ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ଡାକ୍ତରଙ୍କ ସୁରକ୍ଷା ଦାବି - ପ୍ରଧାନମନ୍ତ୍ରୀ ମୋଦି

ଡାକ୍ତରଙ୍କୁ ହେଉଥିବା ଆକ୍ରମଣର ବିଷୟ ଉଠାଇଛି ଭାରତୀୟ ଚିକିତ୍ସା ସଂଘ(IMA) । ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ସଂଘ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା IMA, ଡାକ୍ତରଙ୍କ ସୁରକ୍ଷା ଦାବି

author img

By

Published : Jun 7, 2021, 3:25 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଡାକ୍ତରଙ୍କୁ ହେଉଥିବା ଆକ୍ରମଣ ବିଷୟ ଉଠାଇଛି ଭାରତୀୟ ଚିକିତ୍ସା ସଂଘ(IMA) । ଏଥିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ସଂଘ । ଏହାସହ ସୁରକ୍ଷିତ ବାତାବରଣ ଭିତରେ ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ଆଇଏମଏ ଦାବି କରିଛି ।

ଆଇଏମଏ ଚିଠିରେ କୋରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ସେବାରତ ଡାକ୍ତରଙ୍କ ଉପରେ ଲାଗୁଥିବା ଅଭିଯୋଗର ବିଷୟ ଉଠାଇଛି । ଏହାସହ ପିଏମ ମୋଦିଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ କରିଛି ସଂଘ ।

ଏଲୋପାଥିକ ଡାକ୍ତରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ଯୋଗଗୁରୁ ବାବା ରାମଦେବ । ହେଲେ ପରେ ବାବା ନିଜ ବୟାନକୁ ଫେରାଇନେଇଛନ୍ତି । ହେଲେ ଏଯାବତ କମିନି ଇଣ୍ଡିଆନ ମେଡିକାଲ ଆସୋସିଏସନର ଆକ୍ରୋଶ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ଏଲୋପାଥିକ ଓ ଆୟୁର୍ବେଦ ମଧ୍ୟରେ ଚାଲିଥିବା ବିବାଦ ।

ଆଇଏମଏ ନିଜ ଚିଠିରେ କହିଛି ଯେ ଭୁଲ ବୟାନବାଜି ଯୋଗୁଁ ଡାକ୍ତରଙ୍କ ଉପରୁ ଲୋକଙ୍କ ଭରସା ଉଠିଯାଉଛି । ଟୀକାକରଣକୁ ନେଇ ଅପପ୍ରଚାର କରାଯାଉଛି ଏହା ଲୋକଙ୍କ ଉପରେ ପ୍ରଭାବ ପକାଉଥିବା କହିଛି ଆଇଏମଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.