ETV Bharat / bharat

ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

author img

By

Published : Jun 1, 2023, 10:31 PM IST

ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 148 ଭୋଟରୁ 113 ଭୋଟ ପାଇ ହେଲେ ନିର୍ବାଚିତ । ଅଧିକ ପଢନ୍ତୁ

ବିଶ୍ବ ପାଣିପାଗ ସଂଗଠନର ଉପାଧ୍ୟକ୍ଷ ହେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ: ସମଗ୍ର ଦେଶରେ ସାଇକ୍ଲୋନ ମ୍ୟାନ ଭାବେ ପରିଚିତ ଭାରତୀୟ ପାଣିପାଗ ବିଭାଗ (IMD)ର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଛି । ଦେଶର ପାଣିପାଗ ବିଜ୍ଞାନର କମାଣ ସମ୍ଭାଳୁଥିବା ଡ.ମହାପାତ୍ର ଏବେ ବିଶ୍ବ ପାଣିପାଗ ସଂଗଠନ (WMO) ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦବୀ ପାଇଁ ସାଙ୍ଗଠନିକ ନିର୍ବାଚନ ହୋଇଥିଲା । ଏଥିରେ ମୋଟ 148 ଭୋଟରୁ 113ଟି ଭୋଟ ପାଇ ଉପାଧ୍ୟକ୍ଷ ଭାବେ ଡ.ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଏନେଇ WMO ଏକ ଟ୍ବିଟ ଜରିଆରେ ସୂଚନା ଦେଇଛି । ଡ. ମହାପାତ୍ରଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପାଣିପାଗ ବିଜ୍ଞାନୀ ମଧ୍ୟ ସଂଗଠନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

  • India Meteorological Department (IMD) Director General Dr. Mrutyunjay Mohapatra elected as the Vice President of World Meteorological Organization.#WMO#IMD pic.twitter.com/V72bkhJTNU

    — DD News (@DDNewslive) June 1, 2023 " class="align-text-top noRightClick twitterSection" data=" ">

ଡ. ମହାପାତ୍ରଙ୍କ ବ୍ୟତୀତ ଆୟରଲାଣ୍ଡର ପାଣିପାଗ ବିଜ୍ଞାନ ବିଭାଗ ମୁଖ୍ୟ ଇଓନ ମୋରାନ ଓ ଆଇଭୋରୀ କୋଷ୍ଟର ପାଣିପାଗ ବିଭାଗ ମୁଖ୍ୟ ଡୋଉଦା କୋନାଟେ ମଧ୍ୟ ଉପାଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଡ.ମହାପାତ୍ର 2019ରେ ଦେଶର ସର୍ବୋଚ୍ଚ ପାଣିପାଗ ବିଜ୍ଞାନ ସଂସ୍ଥା IMDର ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ବରେ ଉଭୟ ବଙ୍ଗୋପ ସାଗର ଓ ଆରବ ସାଗରରେ ପ୍ରତିବର୍ଷ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡର ସଠିକ ପୂର୍ବାକଳନ କରି IMD ବହୁ ଧନଜୀବନ ରକ୍ଷା କରିପାରିଛି । ଉନ୍ନତ ଜ୍ଞାନ କୌଶଳ, ସଠିକ ଗବେଷଣା ଓ ପ୍ରଭାବୀ ମଡେଲ ଅନୁଧ୍ୟାନ ଫଳରେ ନିର୍ଭୁଲ ତଥା ସଠିକ ବାତ୍ୟା ଆକଳନ ପ୍ରତିବର୍ଷ ଦେଶରେ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନାରେ ବଡ ଭୂମିକା ଗ୍ରହଣ କରିଆସୁଛି ।

ନିଜର କର୍ମ କୁଶଳତା ଓ ଦକ୍ଷତା ପାଇଁ କେବଳ ଭାରତୀୟ ଉପକୂଳ ବରଂ ଭାରତୀୟ ଉପମହାଦେଶରେ ଅନ୍ୟ କିଛି ଦେଶ ପାଇଁ ମଧ୍ୟ IMD ପ୍ରତିବର୍ଷ ବାତ୍ୟା ପୂର୍ବାକଳନ କରୁଛି । ନିକଟରେ ସୃଷ୍ଟି ହୋଇଥିବା ଏକାଧିକ ବାତ୍ୟାର ଅତ୍ୟନ୍ତ ସଠିକ ପୂର୍ବାନୁମାନ ଓ ସେ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିବା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାଇକ୍ଲୋନ ମ୍ୟାନ ବୋଲି କୁହାଯାଏ ।

ଭାରତ ପରି ଏକ ଦୁଇ ପାର୍ଶ୍ବ ସମୁଦ୍ର ପରିବେଷ୍ଟିତ ଦେଶରେ ବାତ୍ୟା ଏକ ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ଭାବେ ପ୍ରତିବର୍ଷ ପ୍ରଭୁତ କ୍ଷୟକ୍ଷତି ଘଟଇ ଆସୁଛି । କିନ୍ତୁ IMDର ପ୍ରଭାବୀ ଆକଳନ ଓ ଡ. ମହାପାତ୍ରଙ୍କ ନେତୃତ୍ବରେ ଦକ୍ଷ ଭାରତୀୟ ପାଣିପାଗ ବିଜ୍ଞାନୀଙ୍କ ସଠିକ ସୂଚନା ସରକାରଙ୍କୁ ବିପର୍ଯ୍ୟୟ ମୁକାବିଲାରେ ବଳ ଯୋଗଉଛି । ଦେଶର ଏହି ଚର୍ଚ୍ଚିତ ସାଇକ୍ଲୋନ ମ୍ୟାନ ଏବେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.