ETV Bharat / bharat

Independence Day: 954 ପୋଲିସ ପାଇବେ ମେଡାଲ, ଓଡିଶାରୁ 17 - ସ୍ବାଧୀନତା ଦିବସ

ଆସନ୍ତାକାଲି 77ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏ ନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ

service medal to police personnel
954 ପୋଲିସ ପାଇବେ ମେଡାଲ
author img

By

Published : Aug 14, 2023, 2:18 PM IST

ନୂଆଦିଲ୍ଲୀ: ସେବା, ଦକ୍ଷତା ଓ ପରିଶ୍ରମକୁ ସମ୍ମାନ । ଆସନ୍ତାକାଲି 77ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହାସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ 954ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ଓଡ଼ିଶାରୁ ମୋଟ 17 ଜଣ ପୋଲିସ ଅଧିକାରୀ ଏହି ପଦକ ପାଇବେ ।

ମୋଟ 954ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ । ସେଥିରୁ 229 ପୋଲିସ ଅଧିକାରୀଙ୍କୁ ପୋଲିସ ମେଡାଲ ଫର ଗ୍ୟାଲେଣ୍ଟ୍ରୀ ପ୍ରଦାନ କରାଯିବ । 82 ଜଣଙ୍କୁ ପ୍ରେସିଡେଣ୍ଟ ପୋଲିସ ପଦକ ଓ 642 ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ । ପ୍ରେସିଡେଣ୍ଟ୍‌ ପୋଲିସ ମେଡାଲ (PPMG) ସିଆରପିଏଫଏ କମାଣ୍ଡାଣ୍ଟ ଲୋଉରାକପାମ ଇବୋମଚା ସିଂହଙ୍କୁ ପ୍ରଦାନ କରାଯିବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । 125 ପୋଲିସ ଅଧିକାରୀ ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳ, ଜାମୁକାଶ୍ମୀରରୁ 71 ପୋଲିସ ଅଧିକାରୀ ଏବଂ ଉତ୍ତରପୂର୍ବରୁ 11 ପୋଲିସ ଅଧିକାରୀ ଏହି ସମ୍ମାନରେ ସମ୍ମାନିତ ହେବେ ।

ଓଡିଶାରୁ ପାଇବେ 17 ପୋଲିସ: ଓଡିଶାରୁ ମୋଟ 17 ପୋଲିସ ଅଧିକାରୀ ପୋଲିସ ମେଡାଲ ପାଇବେ । ସାହସିକତା ପାଇଁ 4 ପୋଲିସ କର୍ମଚାରୀ ପଦକ ପାଇବେ । ସେହିପରି ବିଶିଷ୍ଟ ସେବା ପାଇଁ 2 ଓ ଉଲ୍ଲେଖ୍ୟନୀୟ ସେବା ପାଇଁ 11ଜଣଙ୍କୁ ପୋଲିସ ପଦକରେ ସମ୍ମାନିତ କରାଯିବ । ସୁବେଦାର ପ୍ରହଲ୍ଲାଦ ହିମିରିକା ଓ ଏସଆଇ ସିନ୍ତୋଷ ଗୁରୁଙ୍କୁ ସାହସିକାତା ପଦକ, କମାଣ୍ଡୋ ସୁନୀଲ ବରିହା ଓ କନଷ୍ଟେବଳ ସୁଜିତ ରଣାଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ...ଦେଶ ପାଳିବ 77ତମ ସ୍ବାଧୀନତା ଦିବସ: ଚମକୁଛି ଐତିହାସିକ ଲାଲକିଲ୍ଲା, ଏଥର 1800 ସ୍ବତନ୍ତ୍ର ଅତିଥି

ଏହା ବି ପଢନ୍ତୁ...ତଦନ୍ତରେ ଉତ୍କର୍ଷତା, ପୁରୀ ସିଟି ଡିଏସପିଙ୍କୁ ସମ୍ମାନିତ କରିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ଗ୍ୟାଲେଣ୍ଟ୍ରୀ ପ୍ରେସିଡେଣ୍ଟ୍‌ ପୋଲିସ ମେଡାଲ (PPMG) ଏବଂ ପୋଲିସ ମେଡାଲ ଫର ଗ୍ୟାଲେଣ୍ଟ୍ରୀ (PPG) ଜୀବନ ଓ ସମ୍ପତ୍ତି ରକ୍ଷା ଦିଗରେ ପୋଲିସ ଅଧିକାରୀଙ୍କ ଉଲ୍ଲେଖ୍ୟନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ବିଶିଷ୍ଟ ସେବା ପାଇଁ ପ୍ରେସିଡେଣ୍ଟ୍‌ ପୋଲିସ ମେଡାଲ ପ୍ରଦାନ କରାଯାଏ । କର୍ତ୍ତବ୍ୟ ସୂଚାରୁ ରୂପେ ତୁଲାଇବା ସହ ମୂଲ୍ୟବାନ ସେବା ପ୍ରଦାନ ନେଇ ପୋଲିସ ମେଡାଲ ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ସ୍ବାଧୀନତା ଦିବସରେ ସାହାସିକତା ଓ ବିଶିଷ୍ଟ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଥାଏ । ଆଗାମୀ ଦିନରେ କିଭଳି ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ସହ ଉତ୍କୃଷ୍ଠ ସେବା ପ୍ରଦାନ କରାଯିବ ସେନେଇ ପ୍ରେରଣା ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.