ହାଇଦ୍ରାବାଦ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ ଆଲୁମିନି ଆସୋସିଏସନର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଚାପ୍ଟର ତରଫରୁ ହାଇଦ୍ରାବାଦରେ କନେକ୍ସନ-୨୦୨୧ ଆୟୋଜିତ ହୋଇଯାଇଛି । ହାଇଦ୍ରାବାଦର ଆଇଟିସି କାକତିଆ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାପ୍ଟର ସଭାପତି ମାଧବୀ ନାଇଡୁ, ସିଲଭର ଜୁବୁଲି ବ୍ୟାଚ୍ ଛାତ୍ର ସତ୍ୟ ସିଦ୍ଧାର୍ଥ ରଥଙ୍କୁ ସମ୍ମାନିତ କରିଛନ୍ତି ।
ସଭାପତି ନାଇଡୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଛନ୍ତି ଯେ, 'କୌଣସି ଅନୁଷ୍ଠାନରୁ ପାସ୍ କରୁଥିବା ଯୁବ ପ୍ରଫେସନାଲଙ୍କ କ୍ୟାରିୟର ଗଠନରେ ଆଲୁମିନି ଆସୋସିଏସନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆଲୁମିନିମାନେ ଏହାର ଜୁନିୟରମାନଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଥାଆନ୍ତି ।' ସେହିପରି ସିଲଭର ଜୁବୁଲି ଆଲୁମିନି ସତ୍ୟ ସିଦ୍ଧାର୍ଥ ରଥ କହିଛନ୍ତି ଯେ, 'ମୋର ବୃତ୍ତିର ମୌଳିକ ମୂଲ୍ୟବୋଧ ଶିକ୍ଷା ଦେଇଥିବାରୁ ମୁଁ ମୋର ଅନୁଷ୍ଠାନ ପ୍ରତି କୃତଜ୍ଞ ।'
ବରିଷ୍ଠ ସଭ୍ୟ ରାଜେଶ ପରିଡ଼ା ଧନ୍ୟବାଦ ଅର୍ପଣ କରି କହିଛନ୍ତି ଯେ, 'ଯୁବ ବୃତ୍ତିଗତ ସେମାନଙ୍କ କ୍ୟାରିୟର ଆରମ୍ଭରେ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥାଆନ୍ତି । ଏଠାରେ ଆଲୁମିନିମାନେ ଆଗକୁ ଆସି ସେମାନଙ୍କ ସଂଗ୍ରାମରେ ସେମାନଙ୍କ ସହିତ ଠିଆ ହେବା ଜରୁରୀ ।' କାର୍ଯ୍ୟକ୍ରମରେ ଚାପ୍ଟର କୋଷାଧ୍ୟକ୍ଷ ଶାନ୍ତିସ୍ୱରୁପ ସାମନ୍ତରାୟ, ଚେତନ ମଲ୍ଲିକ, କାମିନୀ ସିଂ, ସମବେଦନା କାଶ୍ୟପ, ଦୀପ୍ତି ବାଥିନୀ, ଅର୍ପିତା ଆପରାଜିତା, ଗୌରିଆ ମାନକର, ଶତାକ୍ଷୀ ସିଂହ ଏବଂ ଅନୁଷ୍ଠାନର କେନ୍ଦ୍ରୀୟ କମିଟି କୋଷାଧ୍ୟକ୍ଷ ଅନିମେଶ ବିଶ୍ବାସ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରଯୋଜକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କର୍ପୋରେଟ୍ କମ୍ୟୁନିକେସନ ତରଫରୁ ଭେଙ୍କଟ ରେଡ୍ଡୀ ମାଣ୍ଡେଲା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