ଚେନ୍ନାଇ: ସାରା ବିଶ୍ବରେ କ୍ରିକେଟ ଏକ ଲୋକପ୍ରିୟ ଖେଳ ଭାବବେ ପରିଚିତ। ସେହିପରି ଯଦି ଭାରତ କଥା କହିବା ତେବେ ଭାରତର ଘରେ ଘରେ କ୍ରିକେଟପ୍ରେମୀ ଅଛନ୍ତି। ତେବେ କ୍ରିକେଟର ଲୋକପ୍ରିୟତାକୁ ନେଇ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସର ଟେକ୍ନୋଲୋଜି ଫାଉଣ୍ଡେସନ ଏକ ନୂତନ ପାଠ୍ୟକ୍ରମ ଆରମ୍ଭ କରିଛି । ଆଇଆଇଟି ମାଡ୍ରାସ-ଇନକ୍ୟୁବ୍ଟେଡ କମ୍ପାନୀ GITAAର ସହଯୋଗରେ ଏକ କ୍ରିକେଟ ଆନାଲିଟିକ୍ସ ପାଠ୍ୟକ୍ରମ ଆରମ୍ଭ କରିଛି। ତେବେ ଏହାର ନାମ "ହାଓ୍ବାଜଟ-କ୍ରିକଷ୍ଟାସ୍ ? ରଖାଯାଇଛି। ଯାହାଦ୍ବାରା କ୍ରୀଡାପ୍ରେମୀଙ୍କୁ କ୍ରିକେଟ ବିଶ୍ଲେଷଣ ଜଗତ ବିୟସରେ ସବିଶେଷ ତଥ୍ୟ ମିଳିପାରିବ। ବାର୍ଷିକ 25 ହଜାର ଛାତ୍ରଛାତ୍ରୀଙ୍କୁ ଏହି ପାଠ୍ୟକ୍ରମରେ ଯୋଡିବା ପାଇଁ ଲକ୍ଷ୍ୟ ରଖିଛି ଆଇଆଇଟି ମାଡ୍ରାସ।
ତେବେ ଏହି ପାଠ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ଅଂଶଗ୍ରହଣକାରୀଙ୍କୁ ରିୟଲ ଓ୍ବାର୍ଲ୍ଡ କେସ୍ ଷ୍ଟଡିଜ୍ ମାଧ୍ୟମରେ କ୍ରୀଡା ତଥ୍ୟ ବିଶ୍ଲେଷଣ କ୍ଷେତ୍ର ବିସୟରେ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବା। ଏହାସହ ଆନାଲିଟିକ୍ସ, କ୍ରୀଡା ଉପରେ କିପରି ପ୍ରଭାବ ପକାଉଛି ଏବଂ ଛାତ୍ରଛାତ୍ରୀମାନେ ଡାଟା ସାଇନ୍ସର ମୌଳିକତା ବିସୟରେ ଦକ୍ଷ ଶିକ୍ଷାବିତମାନଙ୍କ ଠାରୁ ଜାଣିପାରିବେ। ତେବେ ଆଇଆଇଟି ମାଡ୍ରାସର ଅଭିଜ୍ଞ ଶିକ୍ଷାବିତମାନଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା GITAA ଡାଟା ସାଇନ୍ସ୍, ,ମେସିନ ଲନିଂ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେଲ୍ସ ଉପରେ ତାଲିମ ପ୍ରଦାନ କରିଥାଏ। ସେହିପରି ଆଇଆଇଟି ମାଡ୍ରାସ ପ୍ରବର୍ତନ ଟେକ୍ନୋଲୋଜି ହେଉଛି ସେନ୍ସର, ନେଟଓ୍ବାରକିଂ, ଆକ୍ଟୁଏଟର ଏବଂ କଣ୍ଟ୍ରୋଲ ସିଷ୍ଟମ ଉପରେ ଟେକ୍ନୋଲୋଜି ଇନୋଭେସନ ହବ୍ ଥିବା ଏକ ସେକ୍ସନ 8 କମ୍ପାନୀ । ତେବେ ଏହା ଭାରତ ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଏହି କୋର୍ସ କରିସାରିବା ପରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ କ୍ରିକେଟ-ଡେଡିକେଟେନ୍ ଆପ, ଓ୍ୱେବସାଇଟ୍ ଏବଂ ମିଡିଆ ତଥା ପୋର୍ଟାଲରେ ଚାକିରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରେବେ ।
ପାଠ୍ୟକ୍ରମର ଅବଧି:
ଏହି ପାଠ୍ୟକ୍ରମ ଅନଲାଇନ ମାଧ୍ୟରେ ଦିଆଯିବ। ଏହାସହ ପାଠ୍ୟକ୍ରମର ଅବଧି 8 ମାସ ରହିଛି। ଏହି ପାଠ୍ୟକ୍ରମ ପାଇଁ ଇଚ୍ଛୁକ ଥିବା ପିଲା ମାନେ ଏହାର ଅଫିସିଆଲ ଓ୍ବେବସାଇଟ https://digitalskills.pravartak.org.in/course_details.php?courseID=87&cartକୁ ଯାଇ ଆବେଦନ କରିପାରିବେ।
