ETV Bharat / bharat

ସାଉଦି ଆରବର ପ୍ରତିଷ୍ଠିତ PSIPW ପୁରସ୍କାର ପାଇବେ IIT ମାଡ୍ରାସ ପ୍ରଫେସର

author img

By

Published : Jun 14, 2022, 10:59 AM IST

ସାଉଦି ଆରବର ପ୍ରିନ୍ସ ସୁଲତାନ ଅବଦୁଲଜିଜ ଇଣ୍ଟରନ୍ୟାସନାଲ ପ୍ରାଇଜ ଫର ୱାଟର ପୁରସ୍କାର ପାଇବେ IIT ମାଡ୍ରାସ ପ୍ରଫେସର । ଅଧିକ ପଢନ୍ତୁ

ସାଉଦି ଆରବର ପ୍ରତିଷ୍ଠିତ PSIPW ପୁରସ୍କାର ପାଇବେ IIT ମାଡ୍ରାସ ପ୍ରଫେସର
ସାଉଦି ଆରବର ପ୍ରତିଷ୍ଠିତ PSIPW ପୁରସ୍କାର ପାଇବେ IIT ମାଡ୍ରାସ ପ୍ରଫେସର

ଚେନ୍ନାଇ: ସାଉଦି ଆରବର ପ୍ରତିଷ୍ଠିତ ପୁରସ୍କାର ପାଇବେ ଆଇଆଇଟି ମାଡ୍ରାସ ପ୍ରଫେସର । ପ୍ରଫେସର ଟି ପ୍ରଦୀପ(IIT Madras Prof. T. Pradeep) ପ୍ରିନ୍ସ ସୁଲତାନ ଅବଦୁଲଜିଜ ଇଣ୍ଟରନ୍ୟାସନାଲ ପ୍ରାଇଜ ଫର ୱାଟରର( Prince Sultan Bin Abdulaziz International Prize for Water) ବିଜେତା ରୂପେ ମନୋନୀତ ହୋଇଛନ୍ତି । ତାଙ୍କୁ ଜଳ ସମ୍ବନ୍ଧୀୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ପ୍ରତି ଦୁଇ ବର୍ଷରେ ଥରେ PSIPW ପୁରସ୍କାର ବିତରଣ କରାଯାଇଥାଏ ।

ପ୍ରଫେସର ଟି ପ୍ରଦୀପ ପାନୀୟ ଜଳରୁ ଆର୍ସେନିକ ହଟାଇବା ପାଇଁ 'ୱାଟର ପଜିଟିଭ' ନାନୋସ୍କେଲ (nanoscale) ବିକଶିତ କରିଛନ୍ତି । ଯାହାକି ପରିବେଶ ଅନୁକୂଳ ଅଟେ । ତେଣୁ ସେ ସାଉଦି ଆରବରର ଏହି ପୁରସ୍କାର ଲାଭ କରିବେ । ନିକଟରେ ପ୍ରଫେସର ପ୍ରଦୀପ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କୁ ନିକେଇ ଏସିଆ ପୁରସ୍କାର (Nikkei Asia Prize) ମଧ୍ୟ ମିଳିଛି । ସାଉଦି ଆରବର ରାଜକୁମାର ସୁଲତାନ ବିନ ଅବଦୁଲଅଜିଜ ଅଲ ସାଉଦ ଦ୍ବାରା ୨୦୦୨ ଅକ୍ଟୋବର ୨୧ରେ 'ପ୍ରିନ୍ସ ସୁଲତାନ ଅବଦୁଲଜିଜ ଇଣ୍ଟରନ୍ୟାସନାଲ ପ୍ରାଇଜ ଫର ୱାଟର' (PSIPW)ଏହି ପୁରସ୍କାର ସ୍ଥାପନ କରାଯାଇଥିଲା ।

ଏଥିରେ ଏକ ସ୍ବର୍ଣ୍ଣ ପଦକ, ଗୋଟିଏ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । ଏଥିସହ ୨ କୋଟି ନଗଦ ଟଙ୍କା ମଧ୍ୟ ମିଳିଥାଏ । ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ନିୟୁର୍କରେ ଏହି ପୁରସ୍କାର ସମାରୋହ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.