ETV Bharat / state

ଦାୟିତ୍ବ ନେଲେ ଭୁବନେଶ୍ବର DCP ପିନାକ ମିଶ୍ର, କମିଶନରେଟ ପୋଲିସକୁ ଉମାଙ୍କ କମବ୍ୟାକ୍ - DCP And Additional Commissioner

author img

By ETV Bharat Odisha Team

Published : 2 hours ago

Updated : 1 hours ago

Umashankar and Pinak Mishra Assume Charge: ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ଉମାଶଙ୍କର ଦାଶ । ସେପଟେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ପିନାକ ମିଶ୍ର । ଦାୟିତ୍ୱ ଗ୍ରହଣ ପରେ ଉଭୟ କ'ଣ କହିଛନ୍ତି ଜାଣନ୍ତୁ ।

Umashankar and Pinak Mishra Assume Charge
Umashankar and Pinak Mishra Assume Charge (ETV Bharat Odisha)

ଭୁବନେଶ୍ୱର: ନୂଆ ଡିସିପି ଭାବେ ଦାୟିତ୍ଵ ଗ୍ରହଣ କଲେ ପିନାକ ମିଶ୍ର । ଦାୟିତ୍ୱ ଗ୍ରହଣ ପରେ ଲୋକଙ୍କ ସହଯୋଗ ଲୋଡିଛନ୍ତି ପିନାକ ମିଶ୍ର । ଡିସିପି କହିଛନ୍ତି, "ପୂଜା ଏକ ଆହ୍ଵାନ, ସୁରୁଖୁରୁରେ ପୂଜା ସରିବା ସହିତ ସୁରକ୍ଷା ଓ ନିରାପତ୍ତା ଉପରେ ଦୃଷ୍ଟି ଦେବି । ଉତ୍ତମ ସେବା ଯୋଗାଇବା ମୋର ଲକ୍ଷ୍ୟ । ପୂଜା ଥିବାରୁ ଭିଡ଼ ଭିତରେ ଫାଇଦା ନେବା ଲାଗି ବାହାର ସ୍ଥାନରୁ ରାଜଧାନୀକୁ ଅପରାଧୀ ଆସିଥାନ୍ତି । ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହିବା ଉଚିତ୍ ଓ ପୋଲିସ ସଜାଗ ରହିଛି ।"

'ଦୁର୍ଗାପୂଜା ଶୃଙ୍ଖଳିତ ହେବ'

ସେ ଆହୁରି କହିଛନ୍ତି, "ସରକାର ମୋତେ ଏ ଦାୟିତ୍ଵ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି । କମିଶନରେଟ ପୋଲିସର ଯେଉଁ ସୁସ୍ଥ ପରମ୍ପରା ରହିଛି ତାକୁ ପାଥେୟ କରି ଏ ସହର ଲୋକଙ୍କୁ କିଭଳି ଶୃଙ୍ଖଳା ଓ ଉତ୍ତମ ପୋଲିସ ସେବା ଯୋଗାଇ ଦେବି ତାହାକୁ ନେଇ ଆପ୍ରାଣ ଚେଷ୍ଟା କରିବି । ଏଥିପାଇଁ ମୁଁ ରାଜଧାନୀବସୀଙ୍କ ସହାୟତା ଲୋଡୁଛି । ଆଜିଠୁ ନବରାତ୍ର ଆରମ୍ଭ ହେଉଛି, ଏହି ପୂଜା ମାହୋଲ ଶାରଦୀୟ ପୂଜା ଉତ୍ସବ କିପରି ସୁରୁଖୁରୁରେ କରାଯିବ ତାହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯିବ ।"

ଏହା ବି ପଢନ୍ତୁ...ଦାୟିତ୍ବ ନେଲେ ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ - New police commissioner

ଏହା ବି ପଢନ୍ତୁ...IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

କମିଶନରେଟ ପୋଲିସକୁ ଫେରିଲେ ଉମା:

ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ପୋଲିସ କମିଶନର ଉମା ଶଙ୍କର ଦାଶ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ତାଙ୍କୁ କମିଶନରେଟ ପୋଲିସର ଲୋଗୋ ପିନ୍ଧାଇ ସ୍ୱାଗତ କରିଛନ୍ତି । ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ କମିଶନରେଟ ପୋଲିସ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱର ଡିସିପି ଏବଂ ଅତିରିକ୍ତ ପୋଲିସ କମିଶନର ଭାବରେ ଦାୟିତ୍ୱ ସୁଚାରୁ ତୁଲାଇଥିଲେ ଉମାଶଙ୍କର ଦାଶ । ନୂଆ ସରକାରରେ ତାଙ୍କୁ ପୁଣି ଥରେ ଗୁରୁ ଦାୟିତ୍ୱ ମିଳିଥିବାବେଳେ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Umashankar Dash
Umashankar Dash (ETV Bharat Odisha)

