ETV Bharat / bharat

National Flag Hoisting Rules: ଜାଣନ୍ତୁ ତ୍ରିରଙ୍ଗାର ମାହାତ୍ମ୍ୟ ଓ ବ୍ୟବହାର ସମ୍ବନ୍ଧୀୟ ନିୟମ - ଅଗଷ୍ଟ ୧୫ ୨୦୨୩

ଜଣେ ଭାରତୀୟ ଭାବେ ତ୍ରିରଙ୍ଗା ପତାକାର ମାହାତ୍ମ୍ୟ ଓ ଏହାର ସମ୍ମାନର୍ଥେ କଣ ସବୁ ରହିଛି ନିୟମ ସେ ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ । ଯାହାଦ୍ବାରା ଆମ ଜାତୀୟ ପତାକାର ଗାରିମା ବଜାୟ ରହିବ । ତେବେ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Etv Bharat
Etv Bharat
author img

By

Published : Aug 14, 2023, 5:39 PM IST

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଦେଶ ପାଳିବ ସ୍ବାଧୀନତାର ୭୭ ବର୍ଷ । ଏ ନେଇ ଚାରିଆଡ଼େ ଚାଲିଛି ପ୍ରସ୍ତୁତି । ଚଳିତ ବର୍ଷ ମଧ୍ୟ ହର ଘର ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ଦେଶର ଜାତୀୟ ପତାକା 'ତ୍ରିରଙ୍ଗା'କୁ ଦେଶବାସୀ ସମ୍ମାନ ଜଣାଇଥାନ୍ତି । ପତାକା ଉତ୍ତୋଳନ ଓ ଅବତରଣ ସମୟରେ ପ୍ରତ୍ୟେକ ଭାରତୀୟଙ୍କୁ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଆମ ତ୍ରିରଙ୍ଗାର ଅପମାନ ହୋଇପାରେ । ତେବେ ସେହି ସମସ୍ତ ନିୟମାବଳୀ ସମ୍ପର୍କରେ ଆସନ୍ତୁ ଜାଣିବା ।

National flag of India
National flag of India

ତ୍ରିରଙ୍ଗାର ମାହାତ୍ମ୍ୟ:- ଜାତୀୟ ପତାକାରେ ତିନୋଟି ରଙ୍ଗରେ ଥିବାରୁ ଏହାକୁ ତ୍ରିରଙ୍ଗା ବୋଲି କୁହାଯାଏ । ଏହି ୩ଟି ରଙ୍ଗର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଯେମିତି ଆମେ ଜାଣିଛେ ତ୍ରିରଙ୍ଗାର ଉପରି ଭାଗରେ କମଳା ରଙ୍ଗ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ରହିଥାଏ । କମଳା ରଙ୍ଗ ତ୍ୟାଗ, ସାହସିକତା ଓ ବଳିଦାନର ପ୍ରତୀକ ହୋଇଥିବା ବେଳେ ଧବଳ ରଙ୍ଗ ହୋଇଥାଏ ଶାନ୍ତି, ସତ୍ୟ ଓ ପବିତ୍ରତାର ପ୍ରତୀକ । ଏହାସହ ବିବିଧତା ମଧ୍ୟରେ ଏକତାର ପ୍ରତୀକ ହୋଇଥାଏ ଧଳା ରଙ୍ଗ । ସେହିପରି ସବୁଜ ରଙ୍ଗ ହୋଇଥାଏ ସମୃଦ୍ଧର ପ୍ରତୀକ ।

ଅଶୋକ ଚକ୍ରର ମାହାତ୍ମ୍ୟ:- ତ୍ରିରଙ୍ଗାର ମଝି ଭାଗରେ ରହିଥାଏ ଅଶୋକ ଚକ୍ର । ଯେଉଁଥିରେ ରହିଛି ୨୪ଟି ରେଖା ରହିଥାଏ । ଅଶୋକ ଚକ୍ର ନିରନ୍ତରତା ଓ ଗତିଶୀଳତାର ପ୍ରତୀକ ହୋଇଥାଏ । ଧବଳ ରଙ୍ଗ ଉପରେ ରହିଥାଏ ଅଶୋକ ଚକ୍ର । ଜାତୀୟ ପତାକାର ସମ୍ମାନ ଓ ପବିତ୍ରତା ବଜାୟ ରଖିବା ଲାଗି ଭାରତୀୟ ଧ୍ବଜ ସଂହିତା ଜାରି କରାଯାଇଛି । ପତାକା ଉତ୍ତୋଳନ ଓ ଅବତରଣ ସମୟରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ମଧ୍ୟ ରହିଛି । ଯାହାଦ୍ବାରା ତ୍ରିରଙ୍ଗାର ଗାରିମା ଚିରଦିନ ପର୍ଯ୍ୟନ୍ତ ବଜାୟ ରହିବ । ତେବେ ଆସନ୍ତୁ ସେହି ନିୟମ ସମ୍ପର୍କରେ ଜାଣିବା...

