ETV Bharat / bharat

'ମେଡିକାଲ ଷ୍ଟୋର କର୍ମଚାରୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ଗଣାଯାଉ'

author img

By

Published : May 9, 2021, 11:27 AM IST

ଔଷଧ ଯୋଗାଉଥିବା ଲୋକଙ୍କୁ କୋରୋନା ଯୋଦ୍ଧା ଭାବେ ପରିଗଣିତ କରିବାକୁ ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଅଧିକ ପଢନ୍ତୁ...

'ମେଡିକାଲ ଷ୍ଟୋର କର୍ମଚାରୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ଗଣାଯାଉ'
'ମେଡିକାଲ ଷ୍ଟୋର କର୍ମଚାରୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବେ ଗଣାଯାଉ'

ପାଣାଜୀ: କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଭଳି ମେଡିକାଲ ଷ୍ଟୋର କର୍ମଚାରୀ ତଥା ମେଡିକାଲ ଆବଣ୍ଟନକାରୀ ମାନେ ମଧ୍ୟ ନିଜ କାର୍ଯ୍ୟ କରୁଥିଲେ । ତେବେ ତାଙ୍କୁ କୋରୋନା ଯୋଦ୍ଧା ଭାବେ ପରିଗଣିତ କରିବାକୁ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଶନିବାର କହିଛନ୍ତି ।

ମହାମାରୀ ସମୟରେ ମଧ୍ୟ କିଲର ଭାଇରସକୁ ଖାତିର ନକରି ମେଡିକାଲ ଷ୍ଟୋରର କର୍ମଚାରୀ ଓ ଔଷଧ ଆବଣ୍ଟନକାରୀମାନେ ଜୀବନ ରକ୍ଷାକାରୀ ଔଷଧଗୁଡିକୁ ବିକ୍ରି କରୁଥିଲେ । ଜରୁରୀକାଳୀନ ଔଷଧ ଉପଲବ୍ଧତା ଓ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ । ତେବେ ସେମାନେ ନିଶ୍ଚିତ ଭାବରେ କୋରୋନା ଯୋଦ୍ଧା ଭାବେ ପରିଗଣିତ ହେବା ଉଚିତ ବୋଲି ଦିଗମ୍ବର କହିଛନ୍ତି ।

ତେବେ ଗୋଆରେ ଗତ 24 ଘଣ୍ଟାରେ 3751 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3025 ଜଣ ସୁସ୍ଥ ହୋଇଛନ୍ତି । ସେପଟେ 55 ଜଣଙ୍କର ମୃତ୍ୟୁ ଘଟିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 16 ହଜାର 213ରେ ପହଞ୍ଚିଛି । 82 ହଜାର 214 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ 32 ହଜାର 387 ଜଣ ସକ୍ରିୟ ମାମଲା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.