ନୂଆଦିଲ୍ଲୀ: ସାମ୍ବାଦିକ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଭାରତୀୟ ଜନସଂଚାର ସଂସ୍ଥାନ Indian Institute of Mass Communication (IIMC) ପକ୍ଷରୁ ଅନୁଷ୍ଠିତ ହେବାକୁଯାଉଥିବା ପ୍ରବେଶିକା ପରୀକ୍ଷା ପାଇଁ ଆବେଦନର ଆଜି ଅର୍ଥାତ ଅଗଷ୍ଟ ୯ ଶେଷ ତାରିଖ । ସାମ୍ବାଦିକତାର ବିଭିନ୍ନ ବ୍ରାଞ୍ଚ୍ରେ ପିଜି ଡିପ୍ଲୋମା ପାଠ୍ୟକ୍ରମରେ ଆଡମିଶନ କରିବାକୁ ଇଚ୍ଛୁକ ଛାତ୍ରମାନେ 2021-22 ଏକାଡେମିକ୍ ସେସନ ପାଇଁ ଆବେଦନ କରିବାକୁ IIMC ଅଫିସିଆଲ ୱେବସାଇଟ (iimc.nta.ac.in) ଦେଖିପାରିବେ ।
ଜୁଲାଇ 20ରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଇଆଇଏମସି ପ୍ରବେଶିକା ପରୀକ୍ଷା ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ କରାଯିବ । ଛାତ୍ରଛାତ୍ରୀମାନଙ୍କୁ IIMC 2021 ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବା ପୂର୍ବରୁ ଆଡମିଶନ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ ।
ସମସ୍ତ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା 29 ଅଗଷ୍ଟ 2021ରେ ଅନୁଷ୍ଠିତ ହେବ । ପ୍ରବେଶିକା ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସେପ୍ଟେମ୍ବର 10ରେ ଘୋଷଣା କରାଯିବ ପ୍ରବେଶିକା ପରୀକ୍ଷା ଫଳାଫଳ ।
ଆଇଆଇଏମସିର ମୋଟ ୬ଟି କ୍ୟାମ୍ପସ ଅଛି । ଏହି କ୍ୟାମ୍ପସଗୁଡ଼ିକ ନୂଆଦିଲ୍ଲୀ, ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟାୟମ ଏବଂ ଜାମ୍ମୁରେ ରହିଛି । ଜନସଞ୍ଚାର ଏବଂ ସାମ୍ବାଦିକତା କ୍ଷେତ୍ରରେ କଲେଜ ମୋଟ ଆଠଟି ଭିନ୍ନ ପାଠ୍ୟକ୍ରମ ପ୍ରଦାନ କରେ । ଯେଉଁ ପ୍ରାର୍ଥୀମାନେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ଯେକୌଣସି ପାଠ୍ୟକ୍ରମରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି, ସେମାନେ ଆଇଆଇଏମସିରେ ଆଡମିସନ ପାଇଁ ଆବେଦନ କରିପାରିବେ ।