ଦିଶପୁର: ଆସାମରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ସେମାନେ କଂଗ୍ରେସ ଛାଡି ବିଜେପିର ହାତ ଧରିବାକୁ ଚଳାଇଛନ୍ତି ପ୍ରସ୍ତୁତି ।
ଏହି କ୍ରମରେ ଦୁଇ କଂଗ୍ରେସ ବିଧାୟକ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ବିଜେପିରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି ।
ଦୁଇ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ନେଇ ଆସାମ ରାଜ୍ୟ ବିଜେପି ଅଧ୍ୟକ୍ଷ ରଞ୍ଜୀତ କୁମାର ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି,‘ ଦଳର କୋର କମିଟି ଏକ ବୈଠକ କରିଛି । ଏଥିରେ ଯେଉଁ ବିଧାୟକମାନେ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ଡିସେମ୍ବର 30 ତାରିଖ ପୂର୍ବରୁ ବିଜେପିରେ ସାମିଲ କରିବାର ନିଷ୍ପତ୍ତି ନିଆଯାଇଛି ।’