ETV Bharat / bharat

ଇଲକର ଆୟିସି ହେଲେ Air India ନୂଆ ମୁଖ୍ୟ

author img

By

Published : Feb 14, 2022, 6:41 PM IST

ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲକର ଆୟିସି (Ilker Ayci) ହେଲେ ଏୟାର ଅଣ୍ଡିଆର ନୂଆ ମୁଖ୍ୟ । ଟାଟା ସନ୍ସର ବୋର୍ଡ ଅଫ ଡିରେକ୍ଟର ମିଟିଂରେ ନିଆଗଲା ନିଷ୍ପତ୍ତି । ଅଧିକ ପଢନ୍ତୁ

Ilker Ayci ହେଲେ Air India ନୂଆ ମୁଖ୍ୟ
Ilker Ayci ହେଲେ Air India ନୂଆ ମୁଖ୍ୟ

ମୁମ୍ବାଇ: ତୁର୍କୀ ଏୟାରଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲକର ଆୟିସ (Ilker Ayci)ଙ୍କୁ ଏୟାର ଇଣ୍ଡିଆର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଆଜି (ସୋମବାର) ଅପରାହ୍ନରେ ଟାଟାସନ୍ସର ବୋର୍ଡ ଅଫ ଡିରେକ୍ଚର ମିଟିଂ ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । Ilker Ayci ବର୍ତ୍ତମାନ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ତଥା ପରିଚାଳନା ନିର୍ଦ୍ଦେଶକ (MD) ଭାବେ ଦାୟିତ୍ବ ତୁଲାଇବେ ।

ଏୟାର ଇଣ୍ଡିଆର ମାଲିକାନା ସରକାରୀ କ୍ଷେତ୍ରରୁ ଟାଟାକୁ ଆସିବା ପରେ ଏହାର ପୂର୍ବ ଢାଞ୍ଚାରେ ପରିବର୍ତ୍ତନ ଆରମ୍ଭ କରିଛି ଟାଟା ସନ୍ସ । ଏହି ପରିପ୍ରେକ୍ଷୀରେ ତୁର୍କୀର ପୂର୍ବତନ ଏୟାରଲାଇନ୍ସର ଚେୟାରମ୍ୟାନ୍ ଇଲକର ଆୟିସିଙ୍କୁ ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ କରାଯାଇଛି । ଇଲକର ଆଇସି 2015 ରେ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିବା ବେଳେ 2022 ମସିହା 26 ଜାନୁୟାରୀରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

1994 ମସିହାରେ ବିଲକେଣ୍ଟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଏବଂ ଲୋକ ପ୍ରଶାସନ (ପବ୍ଲିକ୍ ଆଡମିନିଷ୍ଟ୍ରେସନ) ବିଭାଗରେ ଆୟିସି ଅଧ୍ୟୟନ ସମାପ୍ତ କରିଥିଲେ । 1995ରେ, ସେ ବ୍ରିଟେନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ ଏୟାର ଲାଇନ ପରିଚାଳନାରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.