ETV Bharat / bharat

ଶଯ୍ୟାଶାୟୀ ରୋଗୀଙ୍କୁ ଦରକାର ପଡିବନି ନର୍ସ, ଅତ୍ୟାଧୁନିକ ବେଡ୍‌ ତିଆରି କଲେ IIT ଛାତ୍ର

author img

By

Published : May 19, 2023, 9:57 PM IST

ଧାନବାଦ ଆଇଆଇଟି ଛାତ୍ର ତିଆରି କଲେ ଅତ୍ୟାଧୁନିକ ମେଡିକାଲ ବେଡ୍‌ । ଏହି ମେସିନ୍ ହସ୍ପିଟାଲରେ କର୍ମଚାରୀଙ୍କ ଆବଶ୍ୟକତା ଏବଂ ଖର୍ଚ୍ଚ ହ୍ରାସ କରିବାରେ ମଧ୍ୟ ସହାୟକ ହେବ । ଅଧିକ ପଢ଼ନ୍ତୁ

Etv Bharat
Etv Bharat

ରାଞ୍ଚି: ଶଯ୍ୟାଶାୟୀ ରୋଗୀଙ୍କ ଯତ୍ନ ନେବା ପାଇଁ ଜଣେ ନର୍ସ କିମ୍ବା ଅନ୍ୟ କିଛି ବ୍ୟକ୍ତି ଆବଶ୍ୟକ କରନ୍ତି । ଏହିପରି ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଏକ ଅତ୍ୟାଧୁନିକ ସୁବିଧା ଥିବା ବେଡ ତିଆରି କରିଛନ୍ତି IIT ISM ଧାନବାଦର କିଛି ଛାତ୍ର । ସେ ଏଭଳି ଏକ ଉପକରଣ ଉଦ୍ଭାବନ କରିଛନ୍ତି ଯଦ୍ଦ୍ବାରା ବିଛଣାରେ ପଡ଼ିଥିବା ରୋଗୀଙ୍କୁ କୌଣସି ନର୍ସର ଆବଶ୍ୟକ ପଡ଼ିବ ନାହିଁ । ରୋଗୀର ମସ୍ତିଷ୍କ ତାଙ୍କ ପାଇଁ ନର୍ସ ଭାବରେ କାମ କରିବ । ଏହି ଉପକରଣ ରୋଗୀର ମସ୍ତିଷ୍କରୁ ଉତ୍ପନ୍ନ EEG ସଙ୍କେତ ମାଧ୍ୟମରେ କାମ କରିବ ବୋଲି ଛାତ୍ରମାନେ କହିଛନ୍ତି ।

ଅତ୍ୟାଧୁନିକ ବେଡ୍‌ ତିଆରି କଲେ IIT ଛାତ୍ର
ଅତ୍ୟାଧୁନିକ ବେଡ୍‌ ତିଆରି କଲେ IIT ଛାତ୍ର

ବିଟେକ୍ ଶେଷ ବର୍ଷର ଛାତ୍ର ମନମୋହନ ଲାଭ, ୟଲ୍ଲା ମାର୍କ, ବିଶାଲ, ଇନାମପୁଡି ସାଇ ଅମିତଙ୍କ ଟିମ୍‌ ଆଇଆଇଟି ଆଇଏସ୍ଏମର ପ୍ରଫେସର ଜଫର ଆଲାମଙ୍କ ନେତୃତ୍ବରେ ଏହି ଯନ୍ତ୍ରଟି ପ୍ରସ୍ତୁତ କରିଛନ୍ତି । ମସ୍ତିଷ୍କରେ ସୃଷ୍ଟି ହୋଇଥିବା ଇଲେକ୍ଟ୍ରୋଏନ୍ସଫ୍ଲୋଗ୍ରାଫି (EEG) ସଙ୍କେତ ମାଧ୍ୟମରେ ଏହି ମେଡିକାଲ ବେଡ୍‌ ନିୟନ୍ତ୍ରିତ ହେବ । ମେଡିକାଲ ବେଡର ପ୍ରସ୍ତୁତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପକ୍ଷାଘାତ, ଶଯ୍ୟାଶାୟୀ କିମ୍ବା ଗୁରୁତର ଅସୁସ୍ଥ ରୋଗୀଙ୍କୁ ସହାୟତା ପ୍ରଦାନ କରିବା । ଡାକ୍ତରଖାନାରେ ଚିକିତ୍ସା ନିୟନ୍ତ୍ରଣ ପାଇଁ ଏହି ମେସିନକୁ ପ୍ରସ୍ତୁତ କରାଯାଇଛି ।

