ETV Bharat / bharat

ଆଇଆଇଟି କାନପୁରର ସଫଳତା: ପ୍ରସ୍ତୁତ କଲେ ବାୟୁ ବିଶୋଧନ ଯନ୍ତ୍ର, ଏଣିକି ଏସିରୁ ମିଳିବ ବିଶୁଦ୍ଧ ବାୟୁ

author img

By

Published : Aug 13, 2023, 1:30 PM IST

ଆଇଆଇଟି କାନପୁରର ସଫଳତା । ପ୍ରସ୍ତୁତ କଲା ଏପରି ଏକ ଯନ୍ତ୍ର ଯାହା ବାୟୁକୁ ବିଶୋଧନ କରିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ବାୟୁ ବିଶୋଧନ ଯନ୍ତ୍ରର ସଫଳ ପରିକ୍ଷଣ
ବାୟୁ ବିଶୋଧନ ଯନ୍ତ୍ରର ସଫଳ ପରିକ୍ଷଣ

ଲକ୍ଷ୍ନୌ: ଦିନକୁ ଦିନ ଯେଉଁ ଭଳି ଗାଡି ମଟର ସଂଖ୍ୟା ହୁ ହୁ ହୋଇ ବଢୁଛି । ସେଭଳି ବାୟୁ ପ୍ରଦ୍ୟୁଷଣର ମାତ୍ରା ଦିନକୁ ଦିନକୁ ବଢିବାରେ ଲାଗିଛି । କଳକାରଖାନା ଗୁଡିକ ଯେଉଁ ଭଳି ଭାବେ ଦୃତ ଗତିରେ ବଢୁଛି ସେଥିରୁ ନିର୍ଗତ ଧୂଆଁ ବାୟୁ ପ୍ରଦ୍ୟୁଷଣର ମାତ୍ରାକୁ ଦୁଇ ଗୁଣିତ କରୁଛି । ଯାହା ବର୍ତ୍ତମାନ ସମୟରେ ଚିନ୍ତାର ବିଷୟ ପାଲଟିଛି । ଜୀବଜଗତ ଖାଦ୍ୟ,ଜଳ,ଘର,ବସ୍ତ୍ର ଇତ୍ୟାଦି ବିନା କିଛି ସମୟ ବଞ୍ଚି ପାରେ କିନ୍ତୁ ବାୟୁ ବିନା କିଛି କ୍ଷଣ ମଧ୍ୟ ବଞ୍ଚିବା ଅସମ୍ଭବ । ବାୟୁ ପ୍ରଦ୍ୟୁଷଣ ବଢିବା ସହ ଲୋକଙ୍କ ଶ୍ବାସକ୍ରିୟା ଜନିତ ରୋଗ ମଧ୍ୟ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଇଆଇଟି କାନପୁର ଏକ ନୂତନ ଯନ୍ତ୍ର ପାତି ତିଆରି କରିଛି ଯାହା ବାୟୁକୁ ବିଶୋଧନ କରିବ । ଆଉ ଆପଣଙ୍କୁ ସ୍ବଚ୍ଛ ବାୟୁ ପ୍ରଦାନ କରିବ ।

ଏହା ମଧ୍ୟ ପଢନ୍ତୁ...ଚନ୍ଦ୍ରଯାନ-3ର ସଫଳତା ପରେ ମହାକାଶକୁ ଯିବେ ମାନବ

ଭାରତର ପ୍ରଥମ ବାୟୁ ବିଶୋଧନ ଯନ୍ତ୍ର

ବାୟୁ ପ୍ରଦ୍ୟୁଷଣରୁ ରକ୍ଷା କରିବା ପାଇଁ ଆଇଆଇଟି କାନପୁର ଏକ ନୂତନ ଯନ୍ତ୍ର ପାତି ତିଆରି କରିଛି ଯାହା ବାୟୁ ପ୍ରଦ୍ୟୁଷଣକୁ ଦୂର କରିବ । ଆପଣଙ୍କ ଶ୍ବାସକ୍ରିୟା ଜନିତ ସମସ୍ୟାକୁ ମଧ୍ୟ ଦୂର କରିବ । ଏହି ବାୟୁ ବିଶୋଧନ ଯନ୍ତ୍ରକୁ ତିଆରି କରିଛନ୍ତି ଆଇଆଇଟି କାନପୁର ଗବେଷକ ରବି କୌସିକ । ଏହି ଯନ୍ତ୍ରଟି ବିନା କୌଣସି ବାଧାରେ 6 ମାସ ଯାଏଁ ଲଗାତାର ବିଶୁଦ୍ଧ ବାୟୁ ଦେବାର ସାର୍ମଥ୍ୟ ରହିଛି ବୋଲି ସେ କହିଛନ୍ତି । ରବି କୌସିକ କହିଛନ୍ତି ଆମେ ଯେତେବେଳେ ଏହା ଘର କିମ୍ବା ଅଫିସରେ ବ୍ୟବହାର କରିବା ବାୟୁରେ ଥିବା ଧୂଳିକଣିକା ଏବଂ ଜୀବାଣୁ ମୁକ୍ତ କରି ବିଶୁଦ୍ଧ ବାୟୁ ଯୋଗାଇବ । ଏହାକୁ ଆଇଆଇଟି କାନପୁର ବରିଷ୍ଠ ପ୍ରଫେସର ସଚିତାଦାନ୍ଦଙ୍କ ପରୀକ୍ଷାଗାରାରେ ପରୀକ୍ଷା କରାଯାଇଛି ।

ସେ କହିଛନ୍ତି ସେ ଜଣେ ଦିଲ୍ଲୀର ବାସିନ୍ଦା, ସେ ଛୋଟବେଳୁ ଦେଖି ଆସିଛନ୍ତି ଦିଲ୍ଲୀରେ ବାୟୁ ପ୍ରଦ୍ୟୁଷଣର ମାତ୍ରା କେତେ ଅଧିକ ହୁଏ ।ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ଘରେ ଏହି ବାୟୁ ବିଶୋଧନ ଯନ୍ତ୍ରଟି ବ୍ୟବହାର କରାଯିବା ସମ୍ଭବ ନୁହେଁ । କିନ୍ତୁ ବାୟୁ ବିଶୋଧନ ଯନ୍ତ୍ରଟିକୁ ଏଭଳି ତିଆରି କରାଯାଇଛି ଘରର ଏସିରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହା ଏକ ସାଧାରଣ ଏସିକୁ ବାୟୁ ବିଶୋଧନ ଏସିରେ ପରିଣତ କରିପାରିବ । ଏହା ୯୦ ପ୍ରତିଶତ ବିଶୋଧନ ବାୟୁ ଯୋଗାଇବ ବୋଲି ସେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.