ETV Bharat / bharat

ଦ୍ବିତୀୟ ଦିନରେ BBC ଅଫିସରେ ଆୟକର ବିଭାଗ ରେଡ ଜାରି, ଯାଞ୍ଚ କାରଣ ଅସ୍ପଷ୍ଟ

ଦିଲ୍ଲୀ ଓ ମୁମ୍ବାଇରେ ଥିବା ବ୍ରିଟିଶ ଗଣମାଧ୍ୟମ ସଂସ୍ଥା ବିବିସି କାର୍ଯ୍ୟଳୟରେ ଦ୍ବିତୀୟ ଦିନରେ ଆୟକର ବିଭାଗ ରେଡ ଜାରି ରଖିଛି । ଅଧିକ ପଢନ୍ତୁ

author img

By

Published : Feb 15, 2023, 12:12 PM IST

Income Tax raid in BBC offices
ଦ୍ବିତୀୟ ଦିନରେ BBC ଅଫିସରେ ଆୟକର ବିଭାଗ ରେଡ

ନୂଆଦିଲ୍ଲୀ: ଗଣମାଧ୍ୟମ ସଂସ୍ଥା ବିବିସିର ମୁମ୍ବାଇ ଓ ଦିଲ୍ଲୀ କାର୍ଯ୍ୟାଳୟରେ ଦ୍ବିତୀୟ ଦିନରେ ଆୟକର ବିଭାଗର ଚଢାଉ ଜାରି ରହିଛି । ଗତକାଲି ଅପରାହ୍ନ 12ଟାରୁ ବିବିସି ଅଫିସରେ ଆଇଟି ବିଭାଗ ରେଡ କରିଛି । 60ରୁ 70 ଜଣ ଅଫିସରଙ୍କୁ ନେଇ ଗଠିତ ଟିମ ଯାଞ୍ଚ କରୁଛି । ଏହି ଯାଞ୍ଚରେ ବିବିସି କର୍ତ୍ତୃପକ୍ଷ ସରକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ରେଡରେ ବିବିସି କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରିଥିଲେ ଟିମ । ଏହା ସହିତ ଲାପଟପ ଓ କମ୍ପ୍ୟୁଟରରୁ ତଥ୍ୟ ଖୋଜିଥିଲେ । ସମାନ ଧାରାରେ ଦ୍ବିତୀୟ ଦିନରେ ମଧ୍ୟ ଚଢାଉ ହୋଇଛି ।

ଯାଞ୍ଚରେ କଣ ମିଳିଛି ସେ ନେଇ ଆୟକର ବିଭାଗ କୌଣସି ସୂଚନା ଦେଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରି ପ୍ରସାରିତ କରିବାର ମାତ୍ର କିଛି ଦିନ ପରେ ବିବିସି ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଚଢାଉକୁ ନେଇ କଂଗ୍ରେସ ସମେତ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ଚଢାଉକୁ ନେଇ କଂଗ୍ରେସ ନେତା ଜୟରାୟ ରମେଶ ବିଜେପିକୁ ଟାର୍ଗେଟ କରି ବିନାଶ କାଳେ ବିପରୀତ ବୁଦ୍ଧି ବୋଲି କହିଥିଲେ ।

ସେ ଆହୁରି କହିଥିଲେ, ଆମେ ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ ପାଇଁ ଦାବି କରୁଥିବା ବେଳେ ସରକାର ଏ ବିବିସି ପଛରେ ପଡିଛନ୍ତି । ସଂସଦରେ ବିରୋଧୀଙ୍କୁ ମୁହଁ ଖୋଲିବାକୁ ଦିଆଯାଉନାହିଁ । ସଂସଦରେ ବିରୋଧୀଙ୍କୁ ହଟାଇ ଦିଆଯିବ ବୋଲି ଧମକ ଦିଆଯାଉଛି । ସେହିପରି ବିଜେପିର ସମୟ ସରି ଆସୁଛି ବୋଲି କହିଥିଲେ ସପା ମୁଖ୍ୟ ଅଖିଳେଶ ଯାଦବ । ଯେତେବେଳେ କୌଣସି ସରକାର ଭୟଭୀତ କିମ୍ବା ମିଥ୍ୟାର ଆଶ୍ରୟ ନେବା ଦେଖିବାକୁ ମିଳେ ସେବେ ତାର ପତନ ସମୟ ଆସିଥାଏ ବୋଲି କହିଥିଲେ ସପା ମୁଖ୍ୟ ।

ଏହା ବି ପଢନ୍ତୁ...BBC Reacts to Survey: ବିବିସି କହିଲା ସମ୍ପୂର୍ଣ୍ଣ ସହଯୋଗ କରୁଛୁ, କର୍ମଚାରୀଙ୍କ ମୋବାଇଲ୍ ଜବତ, ଚିନ୍ତା ବ୍ୟକ୍ତ କଲା EGI

ପ୍ରକାଶ ଥାଉକି, 2002 ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ଏକ ଡକ୍ୟୁମେଣ୍ଟାରୀ ତିଆରି କରିଥିଲା । ଏହାକୁ ପ୍ରୋପାଗଣ୍ଡା ଦର୍ଶାଇ ପ୍ରସାରଣକୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଏହି ବିବାଦୀୟ ଡକ୍ୟୁମେଣ୍ଟାରୀରେ 2002 ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂମିକାକୁ ବିବାଦୀୟ ଭାବେ ଚିତ୍ରଣ କରାଯାଇଛି ।

ସେପଟେ ବିବିସି ଉପରେ ଆୟକର ବିଭାଗର ଚଢାଉକୁ ନେଇ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଉଦବେଗ ପ୍ରକାଶ କରିଛନ୍ତି । ଚଢାଉକୁ ନେଇ ପ୍ରେସ କାଉନସିଲ ଅଫ ଇଣ୍ଡିଆ କେନ୍ଦ୍ର ସରକାରଙ୍କ ସମାଲୋଚନା କରିଛନ୍ତି । ଏହାପୂର୍ବରୁ 1970ରେ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ କାର୍ଯ୍ୟାଳୟ ବନ୍ଦ ହୋଇଥିଲା । 1975ରେ ଭାରତରେ ଜରୁରୀକାଳୀନ ପରିସ୍ଥିତିର ଖବର ପ୍ରସାରଣ କରିଥିଲା ବିବିସି । ଏହାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା । 2015ରେ ଏକ ଗଣଦୁଷ୍କର୍ମ ମାମଲାରେ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ନେଇ ଦିଲ୍ଲୀ ହାଇକୋର୍ଟ ବିବିସିକୁ ବ୍ୟାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.