ETV Bharat / bharat

Vaccination; ଦେଶରେ 105 କୋଟି ଟପିଲା ଟୀକାକରଣ

author img

By

Published : Oct 30, 2021, 7:11 AM IST

କୋଭିଡକୁ ମାତ୍ ଦେବାକୁ ଲଢେଇ ଜାରି ରଖିଛି ଭାରତ । ଦେଶରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଟୀକାକରଣ । ଏଯାବତ୍ ମୋଟ 105 କୋଟି ଟୀକାକରଣ କରାଯାଇଛି । ଅଧିକ ପଢନ୍ତୁ...

Vaccination ; ଦେଶରେ 105 କୋଟି ଟପିଲା ଟୀକାକରଣ

ନୂଆଦିଲ୍ଲୀ: କୋଭିଡକୁ ମାତ୍ ଦେବାକୁ ଲଢେଇ ଜାରି ରଖିଛି ଭାରତ । ଦେଶରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଟୀକାକରଣ । ଏଯାବତ୍ ମୋଟ 105 କୋଟି ଟୀକାକରଣ କରାଯାଇଛି । ଏନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ତଭିୟା ଟୁଇଟ କରିଛନ୍ତି । ଗୁରୁବାର ଦିନ ଦେଶରେ 66 ଲକ୍ଷ 55 ହଜାର 033 କୋରୋନା ଟିକା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା ।

ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.