ନୂଆଦିଲ୍ଲୀ: ଆଜି ଇଟାଲୀରୁ ଅକ୍ସିଜେନ ଓ ଅନ୍ୟାନ୍ୟ ମେଡିକାଲ ଉପକରକଣ ଭାରତରେ ପହଞ୍ଚିଛି । ଅକ୍ସିଜେନ ଉତ୍ପାଦ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସମ୍ବନ୍ଧୀୟ ସାମଗ୍ରୀ ଯୋଗାଇଛି ଇଟାଲୀ । ଏକ ବାୟୁସେନା ବିମାନ ଯୋଗେ ଏହି ସାମଗ୍ରୀ ପହଞ୍ଚିଥିବା ସୂଚନା ଦେଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଆସିଥିବା ସ୍ବାସ୍ଥ୍ୟ ସାମଗ୍ରୀ ମଧ୍ୟରେ ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ , 20ଟି ଭେଣ୍ଟିଲେଟର ଆଦି ରହିଥିବା ସୂଚନା ରହିଛି । ଏହି ସହଯୋଗ ଭାରତରେ କୋରୋନା ମୁକାବିଲା ଲଢେଇକୁ ଗତି ଦେବ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ । ଗତ କିଛି ମାସ ମଧ୍ୟରେ ଦେଶରେ କୋଭିଡ ସ୍ଥିତି ଅଣାୟତ ହୋଇ ପଡିଛି । ଅକ୍ସିଜେନ ଓ ଅନ୍ୟାନ ଜରୁରୀ ମେଡିକାଲ ଉପକରଣର ଅଭାବ ମଧ୍ୟ ସଙ୍କଟକୁ ଆହୁରି ଜଟିଳ କରିବାରେ ଲାଗିଛି । ବିଭିନ୍ନ ଦେଶରୁ ମଧ୍ୟ ଭାରତକୁ ସହାୟତା ମଧ୍ୟ ଯୋଗାଣ ଜାରି ରହିଛି ।
@ANI