ETV Bharat / bharat

ଇମ୍ରାନଙ୍କ ସମର୍ଥନରେ ବାଜିଲା ‘କାଶ୍ମୀର ଫାଇଲ୍ସ’ ଗୀତ, କ’ଣ କହିଲେ ଅଗ୍ନିହୋତ୍ରୀ - ସିନେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ସେନାକୁ ଟାର୍ଗେଟ କରିବା ପାଇଁ ଇମ୍ରାନଙ୍କ ସମର୍ଥକ ବ୍ୟବହାର କଲେ ‘‘ଦି କାଶ୍ମୀର ଫାଇଲ୍ସ ’’ ମୁଭିର ଗୀତ । ପିଟିଆଇର ଅଫିସିଆଲ ଇଂଷ୍ଟାଗ୍ରାମ ଆଇଡିରେ ଅପଲୋଡ ହୋଇଛି ଭିଡିଓ । ନିର୍ଦ୍ଦେଶକ ଅଗ୍ନିହୋତ୍ରୀ କହିଲେ ଏହା ପାକିସ୍ତାନର ବିଡମ୍ବନା । ଅଧିକ ପଢନ୍ତୁ

ପାକିସ୍ତାନରେ ଇମ୍ରାନଙ୍କ ସମର୍ଥକ ବଜାଉଛନ୍ତି ‘କାଶ୍ମୀର ଫାଇଲ୍ସ’ ମୁଭିର ଗୀତ, କ’ଣ କହିଲେ ଅଗ୍ନିହୋତ୍ରୀ

author img

By

Published : May 11, 2023, 9:29 PM IST

ହାଇଦ୍ରାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ରାଜନୈତିକ ତାତି ଖସିବାର ନାଁ ନେଉନାହିଁ । ଏହାରି ମଧ୍ୟରେ ଇମ୍ରାନଙ୍କ ନେତୃତ୍ବାଧୀନ ପାର୍ଟି ପିଟିିଆଇ ଭାରତୀୟ ସିନେମା ‘କାଶ୍ମୀର ଫାଇଲ୍ସ’ର ଏକ ଗୀତ ନିଜର ଏକ ଭିଡିଓ ପୋଷ୍ଟରେ ବ୍ୟବହାର କରିଛି । ଇମ୍ରାନଙ୍କ ସମର୍ଥନରେ ପୋଷ୍ଟ କରାଯାଇଥିବା ଏହି ଭିଡିଓରେ ଏହି ଗୀତ ବ୍ୟବହାର କରାଯାଇଥିବା ବେଳେ ଏଥିରେ ସେନାକୁ ପରୋକ୍ଷ ଟାର୍ଗେଟ କରାଯାଇଥିବା ଦେଖିବାକୁ ମିଳିଛି । ପିଟିଆଇ ତାର ଅଫିସିଆଲ ସୋସିଆଲ ମିଡିଆ ପୋଷ୍ଟରେ ଏହି ଭିଡିଓ ସେୟାର କରିଛି । ତେବେ ଏହାକୁ ପାକିସ୍ତାନର ବିଡମ୍ବନା ବୋଲି କହିଛନ୍ତି କାଶ୍ମୀର ଫାଇଲ୍ସର ନିର୍ମାତା ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପିଟିଆଇର ଏହି ଭିଡିଓଟି ସେୟାର କରିବା ସହ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ‘‘ଏହା ଭାରତୀୟ ସିନେମାର ଶକ୍ତି । ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ ଏହି ଗୀତକୁ ଏକ ଭିଡିଓରେ ବ୍ୟବହାର କରି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ବେଆଇନ ଭାବେ ପୋଷ୍ଟ କରିଛି । ଏହା ପାକିସ୍ତାନର ବିଡମ୍ବନା ।’’

ଏହି ସିନେମାଟି ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ବେଳେ ମୁଖ୍ୟ କଥାବସ୍ତୁ ଥିଲା 90 ଦଶକରେ ଘାଟିରେ ଆତଙ୍କବାଦ, କାଶ୍ମୀର ହିନ୍ଦୁ (ପଣ୍ଡିତ) ଉତ୍ପୀଡନ ଓ ପଳାୟନ ଘଟଣା । ପାକିସ୍ତାନର ପ୍ରଚ୍ଛନ୍ନ ସହଯୋଗରେ ଘାଟିରେ ଆତଙ୍କବାଦୀମାନେ ସ୍ଥାନୀୟ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିବା, ଧର୍ମ ପରିବର୍ତ୍ତନ ଓ ନିର୍ଯାତନା ଦେଇ ଘାଟି ଛାଡିବା ପାଇଁ ବାଧ୍ୟ କରିବା ଏହି ଫିଲ୍ମର ମୁଖ୍ୟ କଥାବସ୍ତୁ ଭାବେ ସ୍ଥାନ ପାଇଛି । ତେବେ ପାକିସ୍ତାନର ଆତଙ୍କବାଦ ମୁଖା ଖୋଲିଥିବା ଏହି ସିନେମାର ଗୀତକୁ ଆଜି ଇମ୍ରାନ ଖାନଙ୍କ ଦଳ ବ୍ୟବହାର କରିଛି । ଯାହା ବିଡମ୍ବନା ସଦୃଶ୍ୟ ବୋଲି ନିର୍ଦ୍ଦେଶକ ଅଗ୍ନିହୋତ୍ରୀ ଟ୍ବିଟ କରିଛନ୍ତି ।

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ତାଙ୍କ ଦଳର କାର୍ଯ୍ୟକର୍ତ୍ତା ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ଇମ୍ରାନଙ୍କ ସମର୍ଥନରେ ନାରାବାଜୀ ହେଉଥିବା ବେଳେ ତାଙ୍କ ଗିରଫଦାରୀ ପାଇଁ ସେନାକୁ ଦାୟୀ କରାଯାଉଛି । ବିଭିନ୍ନ ସହରରେ ସେନା ଓ ବର୍ତ୍ତମାନର ସରକାରକୁ ଟାର୍ଗେଟ କରି ପିଟିଆଇର କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଆଜି ସଂଧ୍ୟାରେ ଇମ୍ରାନଙ୍କୁ ପାକିସ୍ତାନ ସର୍ବୋଚ୍ଚ କୋର୍ଟରେ ହାଜର କରାଯିବ । ସଂଧ୍ୟାରେ ଇମ୍ରାନଙ୍କ ଗିରଫଦାରୀ ମାମଲାରେ ବଡ ଖବର ସାମ୍ନାକୁ ଆସିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.