ETV Bharat / bharat

‘ମହାରାଷ୍ଟ୍ରରେ କୋରୋନା ନିୟନ୍ତ୍ରଣ ପାଇଁ ତିନି ସପ୍ତାହର ଲକଡାଉନ ଆବଶ୍ୟକ’ - ମହାରାଷ୍ଟ୍ରରେ କୋରୋନା ଭାଇରସ ଖବର

ଶୁକ୍ରବାର ମହାରାଷ୍ଟ୍ର ସରକାରର ରିଲିଫ ଓ ଥଇଥାନ ବିଭାଗ ମନ୍ତ୍ରୀ ବିଜୟ ୱାଡେତିୱାର କହିଛନ୍ତି ଯେ ରାଜ୍ୟରେ କୋରୋନା ଭାଇରସର ନିୟନ୍ତ୍ରଣ ଆଣିବା ପାଇଁ ତିନି ସପ୍ତାହର ଲକଡାଉନ ଆବଶ୍ୟକ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

In Maharashtra, a three-week lockdown is required for corona control
ମହାରାଷ୍ଟ୍ରରେ କୋରୋନା ନିୟନ୍ତ୍ରଣ ପାଇଁ ତିନି ସପ୍ତାହର ଲକଡାଉନ ଆବଶ୍ୟକ
author img

By

Published : Apr 10, 2021, 10:50 AM IST

ମୁମ୍ବାଇ: କୋରୋନା ଭାଇରସର ନିୟନ୍ତ୍ରଣ ଆଣିବା ପାଇଁ ତିନି ସପ୍ତାହର ଲକଡାଉନ ଆବଶ୍ୟକ । ଶୁକ୍ରବାର ମହାରାଷ୍ଟ୍ର ସରକାରର ରିଲିଫ ଓ ଥଇଥାନ ବିଭାଗ ମନ୍ତ୍ରୀ ବିଜୟ ୱାଡେତିୱାର କହିଛନ୍ତି ଯେ ରାଜ୍ୟରେ କୋରୋନା ଭାଇରସର ନିୟନ୍ତ୍ରଣ ଆଣିବା ପାଇଁ ତିନି ସପ୍ତାହର ଲକଡାଉନ ଆବଶ୍ୟକ ରହିଛି । ରାଜ୍ୟରେ ଦିନକୁ ଦିନ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହା ସପ୍ତାହକ ଲକଡାଉନ ମଧ୍ୟରେ ନିୟନ୍ତ୍ରଣ ହୋଇପାରିବ ନାହିଁ ।

ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ପଜିଟିଭି ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟରେ କୋରୋନା ଭାଇରସର ଟେଷ୍ଟିଂ ପ୍ରକ୍ରିୟାକୁ ବୃଦ୍ଧି କରିବା ସହ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଧ୍ୟାନଦେଇଛନ୍ତି । ରାଜ୍ୟରେ ତୁରନ୍ତ 5 ଲକ୍ଷ ଡାକ୍ତର ଆବଶ୍ୟକତା ରହିଛି ଏବଂ ମେଡିକାଲର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ କୋରୋନା ମହାମାରୀରେ ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କିହଛନ୍ତି । କେବଳ ଗୋଟିଏ ସପ୍ତାହ ଶେଷ ହେବା ପରିବର୍ତ୍ତେ ଆମକୁ ତିନି ସପ୍ତାହର କଡାକଡି ଲକଡାଉନ୍ କରିବାକୁ ପଡିବ। ସମ୍ପ୍ରଦାୟର ବିସ୍ତାର ଯାଞ୍ଚ କରିବା ଏବଂ ଲୋକଙ୍କ ଜୀବନ ରକ୍ଷା କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଏହି ଦାବି ଉଠାଇବି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ 56286 ଚିହ୍ନଟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରବିବାର ଠାରୁ ରାଜ୍ୟରେ ଏକ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.