ETV Bharat / bharat

୭୫ ହଜାରରୁ ଅଧିକ ଷ୍ଟାର୍ଟଅପକୁ ମିଳିଛି ମାନ୍ୟତା: ବାଣିଜ୍ୟ ମନ୍ତ୍ରୀ

author img

By

Published : Aug 3, 2022, 10:37 PM IST

ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ମିଳିଛି । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏହି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ । ଅଧିକ ପଢନ୍ତୁ

ବାଣିଜ୍ୟ ମନ୍ତ୍ରୀ
Etv ବାଣିଜ୍ୟ ମନ୍ତ୍ରୀBharat

ନୂଆଦିଲ୍ଲୀ: ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ମିଳିଛି । କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ଏବଂ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏହି ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଏହି ସଂଖ୍ୟା ପରିକଳ୍ପିତ – ଶକ୍ତିର ପ୍ରମାଣ ଦେଇଥାଏ । ଏହା ଏମିତି ଏକ ପରିକଳ୍ପନା, ଯାହା ନବସୃଜନ ଏବଂ ଉଦ୍ୟମିତା ଆଧାରିତ ବିକାଶ ସମ୍ପର୍କିତ ଅଟେ ।

  • These numbers tell the power of a vision.

    A vision to see innovation & enterprise drive growth.

    India is now home to 75,000 startups in the 75th year of Independence and this is only the beginning. pic.twitter.com/Dh6sVxUnLU

    — Piyush Goyal (@PiyushGoyal) August 3, 2022 " class="align-text-top noRightClick twitterSection" data=" ">

These numbers tell the power of a vision.

A vision to see innovation & enterprise drive growth.

India is now home to 75,000 startups in the 75th year of Independence and this is only the beginning. pic.twitter.com/Dh6sVxUnLU

— Piyush Goyal (@PiyushGoyal) August 3, 2022

ଉଦ୍ୟୋଗ ଏବଂ ଆନ୍ତରୀଣ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ୭୫ ହଜାରରୁ ଅଧିକ ଷ୍ଟାର୍ଟ - ଅପକୁ ମାନ୍ୟତା ପ୍ରଦାନ କରିଛି । ଯାହା ସ୍ୱାଧୀନତାର ୭୫ ବର୍ଷ ହେବା କ୍ରମରେ ଏକ ମାଇଲ ଖୁଣ୍ଟ ହେବ । ଭାରତ ଯେତେବେଳେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ନବସୃଜନ, ଉତ୍ସାହ ଏବଂ ଉଦ୍ୟମୀ ଭାବନା ଭାରତୀୟ ଷ୍ଟାର୍ଟ ଅପ୍ସ ପାରିବେଶିବ ବ୍ୟବସ୍ଥାକୁ କ୍ରମାଗତ ଭାବେ ଗତି ପ୍ରଦାନ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ୧୫ ଅଗଷ୍ଟ, ୨୦୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସ ଅବସରରେ ଏକ ନୂତନ ଭାରତର ପରିକଳ୍ପନା ନେଇ ଘୋଷଣା କରିଥିଲେ । ଯାହା ଦେଶବାସୀ ମାନଙ୍କର ଉଦ୍ୟମଶୀଳତା କ୍ଷମତାକୁ ଜାଗ୍ରତ କରିବ । ପରବର୍ତ୍ତୀ ବର୍ଷ ଜାନୁଆରୀ ୧୬ ରେ, ଯାହାକୁ ଏବେ ଜାତୀୟ ଷ୍ଟାର୍ଟ - ଅପସ୍ ଦିବସ ରୂପରେ ଘୋଷିତ କରାଯାଇଥିଲା । ସେହି ଦିନ ଦେଶରେ ଷ୍ଟାର୍ଟ - ଅପ୍ସ ଏବଂ ନବସୃଜନକୁ ସହାୟତା କରିବା ପାଇଁ ଏକ ସୁଦୃଢ ପାରିବେଶିକ ବ୍ୟବସ୍ଥାରଯୋଜନା ଆରମ୍ଭ କରାଯାଇଥିଲା । ଏହି ଛଅ ବର୍ଷ ସମୟରେ, ଏହି କାର୍ଯ୍ୟ ଯୋଜନା ଦ୍ୱାରା ଭାରତକୁ ତୃତୀୟ ବୃହତ ପାରିବେଶିକ ବ୍ୟବସ୍ଥା ନିର୍ମାଣ କରିବାରେ ସଫଳ ମାର୍ଗ -ଦର୍ଶନ ମିଳିଛି । ଯେଉଁଠାରେ ୧୦ ହଜାର ଷ୍ଟାର୍ଟ - ଅପ୍ସକୁ ୮୦୮ ଦିନରେ ମାନ୍ୟତା ପ୍ରାପ୍ତ ହୋଇ ଥିଲା, ସେଠାରେ ଏବେ ୧୦ ହଜାର ଷ୍ଟାର୍ଟ - ଅପ୍ସକୁ ମାତ୍ର ୧୫୬ ଦିନରେ ମାନ୍ୟତା ମିଳିଛି । ଏହି ହିସାବରେ ପ୍ରତିଦିନ ୮୦ ରୁ ଅଧିକ ଷ୍ଟାର୍ଟ ଅପ୍ସକୁ ମାନ୍ୟତା ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏହି ହାର ବିଶ୍ୱରେ ସର୍ବାଧିକ ଅଟେ ।

ସେହିପରି ମନ୍ତ୍ରୀ କହିଛନ୍ତି ମୋଟ ମାନ୍ୟତାପ୍ରାପ୍ତ ଷ୍ଟାର୍ଟ ଅପ୍ସ ମଧ୍ୟରୁ ପାଖାପାଖି ୧୨ ପ୍ରତିଶତ ଆଇଟି ସେବା କ୍ଷେତ୍ରର ହୋଇଥିବା ବେଳେ, ୯% ସ୍ୱାସ୍ଥ୍ୟ ସୁବିଧା ଏବଂ ଜୀବ ବିଜ୍ଞାନ କ୍ଷେତ୍ରର, ୭% ଶିକ୍ଷା କ୍ଷେତ୍ରର, ୫% ପ୍ରତିଶତ ବୃତିଗତ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରର ଏବଂ ୫% କୃଷି ଆବଶ୍ୟକତା ଗୁଡିକ ସହିତ ସମ୍ବନ୍ଧିତ ଅଟେ । ଭାରତୀୟ ଷ୍ଟାର୍ଟ - ଅପ୍ସ ପାରିବେଶିକ ବ୍ୟବସ୍ଥା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛି, ଏବଂ ଏଥିରେ ବିଗତ ୬ ବର୍ଷ ମଧ୍ୟରେ ବାର୍ଷିକ ୧୧୦ ପ୍ରତିଶତର ବୃଦ୍ଧି ଘଟିଛି । ବାସ୍ତବରେ , ଆମର ମୋଟ ଷ୍ଟାର୍ଟ - ଅପ୍ସ ମଧ୍ୟରୁ ୪୯ ପ୍ରତିଶତ ଟାୟାର – ୨ ସହରରୁ ଏବଂ ଟାୟାର – ୩ ସହରରୁ ଅଟେ, ଯାହା ଆମ ଦେଶର ଯୁବକ ମାନଙ୍କର ଦୃଢ କ୍ଷମତାର ପରିଚୟ ଅଟେ ବୋଲି ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.