ଏହା ମଧ୍ୟ ପଢ଼ନ୍ତୁ....ଆଇଆଇଟି କାନପୁରର ସଫଳତା: ପ୍ରସ୍ତୁତ କଲେ ବାୟୁ ବିଶୋଧନ ଯନ୍ତ୍ର, ଏଣିକି ଏସିରୁ ମିଳିବ ବିଶୁଦ୍ଧ ବାୟୁ
ଆଇଆଇଟି ମାଡ୍ରାସର ନିର୍ଦ୍ଦଶକ ପ୍ରଫେସର ଭି.କାମାକୋଟି କହିଛନ୍ତି, "ସ୍ପୋର୍ଟସ ଆନାଲେଟିକ୍ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଟୁଲ ଯାହା କ୍ରୀଡା ସଂଗଠନ, ପ୍ରଶିକ୍ଷକ, ଖେଳାଳି ଏବଂ କ୍ରୀଡାପ୍ରେମୀମାନଙ୍କୁ ଖେଳ ବିିଷୟରେ ଭଲଭାବରେ ବୁଝାଇବା ସହ ଖେଳାଳିମାନଙ୍କୁ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ ।"
ସେହିପରି ଭାରତୀୟ କ୍ରିକେଟର ବ୍ୟାଟର ଏବଂ ଅଫ ବ୍ରେକ ବୋଲର ଭାବରେ ପରିଚିତ ହେମଲତା ଡାୟାଲନଙ୍କ କହିଛନ୍ତି, "ଜଣେ କ୍ରିକେଟର ଭାବରେ ଆନାଲିଟିକ୍ସ ତୁମର ଅତୀତରେ ଥିବା ପ୍ରଦର୍ଶନରୁ ଶିଖିବାରେ ସାହାଯ୍ୟ କରେ ଏବଂ ଭବିଷ୍ୟତରେ ଏହା ଏକ ଭଲ ଖେଳାଳି ହେବାରେ ସାହାଯ୍ୟ କରେ। ସେହିପରି ଆନାଲିଟିକ୍ସ ନିଜର ଶକ୍ତି ଓ ଦୁର୍ବଳତା ଜାଣିବାରେ ସହଯୋଗ କରିବ। ତେବେ ଖେଳାଳିମାନେ କେଉଁ ଦିଗରେ ବଢ଼ିବାକୁ ପଡିବ ତାହା କୋଚ୍ ଏବଂ ଖେଳାଳି ଜାଣିପାରିବେ। ଯେତେବେଳେ ମୁଁ ମୋର ବ୍ୟାଟିଂ କିମ୍ବା ବୋଲିଂ ବିଷୟରେ ଅଧିକ ଜାଣିବାକୁ ଚାହେଁ ସେତେବେଳେ ମୁଁ ମୋର ପ୍ରଦର୍ଶନର ଭିଡିଓକୁ ପୁଣିଥରେ ଦେଖେ ଏବଂ ଆନାଲିଟିକ ଅବଜରଭେସନ୍ କରିବାକୁ ପସନ୍ଦ କରେ। ତେବେ ଖେଳ ଆନାଲିଟିକ୍ସ କ୍ରିକେଟ ଖେଳାଳି ଏବଂ ନୁଆ କରି କ୍ରିକେଟକୁ ଆସୁଥିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାସହ ଯେକୌଣସି ଖେଳ ପାଇଁ ମଧ୍ୟ ଏହା ଅନେକ ସହଯୋଗ କରିଥାଏ।"
ଏହି ପାଠ୍ୟକ୍ରମକୁ ନେଇ ଆଇଆଇଟି ମାଡ୍ରାସ ଏବଂ GITAAର ସହ-ପ୍ରତିଷ୍ଠାତା ପ୍ରଫେସର ରଘୁନାଥନ ରେଙ୍ଗାସାମି କହିଛନ୍ତି, "କ୍ରିକେଟର ପ୍ରତ୍ୟେକ କ୍ଷେତ୍ରରେ ସ୍କାଉଟିଂ ଠାରୁ ଆରମ୍ଭ କରି ଫ୍ୟାନ ଏନଗେଜମାଣ୍ଟ ଓ ଅଫ୍ ଫିଲ୍ଡ ପ୍ଲେଆର ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ଆନାଲିଟିକ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାସହ ଖେଳର ଏମିତି କୌଣସି ଦିଗ ନାହିଁ ଯାହା ଡାଟା ସାଇନ୍ସ ସହ ଜଡ଼ିତ ନାହିଁ ।"
ଏହି ପାଠ୍ୟକ୍ରମ ଆଇଆଇଟି ମାଡ୍ରାସର ଡାଟା ସାଇନ୍ସ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାବିତମାନଙ୍କ ଦ୍ବାରା ଡିଜାଇନ କରାଯାଇଛି। ଏହା କ୍ରିଡାର ବିଭିନ୍ନ ଦିଗ ସହ ଜଡିତ ବହୁ ପରିମାଣର ତଥ୍ୟ ବିଶ୍ଲେଷଣ କରିବା ପାଇଁ କ୍ରୀଡା ତଥ୍ୟ ବିଶ୍ଲେଷକାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକିୟ କୌଶଳ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