା । ଏହାଦ୍ବାରା ଭାରତର ଆଭିମୁଖ୍ୟ ପ୍ରଭାବିତ ହୋଇଛି । ଏଣୁ G-20 ସମ୍ମିଳନୀକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନିଜ ସ୍ବଚ୍ଛତା ଦର୍ଶାଇ ଏହି ପ୍ରସଙ୍ଗରେ ମତ ରଖନ୍ତୁ ବୋଲି ରାହୁଲ ଦାବି କରିଛନ୍ତି ।

ଆସନ୍ତା ସେପ୍ଟେମ୍ବର ୮ ଓ ୯ ତାରିଖରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଅନେକ ରାଷ୍ଟ୍ର ନେତା ଯୋଗେଦେବ । ଏ ନେଇ ରାହୁଲ କହିଛନ୍ତି, "ରାଷ୍ଟ୍ରନେତା ଭାରତ ଆସିବେ । ଭାରତରେ ମୁଖ୍ୟ କମ୍ପାନୀ ସମ୍ପର୍କରେ ପ୍ରଶ୍ନ କରିବେ । ଆଦାନୀ ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ କରିବେ । ନିକଟରେ ଆଦାନୀ ପ୍ରସଙ୍ଗରେ ତଦନ୍ତ ହୋଇଥିଲା । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (SEBI)କୁ କିଛି ପ୍ରମାଣ ହସ୍ତାନ୍ତର କରାଯାଇଥିଲା । ମାତ୍ର ସେବି ଆଦାନୀଙ୍କୁ କ୍ଲିନିଚଟ୍‌ ଦେଇଥିଲା । ଏଥିରୁ ସ୍ପଷ୍ଟ ଯେ ଏହି ମାମଲାରେ କିଛି ତ କେଳେଙ୍କାରୀ ରହିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.