ETV Bharat / bharat

Income tax: ମଧ୍ୟବିତ୍ତଙ୍କୁ ବଡ ଆଶ୍ୱସ୍ତି, ୭ ଲକ୍ଷ ଯାଏଁ ଆୟକର ଛାଡ - ମଧ୍ୟବିତ୍ତଙ୍କୁ ବଡ ଆଶ୍ବସ୍ତି

ମଧ୍ୟବିତ୍ତ ବର୍ଗ ଓ ଚାକିରିଆଙ୍କ ପାଇଁ ବଡ ଘୋଷଣା । ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ପାଇଲା ଆୟକର ଛାଡ ସୀମା । ଅଧିକ ପଢନ୍ତୁ

୭ ଲକ୍ଷ ଯାଏଁ ଆୟକର ଛାଡ
୭ ଲକ୍ଷ ଯାଏଁ ଆୟକର ଛାଡ
author img

By

Published : Feb 1, 2023, 12:51 PM IST

Updated : Feb 1, 2023, 3:50 PM IST

Income tax

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଚାକିରିଆଙ୍କ ପାଇଁ ବଡ ଘୋଷଣା । ଆୟକର ଛାଡ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଣିକି ବାର୍ଷିକ ୭ ଲକ୍ଷ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବନି । ପୂର୍ବରୁ ଏହି ଟିକସ ସ୍ଲାବ ସୀମା ୫ ଲକ୍ଷ ଟଙ୍କା ଥିଲା । ବଜେଟରେ ଟିକସ ରିହାତି ନେଇ ସମସ୍ତେ ଆଶା ରଖିଥିବା ବେଳେ ଅର୍ଥମନ୍ତ୍ରୀ ମଧ୍ୟବିତ୍ତଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଏହାସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ସ୍ଲାବରେ ପରିବର୍ତ୍ତନ ଘୋଷଣା କରିଛନ୍ତି ।

Income tax
Income tax

ନୂଆ ଆୟକର ସ୍ଲାବ ପ୍ଲାନ ଅନୁୟାୟୀ, ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଆଦୌ ଟିକସ ଦେବାକୁ ପଡିବନି । ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ୫ ପ୍ରତିଶତ ଆୟ କର ଲାଗୁ ହେବ । ସେହିପରି ୬ ରୁ ୯ ଲକ୍ଷ ବାର୍ଷିକ ଆୟ ପାଇଁ ୧୦ ପ୍ରତିଶତ ଆୟକର ଲାଗିବ । ୯ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ, ୧୨ ଲକ୍ଷରୁ ୧୫ ଲକ୍ଷ ଆୟ ପାଇଁ ୨୦ ପ୍ରତିଶତ ଆୟକର ଓ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଲାଗିବ । ପୂର୍ବରୁ ଆୟକର ଛାଡ ସୀମା ୨.୫୦ ଲକ୍ଷ ରହିଥିଲା ।

ଏହାମଧ୍ୟ ପଢନ୍ତୁ: Union Budget 2023: କ'ଣ ଶସ୍ତା ହେଲା ଓ କ'ଣ ମହଙ୍ଗା ?

  • #UnionBudget2023 | Personal Income Tax: "The new tax rates are 0 to Rs 3 lakhs - nil, Rs 3 to 6 lakhs - 5%, Rs 6 to 9 Lakhs - 10%, Rs 9 to 12 Lakhs - 15%, Rs 12 to 15 Lakhs - 20% and above 15 Lakhs - 30%, " says Union Finance Minister Nirmala Sitharaman pic.twitter.com/li3dXsHGfA

    — ANI (@ANI) February 1, 2023 " class="align-text-top noRightClick twitterSection" data=" ">
  • #UnionBudget2023 | Personal Income Tax: "The new tax rates are 0 to Rs 3 lakhs - nil, Rs 3 to 6 lakhs - 5%, Rs 6 to 9 Lakhs - 10%, Rs 9 to 12 Lakhs - 15%, Rs 12 to 15 Lakhs - 20% and above 15 Lakhs - 30%, " says Union Finance Minister Nirmala Sitharaman pic.twitter.com/9GrUOUaa1W

ଆୟକର ସ୍ଲାବ ସୀମା ସଂଶୋଧନ କରିଛନ୍ତି ଅର୍ଥମନ୍ତ୍ରୀ । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି । ବାର୍ଷିକ ଆୟ ୭ ଲକ୍ଷରୁ ଅଧିକ ହେଲେ କୌଣସି ରିହାତି ମିଳିବ ନାହିଁ । ୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ । ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫% । ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦% । ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫% । ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% । ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି ବଜେଟ ଆଣିଛନ୍ତି ।

Last Updated : Feb 1, 2023, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.