ETV Bharat / bharat

Krishi Udan Scheme: ଆଶାତୀତ ଭାବେ ବଢିଛି କୃଷି ଉତ୍ପାଦର ପରିବହନ

author img

By

Published : Apr 4, 2022, 9:55 PM IST

କୃଷକଙ୍କ ବିକାଶ ଓ କୃଷିଜାତ ଦ୍ରବ୍ୟ ଏବଂ ଶଷ୍ୟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା କୃଷି ଉଡାନ ଯୋଜନା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଏହି ଯୋଜନା ଅଧିନରେ ମୋଟ ୧,୦୮,୪୭୯ ମେଟ୍ରିକ ଟନ କୃଷି ଉତ୍ପାଦ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବହନ କରାଯାଇଥିବାବେଳେ ଏହା କେବଳ ୨୦୨୨ ଫେବୃଆରୀ ୨୮ ତାରିଖ ମଧ୍ୟରେ ହୋଇଛି । ଏଥିସହ ୨୦୨୦-୨୧ ଆର୍ଥିକ ବର୍ଷରେ ୮୪, ୦୪୨ ମେଟ୍ରିକ ଟନ କୃଷି ଉତ୍ପାଦ ପରିବହନ କରାଯାଇଛି । ଅଧିକ ପଢନ୍ତୁ

Krishi Udan Scheme: ଆଶାତୀତ ଭାବେ ବଢିଛି କୃଷି ଉତ୍ପାଦର ପରିବହନ
Krishi Udan Scheme: ଆଶାତୀତ ଭାବେ ବଢିଛି କୃଷି ଉତ୍ପାଦର ପରିବହନ

ନୂଆଦିଲ୍ଲୀ: କୃଷକଙ୍କ ବିକାଶ ଓ କୃଷିଜାତ ଦ୍ରବ୍ୟ ଏବଂ ଶସ୍ୟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା କୃଷି ଉଡାନ ଯୋଜନା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆଜି(ସୋମବାର) ରାଜ୍ୟସଭାରେ କେନ୍ଦ୍ର ରାଷ୍ଟ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଡ. ଭିକେ ସିଂ ଏହି ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ଯ ପ୍ରଦାନ କରିଛନ୍ତି । ତେବେ ଏହି ଯୋଜନାରେ ୫୩ଟି ବିମାନବନ୍ଦର ସାମିଲ ହୋଇଥିବା ସେ ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।

ସେହିପରି କୃଷକମାନଙ୍କ କୃଷିଜାତ ଦ୍ରବ୍ୟ ପରିବହନରେ ସାହାଯ୍ୟ କରିବା ପାଇଁ ଅନ୍ତର୍ଜାତୀୟ ତଥା ଜାତୀୟ ଆକାଶ ମାର୍ଗରେ ବିମାନବନ୍ଦରରୁ ପରିବହନ ଲାଗି ଏହି ଯୋଜନା ଆରମ୍ଭ କରାଯାଇଥିଲା । ତେବେ ଏହି ଯୋଜନା ଅଗଷ୍ଟ ୨୦୨୦ ମସିହାରେ ଆରମ୍ଭ କରାଯାଇଥିଲା । ଫଳରେ ଏହା ଦ୍ବାରା କୃଷିଜାତ ଶସ୍ୟ ପରିବହନରେ ଉନ୍ନତି ଅଣା ଯାଇପାରିବ ।

ଏଥିସହ ଉଡାନ ୨.୦ ଗତବର୍ଷ ଅକ୍ଟୋବର ମାସରେ ଘୋଷଣା କରାଯିବା ସହ ଜାରି ରହିଥିବା ବ୍ୟବସ୍ଥାକୁ ଆହୁରି ମଜବୁତ୍‌ ଓ ପରିବହନ କ୍ଷମତାକୁ ବୃଦ୍ଧି କରାଯାଇଛି ବୋଲି ଭିକେ ସିଂ କହିଛନ୍ତି । ସେହିଭଳି ମୁଖ୍ୟତଃ ପାହାଡିଆ ଅଞ୍ଚଳ, ଉତ୍ତର-ପୂର୍ବଞ୍ଚାଳ ରାଜ୍ୟ ଏବଂ ଆଦିବାସୀ ଅଞ୍ଚଳରୁ ନଷ୍ଟ ହୋଇଯାଉଥିବା ଖାଦ୍ୟ ପଦାର୍ଥକୁ ଶସ୍ୟ ସଂରକ୍ଷଣ ଓ ବିଭିନ୍ନ ମାର୍କେଟକୁ ରପ୍ତାନୀ କରିବା ଏହି ଉଡାନ ଯୋଜନା ମୂଳ ଲକ୍ଷ୍ୟ । ତେବେ ଏହି ଯୋଜନା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ପାହାଡିଆ ଏବଂ ଆଦିବାସୀ ଅଞ୍ଚଳର ୨୫ଟି ବିମାନବନ୍ଦରରେ ପ୍ରଥମେ ସେବା ଆରମ୍ଭ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଅଗରତାଲା, ଅଗଟ୍ଟି, ବାରାପାନି, ଡେରାଡୁନ୍, ଦିବ୍ରୁଗଡ, ଦିମାପୁର, ଗଗଗାଲ, ଇମ୍ଫାଲ, ଜମ୍ମୁ, ଜୋରହାଟ, କୁଲୁ (ଭୁଣ୍ଟାର), ଲେହ, ଲେଙ୍ଗପୁଇ, ଲିଲାବାରୀରୁ ଥିବା ଏହି ସବୁ ବିମାନବନ୍ଦରରୁ ସେବା ଆରମ୍ଭ କରାଯାଇଥିଲା । ଏହା ସହିତ ପାକିଓଙ୍ଗ, ପନ୍ତନଗର, ପିଥୋରାଗଡ, ପୋର୍ଟ ବ୍ଲେୟାର, ରାୟପୁର, ରାଞ୍ଚି, ରୂପସି, ଶିମଲା, ସିଲଚର, ଶ୍ରୀନଗର ଏବଂ ତେଜୁ ମଧ୍ୟ ଏହି ଯୋଜନାରେ ମଧ୍ୟ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଆଉ ୨୮ଟି ଏଏଆଇ(AAI) ବିମାନବନ୍ଦର ମଧ୍ୟରେ ଏହି ଯୋଜନା ଲାଗୁ କରାଯାଇଥିଲା ।

