ETV Bharat / bharat

MGM ଗ୍ରୁପର ୪୦ରୁ ଅଧିକ ଠିକଣାରେ ଆୟକର ବିଭାଗ ଚଢାଉ - ଏମଜିଏମ ଗ୍ରୁପ କମ୍ପାନୀ ଉପରେ ରେଡ

ଆୟକର ବିଭାଗ ସ୍କାନରରେ ଏମଜିଏମ ଗ୍ରୁପ । ଟିକସ ଚୋରି ଅଭିଯୋଗରେ ୪୦ରୁ ଅଧିକ ସ୍ଥାନରେ ରେଡ୍ କରୁଛି ବିଭାଗ । ଅଧିକ ପଢନ୍ତୁ

MGM ଗ୍ରୁପର ୪୦ରୁ ଅଧିକ ଠିକଣାରେ ଆୟକର ବିଭାଗ ଚଢାଉ

author img

By

Published : Jun 15, 2022, 10:35 AM IST

Updated : Jun 15, 2022, 2:25 PM IST

ଚେନ୍ନାଇ: ଏମଜିଏମ ଗ୍ରୁପ(MGM Group) କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ । ଚେନ୍ନାଇ, ନେଲ୍ଲାଇ ଓ ବେଙ୍ଗାଲୁରୁରେ ଥିବା କମ୍ପାନୀର ୪୦ରୁ ଅଧିକ ଠିକଣାରେ ଚଢାଉ କରୁଛି ବିଭାଗ । ଏମଜିଏମ ବିରୁଦ୍ଧରେ ଟିକସ ଚୋରି ଅଭିଯୋଗ ହୋଇଛି । ଏଥିପାଇଁ ଆୟକର ବିଭାଗ ଅଧିକାରୀଙ୍କ ପକ୍ଷରୁ ଏହି ଗ୍ରୁପ ମାଲିକାନାଧିନ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଏମଜିଏମ ଗ୍ରୁପ ଏମୟୁଜମେଣ୍ଟ ପାର୍କ(amusement park) ଚଳାଉଥିବା ଏକ ଘରୋଇ କମ୍ପାନୀ ଅଟେ ।

ଏମଜିଏମ ଗ୍ରୁପ ତାମିଲନାଡୁ ଓ କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ ଆମଦାନୀ, ରପ୍ତାନୀ, ମଦ ଉତ୍ପାଦନ, ହସ୍ପିଟାଲ, ଷ୍ଟାର ହୋଟେଲ ଭଳି ବିଭିନ୍ନ ଉଦ୍ୟୋଗରେ ଜଡିତ ଅଛି । ଏହି ଗ୍ରୁପ ନାଁରେ ଚେନ୍ନାଇରେ ଏକ ମନୋରଞ୍ଜନ ପାର୍କ ମଧ୍ୟ ରହିଛି । ଏମଜିଏମ ଗ୍ରୁପ ହେଉଛି ଭାରତର ଏକ ଅଗ୍ରଣୀ କମ୍ପାନୀ । ଟିକସ ଚୋରି ଅଭିଯୋଗରେ ଗ୍ରୁପର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ବାସସ୍ଥାନ ଓ କାର୍ଯ୍ୟାଳୟଗୁଡିକରେ ତନଖି କରାଯାଉଛି । ଚଢାଉ ବେଳେ ଏମଜିଏମ ମାରନର ୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଦିଆଯାଇଛି ।

Last Updated : Jun 15, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.