ଏହା ବି ପଢନ୍ତୁ- Karnataka CM Oath Ceremony: କାଲି ଶପଥ ନେବେ ସିଦ୍ଧରମୈୟା, ଜାଣନ୍ତୁ କିଏ ହେବେ ସାମିଲ

ଏହି ମେସିନ୍ ହସ୍ପିଟାଲରେ କର୍ମଚାରୀଙ୍କ ଆବଶ୍ୟକତା ଏବଂ ଖର୍ଚ୍ଚ ହ୍ରାସ କରିବାରେ ମଧ୍ୟ ସହାୟକ ହେବ । ଏହି ପ୍ରୋଜେକ୍ଟଟି ସମ୍ପୂର୍ଣ୍ଣ କରିବାକୁ ଛାତ୍ରମାନଙ୍କୁ ୯ ମାସ ସମୟ ଲାଗିଛି । ଏହି ଅତ୍ୟାଧୁନିକ ବେଡ କାର୍ଯ୍ୟକ୍ଷମ ହେଲେ ଡାକ୍ତରଖାନାରେ ନର୍ସିଂ ଖର୍ଚ୍ଚ ହ୍ରାସ କରିହେବ । ଏହାସହିତ ରୋଗୀମାନଙ୍କୁ ଉନ୍ନତ ସେବା ମଧ୍ୟ ଯୋଗାଇ ଦିଆଯାଇପାରିବ । ହସ୍ପିଟାଲରେ କିଛି ରୋଗୀଙ୍କ ଅସୁବିଧା ପରିଲକ୍ଷିତ ପରେ ଏହି ଛାତ୍ରମାନେ ଏଭଳି ବେଡ ନିର୍ମାଣ କରିବା ଲାଗି ସ୍ଥିର କରିଥିଲେ । ଏବେ ଅଧିକାଂଶ ପକ୍ଷାଘାତ, ଦୁର୍ଘଟଣା ଘଟୁଥିବା ବେଳେ ଅନେକ ଶଯ୍ୟାଶାୟୀ ହୋଇପଡ଼ୁଛନ୍ତି । ତେବେ ସେମାନଙ୍କୁ ସୁବିଧା ଯୋଗାଇବା ଲାଗି ଏହି ମେଡିକାଲ ବେଡ୍‌ରେ ଅନେକ ବ୍ୟବସ୍ଥା କରାଯାଇଛି ।

ଏନେଇ ପ୍ରଫେସର ଆଲମ କହିଛନ୍ତି ଯେ ଶଯ୍ୟାଶାୟୀ ରୋଗୀ ଜଣକ ମସ୍ତିଷ୍କରେ ଯାହା ଚାଲିଥିବ ଅଥବା ସେ ଯାହା ଚାହୁଁଥିବ ସେହି ଅନୁସାରେ ବେଡ୍‌ଟି ନିୟନ୍ତ୍ରିତ ହେବ । ଯେଉଁ ରୋଗୀ ନିଜ ଉଦ୍ୟମରେ ଚାଲି କି ଉଠି ପାରୁନଥିବେ ସେମାନଙ୍କୁ ଏହି ବେଡ ଅତ୍ୟନ୍ତ ସହାୟକ ହେବ । ଏଭଳି ରୋଗୀଙ୍କ ପାଖରେ ସର୍ବଦା ଜଣେ ଉପସ୍ଥିତ ରହିବାକୁ ପଡ଼ିଥାଏ । ଫଳରେ ଏକପ୍ରକାର ବୋଝ ବଢ଼ିଥାଏ । ଏଭଳି ସମସ୍ୟାର ସମାଧାନ ଲାଗି ଏହି ବେଡର ନିର୍ମାଣ କରିଛନ୍ତି ଏହି ଛାତ୍ର ଟିମ୍‌ । ବାୟୁ ଚାଳିତ ସିଲିଣ୍ଡର ମାଧ୍ୟମରେ ଏହି ମେଡିକାଲ ବେଡକୁ ବ୍ୟବହାର କରାଯିବା ସହ ଏହା ସୁଲଭ ଦରରେ ଉପଲବ୍ଧ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.