ତେବେ ଏହି ସବୁ ବିମାନବନ୍ଦର ହେଉଛି, ଆଡାମପୁର (ଜଳନ୍ଧର), ଆଗ୍ରା, ଅମୃତସର, ବାଗଡୋଗ୍ରା, ବରେଲି, ଭୁଜ, ଚଣ୍ଡୀଗଡ଼, କୋଏମ୍ବାଟୁର, ଗୋଆ, ଗୋରଖପୁର, ହିଣ୍ଡନ, ଇନ୍ଦୋର, ଜୟସଲମର୍, ଜାମନଗର, ଯୋଧପୁର, କାନପୁର (ଚାକେରୀ) , ପଠାନକୋଟ, ପାଟନା, ପ୍ରୟାଗରାଜ, ପୁଣେ, ରାଜକୋଟ, ତେଜପୁର, ତ୍ରିଚି, ତ୍ରିଭେନ୍ଦ୍ରମ, ବାରାଣାସୀ ଏବଂ ବିଶାଖାପାଟନମ୍ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି ବୋଲି ଭିକେ ସିଂ କହିଛନ୍ତି । ଏଥିସହ କୃଷି ଉଡାନ ଯୋଜନ ୮ଟି ମନ୍ତ୍ରଣାଳୟ ମିଶ୍ରଣରେ ଚାଲୁଥିବା ସେ କହିଛନ୍ତି । ଯୋଜନା ମାଧ୍ୟମରେ ପରିବହନ ବ୍ୟବସ୍ଥା ଓ ଲଜିଷ୍ଟିକ୍ସକୁ ମଜବୁତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଫଳରେ କୃଷିଜାତ ଶସ୍ୟ ପରିବହନ ପାଇଁ ଏହି ଯୋଜନାରେ କୌଣସି ବଜେଟ ବ୍ୟବସ୍ଥା ମଧ୍ୟ କରାଯାଇ ନଥିବା ସେ କହିଛନ୍ତି । ଏଥିସହ ଏହି ଯୋଜନା ଅଧୀନରେ ଲ୍ୟାଣ୍ଡିଂ, ପାର୍କିଂ, ଟର୍ମିନାଲ୍ ନେଭିଗେସନ୍ ଲ୍ୟାଣ୍ଡିଂ ଚାର୍ଜ (TNLC) ଏବଂ ରୁଟ୍ ନେଭିଗେସନ୍ ସୁବିଧା ଚାର୍ଜ (RNFC) ପରିବହନକାରୀ ଏବଂ ଯାତ୍ରୀଙ୍କ ପାଇଁ କାର୍ଗୋ (P2C) ସେବା ଲାଗି ଭାରତୀୟ ବିମାନବନ୍ଦର ପ୍ରାଧିକରଣଙ୍କ ମନୋନୀତ ବିମାନବନ୍ଦରରେ ପରିବହନ କାର୍ଯ୍ୟ ଜାରି ରହିଛି । ତେବେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଦ୍ବାରା ମନୋନୀତ ବିମାନବନ୍ଦରଗୁଡିକ, ମୁଖ୍ୟତଃ ଉତ୍ତର-ପୂର୍ବାଞ୍ଚଳ ଓ ପାହାଡିଆ ଏବଂ ଆଦିବାସୀ ଅଞ୍ଚଳର ପ୍ରାୟ ୨୫ଟି ବିମାନବନ୍ଦର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ୨୮ଟି ବିମାନବନ୍ଦର ଏହି ଯୋଜନାରେ ସାମିଲି କରାଯାଇଛି ।

ଅନ୍ୟପଟେ ଏହି ଯୋଜନା ଅଧିନରେ ମୋଟ ୧,୦୮,୪୭୯ ମେଟ୍ରିକ ଟନ କୃଷି ଉତ୍ପାଦ ୨୦୨୧-୨୨ ଆର୍ଥିକ ବର୍ଷରେ ପରିବହନ କରାଯାଇଥିବା ବେଳେ ଏହା କେବଳ ୨୦୨୨ ଫେବୃଆରୀ ୨୮ ତାରିଖ ମଧ୍ୟରେ ହୋଇଛି । ଏଥିସହ ୨୦୨୦-୨୧ ଆର୍ଥିକ ବର୍ଷରେ ୮୪, ୦୪୨ ମେଟ୍ରିକ ଟନ କୃଷି ଉତ୍ପାଦ ପରିବହନ କରାଯାଇଛି । ଏହା ସହିତ କୃଷି ଉଡାନ ଦ୍ବାରା ଚାଲୁଥିବା ଏହି ଯୋଜନା ହିତାଧିକାରୀଙ୍କ ପରାମର୍ଶରେ ସମୟ ସମୟରେ ସମୀକ୍ଷା କରାଯାଇଥାଏ ବୋଲି ଭିକେ ସିଂ କହିଛନ୍ତି ।

@PIB

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.