ETV Bharat / bharat

ବଢିଲା ବାୟୁସେନାର ଶକ୍ତି, LRBର ସଫଳ ଫ୍ଲାଇଟ୍ ଟେଷ୍ଟ

LRB ର ସଫଳ ପରୀକ୍ଷଣ । ଦୂରଗାମୀ ବୋମା (Long Range Bomb)ର ସଫଳ ଫ୍ଲାଇଟ୍ ଟେଷ୍ଟ । ଏହି ଫ୍ଲାଇଟ୍ ଟେଷ୍ଟରେ LRB ସମସ୍ତ ପାରାମିଟର ସଠିକ ଭେବେ ହିଟ କରିଥିଲା । ଅଧିକ ପଢନ୍ତୁ । ଅଧିକ ପଢନ୍ତୁ...

Increased Indian Air Force strength
ବଢିଲା ଭାରତୀୟ ବାୟୁସେନାର ଶକ୍ତି,ଦୂରଗାମୀ ବୋମାର ସଫଳ ପରୀକ୍ଷଣ
author img

By

Published : Oct 29, 2021, 8:03 PM IST

ନୂଆଦିଲ୍ଲୀ: ଡିଆରଡିଓକୁ ଜବରଦସ୍ତ ସଫଳତା । ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ବଢିଲା ଭାରତୀୟ ବାୟୁ ସେନାର ଶକ୍ତି । ଭାରତୀୟ ବାୟସେନା ଓ ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ (DRDO) ମିଳିତି ଉଦ୍ୟମରେ ଦୂର ଗାମୀ ବୋମା (LRB) ସଫଳ ପରୀକ୍ଷଣ ହୋଇଛି ।

ଶୁକ୍ରବାର ବାଲେଶ୍ବର ଚାନ୍ଦିପୁର ସ୍ଥିତ ଭାରତୀୟ ପ୍ରତିରକ୍ଷା ଗବେଷଣା କେନ୍ଦ୍ରରେ ଏସ ଦୂରଗାମୀ (LRB) ବୋମା ପରୀକ୍ଷଣ କରାଯାଇଛି । ଯୁଦ୍ଧ ବିମାନରୁ ନିକ୍ଷେପ କରିବା ପରେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସଠିକ ଲକ୍ଷ୍ୟ ଭେଦ କରିପାରିଛି । ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ଏଲଆର ବୋମାକୁ DRDOର ହାଇଦ୍ରାବାଦ ସ୍ଥିତ ଇମ୍ରାତ ଗବେଷଣା କେନ୍ଦ୍ରରୁ ବିକଶିତ କରାଯାଇଛି ।

ଆଜିର ଏହି ଫ୍ଲାଇଟ୍ ଟେଷ୍ଟରେ LRB ସମସ୍ତ ପାରାମିଟର ସଠିକ ଭେବେ ହିଟ କରିଥିଲା । ଏହା ଭୂପୃଷ୍ଠରେ ସଠିକ ଲକ୍ଷ୍ୟଭେଦ କରିଥିଲା । ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଓ ବାୟୁସେନାର ମିଳିତ ପ୍ରୟାସକୁ ପ୍ରଂଶସା କରିଛନ୍ତି ।

ଏପଟେ ଡିଆରଡିଓ ଅଧ୍ୟକ୍ଷ ଜି ସତୀଶ ରେଡ୍ଡୀ କହିଛନ୍ତି ଲଙ୍ଗ-ରେଞ୍ଜ ବୋମାର ସଫଳ ପରୀକ୍ଷଣ ପରେ ଏହି ଶ୍ରେଣୀର ସ୍ବଦେଶୀ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରିଛି।

ଅନ୍ୟପଟେ ଗତକାଲି (ଗୁରୁବାର) ରାଜସ୍ଥାନ ପୋଖରନରେ Smart Anti Airfield ଅସ୍ତ୍ରର ସଫଳ ପରୀକ୍ଷଣ ହୋଇଥିଲା । ତେବେ ଆଗାମୀ ଦିନରେ ଏହାର ଅଧିକରୁ ଅଧିକ ପରୀକ୍ଷଣ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.