ETV Bharat / bharat

TamilNadu Heavy Rainfall: ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା - ଆସନ୍ତା ୨୪ ଘଣ୍ଟା ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା

ତାମିଲନାଡୁରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

TamilNadu Heavy Rainfall: ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା

author img

By

Published : Jan 1, 2022, 2:20 PM IST

ଚେନ୍ନାଇ: ତାମିଲନାଡୁରେ ଲଗାତାର ବର୍ଷା କିଛି ଦିନ ଧରି ଲାଗି ରହିଛି । ଫଳରେ ଚେନ୍ନାଇର ଅନେକ ଅଞ୍ଚଳ ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଉପକୂଳ ନିକଟବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି । ଫଳରେ ତାମିଲନାଡୁରେ ବର୍ଷା ଲାଗି ରହିଥିବା ବେଳେ ଆଉ ଏକ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଏନେଇ ଷ୍ଟାଲିନ କହିଛନ୍ତି ଯେ, "ଶୁକ୍ରବାର ମଧ୍ୟରାତ୍ରିରେ ସେ ଚେନ୍ନାଇରୁ ତ୍ରିଚି ପହଞ୍ଚିବା ପରେ ବର୍ଷା ସ୍ଥିତି ଅନୁଧ୍ୟାନ କରିଥିଲେ । ଶନିବାର ସନ୍ଧ୍ୟା ସୁଦ୍ଧା ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଜମିଥିବା ପାଣିକୁ ନିଷ୍କାସନ କରାଯିବ ବୋଲି ସେ କହିଛନ୍ତି ।

ସେପଟେ ଏହି ଅଞ୍ଚଳ ଗୁଡ଼ିକରେ ଆଣ୍ଠୁଏ ପାଣି ରହିଥିବା ବେଳେ ଲୋକମାନେ ପାଣି ଭିତରେ ପଶି ଯାତାୟାତ କରୁଥିବା ଦେଖିବାକୁ ମିଳିଛି । ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଥିବା ବେଳେ କିଛି ରାସ୍ତାକୁ ବନ୍ଦ ରଖାଯାଇଛି । ଘର ଭିତରକୁ ପାଣି ନ ପଶିବା ପାଇଁ କିଛି ଲୋକେ ବାଲି ବସ୍ତା ଘର ସମ୍ମୁଖରେ ରଖିଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.