ETV Bharat / bharat

Morbi disaster In pictures: ଅପେକ୍ଷା କରିଥିଲା ମୃତ୍ୟୁ, ଦେଖନ୍ତୁ ଫଟୋରେ ମୃତ୍ୟୁର ତାଣ୍ଡବ

ଗୁଜୁରାଟ ମୋର୍ବି ପୋଲ ଭୁଶୁଡିବା ଘଟଣାରେ ସ୍ତବ୍ଧ ସମଗ୍ର ଦେଶ । ଦୁର୍ଘଟଣା କାରଣ ନେଇ ଅନେକ ଅସମାହିତ ପ୍ରଶ୍ନ । ଅଘଟଣ କିନ୍ତୁ ଛାଡି ଯାଇଛି ଯନ୍ତ୍ରଣା ଓ ଦୁର୍ଦଶାର କରୁଣ ଛାପ (Cable bridge collapsed in Gujarat )। ଅଧିକ ପଢନ୍ତୁ

author img

By

Published : Oct 31, 2022, 5:04 PM IST

Updated : Oct 31, 2022, 7:45 PM IST

Morbi disaster In pictures: ଅପେକ୍ଷା କରିଥିଲା ମୃତ୍ୟୁ, ଦେଖନ୍ତୁ ଫଟୋରେ ମୃତ୍ୟୁର ତାଣ୍ଡବ
Morbi disaster In pictures: ଅପେକ୍ଷା କରିଥିଲା ମୃତ୍ୟୁ, ଦେଖନ୍ତୁ ଫଟୋରେ ମୃତ୍ୟୁର ତାଣ୍ଡବ

ଗାନ୍ଧୀନଗର: ଗୁଜୁରାଟ ମୋର୍ବିରେ ଗତକାଲି ସଂଧ୍ୟାରେ ପୋଲ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି 134 ଜଣ (Cable bridge collapsed in Gujarat )। ଏପରି ହୃଦୟଥରା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ମରାମତି ପାଇଁ ଗତ କିଛି ମାସ ଧରି ଲୋକଙ୍କ ଯାତାୟତ ପାଇଁ ଏହି ପୋଲଟି ବନ୍ଦ ରଖାଯାଇଥିଲା ବେଳେ ମାତ୍ର 5 ଦିନ ତଳେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ତେବେ ଯେମିତି ଏହି ପୋଲରେ ଦୀର୍ଘ ମାସରୁ ଅପେକ୍ଷା କରି ବସିଥିଲା ମୃତ୍ୟୁ । ନିମିଷକେ ସବୁ ସରିଗଲା । କିଏ ସମ୍ପର୍କୀୟଙ୍କୁ ହରାଇଛି, ତ ଆଉ କିଏ ସମ୍ପୂର୍ଣ୍ଣ ପରିବାରକୁ ହରାଇଛି ।

ଅଘଟଣ ପରେ ହସ୍ପିଟାଲରେ ଗହଳି
ଅଘଟଣ ପରେ ହସ୍ପିଟାଲରେ ଗହଳି
ଉଦ୍ଧାର ପରେ ହସ୍ପିଟାଲରେ ରଖାଯାଇଛି ମୃତଦେହ, ନିକଟରେ ସମ୍ପର୍କୀୟ

ଏବେ ସୁଦ୍ଧା ପ୍ରାୟ 134 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବହୁ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ମଧ୍ୟ କିଛି ନିଖୋଜ ଥିବା ଯୋଗୁ ସେମାନଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନକୁ ଜାରି ରଖାଯାଇଛି । ତେବେ କେଉଁ କାରଣ ପାଇଁ ଏହି ଅଘଟଣ ଘଟିଲା ? ମରାମତି ପାଇଁ ବନ୍ଦ ଥିବା ଏହି ପୋଲରେ ଏତେ ସଂଖ୍ୟକ ଲୋକଙ୍କୁ କିପରି ଚଢିବାକୁ ଦିଆଗଲା ? ପ୍ରଶାସନର ଅବହେଳା ପାଇଁ ଏପରି ସମସ୍ୟା ଉପୁଜି ନାହିଁ ତ ?

ରାତିରେ ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ସୁରକ୍ଷାବଳ

ଉଦ୍ଧାର ଆହତଙ୍କୁ ହସ୍ପିଟାଲ ଅଣାଯାଉଛି
ଉଦ୍ଧାର ଆହତଙ୍କୁ ହସ୍ପିଟାଲ ଅଣାଯାଉଛି

ଏମିତି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବା ବେଳେ ଅଘଟଣ କିନ୍ତୁ ଛାଡି ଯାଇଛି ଯନ୍ତ୍ରଣା ଓ ଦୁର୍ଦଶାର କରୁଣ ଛାପ । ଦେଖନ୍ତୁ ଅଘଟଣ ପରେ କିଛି ସ୍ଥିତି । ଘଟଣାରେ ସାରା ଦେଶରେ ଶୋକ ପ୍ରକାଶ ପାଇବା ସହ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ଏକତା ଦିବସ ଅବସରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ବାତିଲ କରିଛନ୍ତି ।

ହସ୍ପିଟାଲ ପରିସରରେ ସମ୍ପର୍କୀୟଙ୍କୁ ହରାଇଥିବା ଜଣେ ମହିଳା

ମୃତଦେହ ସଂରକ୍ଷିତ ସ୍ଥାନରେ ଜଣେ ମୃତକଙ୍କ ହାତର ଭଙ୍ଗୀ

ଅନ୍ୟପଟେ ଏପରି ଦୁର୍ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ଥିବା ପୁୁରୁଣା ପୋଲ ଓ ଏହାର ସୁରକ୍ଷା ନେଇ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।

ଘଟଣାସ୍ଥଳରେ ଆଜି ସକାଳୁ  ଜାରି ରହିଛି ସର୍ଚ୍ଚ ଓ ରେସକ୍ୟୁ ଅପରେସନ

ଭୁଶୁଡି ପଡିଥିବା ପୋଲ ତଳେ ଜାରି ରହିଛି ସର୍ଚ୍ଚ ଅପରେସନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 31, 2022, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.