National flag of India
National flag of India
  1. ସମସ୍ତେ ନିଜ ଘରୁ ତ୍ରିରଙ୍ଗା ପତାକାକୁ ଉଡ଼ାଇ ପାରିବେ ।
  2. ସାଧାରଣ ନାଗରିକ, ଘରୋଇ ସଂଗଠନ ଓ ଶିକ୍ଷାନୁଷ୍ଠାନ ଜାତୀୟ ପତାକାର ଗାରିମାକୁ ବଜାୟ ରଖି ପ୍ରତିଦିନ କିମ୍ବା କୌଣସି ବିଶେଷ କାର୍ଯ୍ୟକ୍ରମ ବେଳେ ପତାକା ଉଡ଼ାଇ ପାରିବେ ।
  3. ତ୍ରିରଙ୍ଗା ପ୍ରତି ଥିବା ସମ୍ମାନକୁ ପ୍ରେରଣା ଯୋଗାଇବା ଲାଗି ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, କ୍ରୀଡା ଶିବିର, ଏନସିସି-ସ୍କାଉଟ୍‌ ଆଦି ଶିବିରରେ ତ୍ରିରଙ୍ଗାକୁ ଉଡ଼ାଇ ହେବ ।
  4. ତ୍ରିରଙ୍ଗା କୌଣସି ଆକାରର ହୋଇପାରେ, କିନ୍ତୁ ଏହାର ଅନୁପାତ ୩:୨ ଅନୁପାତ ମଧ୍ୟରେ ରହିବା ଆବଶ୍ୟକ ।
  5. ତ୍ରିରଙ୍ଗାକୁ ୨୪ ଘଣ୍ଟା ବା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଉଡ଼ାଇ ହେବ ।
  6. ତ୍ରିରଙ୍ଗା ଉଡ଼ାଇବା ସମୟରେ ଗୋଟିଏ ଦିଗ ପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ । ଯେପରି କମଳା ରଙ୍ଗଟି ଉପରି ଭାଗରେ ରହିବ ।
  7. ପତାକା ଉତ୍ତୋଳନ ସମୟରେ ଏହା ଭୂମି ବା ପାଣିକୁ ଯେପରି ସ୍ପର୍ଶ କରିବ ନାହିଁ ।
  8. ତ୍ରିରଙ୍ଗା ଉଡ଼ାଇବା ସମୟରେ ଏହା ସୁନିଶ୍ଚିତ କରିବା ଉଚିତ ଯେ ଏହାଠୁ ଉଚ୍ଚରେ ଯେପରି ଅନ୍ୟ କୌଣସି ପତାକା ଉଡ଼ିବ ନାହିଁ ।
  9. ଯଦି ତ୍ରିରଙ୍ଗା ପତାକାରେ କୌଣସି ଫାଟ ରହିଛି, ତେବେ ଏହାକୁ ସମ୍ମାନର ସହିତ ଅବତରଣ କରିବା ଆବଶ୍ୟକ ଏବଂ ବ୍ୟବହାର କରିବା ଅନୁଚିତ ।
  10. ଭାରତୀୟ ଧ୍ବଜ ସଂହିତା ଅନୁସାରେ ଚିରି ଯାଇଥିବା ତ୍ରିରଙ୍ଗାକୁ ଜଳାଇ ନଷ୍ଟ କରିବା ଉଚିତ ।
  11. ଯଦି ତ୍ରିରଙ୍ଗା କାଗଜରେ ତିଆରି ହୋଇଛି, ତେବେ ଧ୍ୟାନ ରଖିବା ଉଚିତ ଯେ ଯେପରି ଏହା ଭୂମିରେ ପଡ଼ିବ ନାହିଁ ।
  12. ତ୍ରିରଙ୍ଗା ପତାକାକୁ ସାମ୍ପ୍ରଦାୟିକ ବା ବ୍ୟକ୍ତିଗତ ଭାବେ ବ୍ୟବହାର କରିବା ଅନୁଚିତ । ଏହାକୁ କପଡ଼ା ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ ନାହିଁ ।
  13. ଯଥାସମ୍ଭବ ତ୍ରିରଙ୍ଗା ପତାକାକୁ ସମସ୍ତ ଋତୁରେ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉଡ଼ାଇବା ଆବଶ୍ୟକ।କ୍ଷତିଗ୍ରସ୍ତ ବା ରଙ୍ଗବିହୀନ ପତାକା ଉଡ଼ାଇବା ଅନୁଚିତ ।
  14. ଯେତେବେଳ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆଦେଶ ଆସି ନାହିଁ ସେତେବେଳ ପର୍ଯ୍ୟନ୍ତ ଜାତୀୟ ପତାକାକୁ ଅର୍ଦ୍ଧନିମିତ କରି ଉଡ଼ାଇବା ଅନୁଚିତ ।
  15. ଜାତୀୟ ପତାକାରେ କୌଣସି ନାରା ବା ବାକ୍ୟ ଲେଖିବା ଅନୁଚିତ । ଏଥିରେ କୌଣସି ଚିତ୍ର ବିଚିତ୍ର କରି ଏହାକୁ ବିକୃତ କରିବା ମଧ୍ୟ ଅନୁଚିତ ।
  16. ଯଦି ତ୍ରିରଙ୍ଗା ପତାକାକୁ ବ୍ୟବହାର କରାଯାଉ ନାହିଁ, ତେବେ ଏହାକୁ ସମ୍ମାନପୂର୍ବକ ଭାଙ୍ଗିକି ସୁରକ୍ଷିତ ଭାବେ ରଖିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.