ଟ୍ବିନ-ସିଟିବାସୀଙ୍କ ସୁରୁକ୍ଷାକୁ ଗୁରୁତ୍ବ:

ଅତିରିକ୍ତ ଡିସିପି ଉମାଶଙ୍କର ଦାଶ କହିଛନ୍ତି,"ଆଗକୁ ଦୁର୍ଗା ପୂଜା ଆସୁଛି । ତେଣୁ କଟକ ଏବଂ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବ ପୋଲିସ । କଟକ-ଭୁବନେଶ୍ୱରବାସୀଙ୍କ ସମେତ କମିଶନରେଟ ପୋଲିସରେ ଚାକିରି କରୁଥିବା ସମସ୍ତ କର୍ମଚାରୀ କିଭଳି ସୁରକ୍ଷା ପାଇବେ ତାହା ମୋର ପ୍ରାଥମିକ ଦାୟିତ୍ୱ ରହିବ । କମିଶନରେଟ ପୋଲିସ ନେତୃତ୍ୱରେ ଏହି ଦାୟିତ୍ୱକୁ ଗୋଟିଏ ଟିମ ହୋଇ ତୁଲାଇବୁ । ମୋ ଦାୟିତ୍ୱକୁ ମୁଁ ସୁଚାରୁ ରୂପେ ପାଳନ କରିବି ।"

ଏହା ବି ପଢନ୍ତୁ...OAS ସ୍ତରରେ ଅଦଳବଦଳ: BMCର ଡେପୁଟି କମିଶନର ହେଲେ ରଶ୍ମିରେଖା ପ୍ରଧାନ - Reshuffle in OAS Cadre

ଏହା ବି ପଢନ୍ତୁ...ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା - Anti defection Law

Pinak Mishra
Pinak Mishra (ETV Bharat Odisha)

ଲୋକଙ୍କ ସୁରକ୍ଷା ସହ ଉତ୍ତମ ବ୍ୟବହାର:

ଉମାଶଙ୍କର କହିଛନ୍ତି, "ଲୋକଙ୍କୁ ସୁରକ୍ଷା ସହ ସେବା କରିବା ଆମର ଦାୟିତ୍ୱ । ସାଧାରଣ ଲୋକଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରତି ଧ୍ୟାନ ଦେବା ଓ କମିଶନରେଟ ପୋଲିସର ସବୁ ବର୍ଗର ଅଧିକାରୀଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯିବ । ଏହା କିଭଳି ଦିଆଯିବ ତାହା ମଧ୍ୟ ମୋର ପ୍ରଥମ ଦାୟିତ୍ୱ ରହିବ । ବିଶେଷ କରି କମିଶନରେଟ ପୋଲିସର ବିଭିନ୍ନ ଅଭିଯାନ ମାଧ୍ୟମରେ ସେବାକୁ ଆହୁରି ତ୍ଵରାନିତ୍ଵ କରାଯିବ ।" ଡିସିପି ପିନାକ ମିଶ୍ର କହିଛନ୍ତି, "ଏହାସହ କଟକ-ଭୁବନେଶ୍ୱରବାସୀଙ୍କ ଯେଉଁ ଆଶା ରହିଥାଏ ତାହା ପୂରଣ କରିବାକୁ କମିଶନରରେଟ ପୋଲିସ ଚେଷ୍ଟା କରିବ। କମିଶନରରେଟ ପୋଲିସରେ କାର୍ଯ୍ୟ କରିବା ଗର୍ବ ଓ ଗୌରବର କଥା, ଆଉ ଚ୍ୟାଲେଞ୍ଜ ମଧ୍ୟ । ପୋଲିସ କିପରି ଦାୟିତ୍ୱ ଓ ସେବା ଠିକରେ ପ୍ରଦାନ କରିବା ତାହା ଆମର ଲକ୍ଷ୍ୟ । ଟିମ ହିସାବରେ ଯାହା ଦରକାର ମୁଁ ମୋର ଶତ ପ୍ରତିଶତ ଦେଇ କାର୍ଯ୍ୟ ସମ୍ପାଦନ କରିବି ।"
ଇଟିଭି ଭାରତ, ଭୁବନେଶ୍ବର

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.