ETV Bharat / bharat

NEET PG ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

author img

By

Published : May 12, 2022, 1:30 PM IST

NEET PG 2022 ପରୀକ୍ଷା ଘୁଞ୍ଚାଇବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) । ଅଧିକ ପଢନ୍ତୁ

NEET PG ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି
NEET PG ପରୀକ୍ଷା ଘୁଞ୍ଚାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: NEET PG 2022 ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ(IMA) । ଚଳିତ ମାସ 21 ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାସ ଟେଷ୍ଟ (NEET PG) ପରୀକ୍ଷା ଅନୁଷ୍ଠିତ ହେବାର ଅଛି । ଅନେକ ଛାତ୍ରଛାତ୍ରୀ NEET PG 2021 କାଉନସେଲିଂରେ ବିଳମ୍ବ ହେବା ନେଇ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ଦାବି କରିଆସୁଥିବା ବେଳେ IMA ମଧ୍ୟ ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଅନୁରୋଧ କରିଛି ।

IMA ଚିଠିରେ ଉଲ୍ଲେଖ କରିଛି, NEET PG 2021 ପରୀକ୍ଷାକୁ 5 ମାସ ଯାଏଁ ସ୍ଥିଗତ ରଖାଯାଇଥିଲା ଏବଂ 2021 ସେପ୍ଟେମ୍ବରରେ ପରୀକ୍ଷା ହୋଇଥିଲା । ଏହାବ୍ୟତୀତ ଓବିସି ସଂରକ୍ଷଣ ବିବାଦକୁ ନେଇ ପିଜି ଆଡମିଶନ ପାଇଁ କାଉନସେଲିଂ ଜାନୁଆରୀକୁ ଘୁଞ୍ଚାଯାଇଥିଲା । ବର୍ତ୍ତମାନ 2022 ପରୀକ୍ଷା ପାଇଁ ଚାଲୁଥିବା କାଉନସେଲିଂ ଏବଂ ପରୀକ୍ଷା ତାରିଖ ମଧ୍ୟରେ ଖୁବ୍ କମ ସମୟ ରହିଛି । ଯଦି କୌଣସି ଶିକ୍ଷାର୍ଥୀ ସିଟ୍ ପାଇବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ NEET PG ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କେବଳ ଏକ ସପ୍ତାହ ସମୟ ମିଳିବ । ଏହିସବୁ ଦୃଷ୍ଟିରୁ ମେ 21ରେ ନିର୍ଦ୍ଧାରିତ ହୋଇଥିବା ପରୀକ୍ଷା ତାରିଖ ଆଗକୁ ଘୁଞ୍ଚାଯାଉ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ନିବେଦନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.