ETV Bharat / bharat

ଯୌନ ନିର୍ଯାତନା ଅଭିଯୋଗ, ହଟିଲେ IIM କୋଲକାତା ମହାନିର୍ଦ୍ଦେଶକ

IIM Calcutta removes director over sexual harassment charges: ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ହଟିଲେ ମହାନିର୍ଦ୍ଦେଶକ ପ୍ରଫେସର ସହଦେବ ସରକାର । ଅଧିକ ପଢନ୍ତୁ

ଯୌନ ନିର୍ଯାତନା ପରେ ହଟିଲେ IIM କୋଲକାତାର ନିର୍ଦ୍ଦେଶକ

author img

By ETV Bharat Odisha Team

Published : Jan 17, 2024, 4:43 PM IST

କୋଲକାତା: ସଂସ୍ଥାନର ଜଣେ କାର୍ଯ୍ୟରତ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) କୋଲକାତାର ମହାନିର୍ଦ୍ଦେଶକଙ୍କୁ ପଦରୁ ଅପସାରଣ କରାଯାଇଛି । ସଂସ୍ଥାନର ଜଣେ ମହିଳା କର୍ମଚାରୀ ସଂସ୍ଥାନର ମହାନିର୍ଦ୍ଦେଶକ ପ୍ରଫେସର ସହଦେବ ସରକାରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଅଭିଯୋଗଟି ସଂସ୍ଥାନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନିକଟରେ ବିଚାରାଧୀନ ରହିଛି । କମିଟିର ସୁପାରିଶ କ୍ରମେ ପ୍ରଫେସର ସହଦେବଙ୍କୁ ପଦରୁ ହଟାଯାଇଥିବା ସଂସ୍ଥାନ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସ୍ପଷ୍ଟ କରିଛି । ତାଙ୍କ ସ୍ଥାନରେ ଏବେ ସଂସ୍ଥାନର ଅନ୍ୟ ଜଣେ ବରିଷ୍ଠ ପ୍ରଫେସର ସୈବାଲ ଚଟ୍ଟୋପାଧ୍ୟାୟଙ୍କୁ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ମିଳିଥିବା ମଧ୍ୟ ସୂଚନା ମିଳିଛି ।

ସଂସ୍ଥାନର ଜଣେ ମହିଳା କର୍ମଚାରୀ, ପଦରୁ ହଟିଥିବା ମୁଖ୍ୟ ସହଦେବଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ସଂସ୍ଥାନ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିବା ପରେ ଆଭ୍ଯନ୍ତରୀଣ ଅଭିଯୋଗ କମିଟି ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା । ଏହି କମିିଟି ସଂସ୍ଥାନର ମୁଖ୍ୟଙ୍କ ବିରୋଧରେ ଏହି ଅଭିଯୋଗର ତଦନ୍ତ ଜାରି ରହିଛି । ଏପରି ସ୍ଥଳେ ତାଙ୍କୁ ଦାୟିତ୍ବରୁ ଅପସାରଣ କରିବା ପାଇଁ ସୁପାରିଶ କରିବା ସହ ଏକ ପ୍ରସ୍ତାବ ଅଭିଯୋଗ କିମିଟ ସଂସ୍ଥାନର ବୋର୍ଡ ଅଫ ଗର୍ଭନରଙ୍କୁ ପ୍ରଦାନ କରିଥିଲେ । ସେହି ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:- ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଲତା ଦିଦିଙ୍କୁ ମନେ ପକାଇଲେ ମୋଦି, ସେୟାର କଲେ ଶେଷ ଶ୍ଲୋକ

ସଂସ୍ଥାନର ବୋର୍ଡ ଅଫ ଗର୍ଭନର ଗତ 6 ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଏଥିରେ ଅଭିଯୋଗ କମିଟି ସୁପାରିଶ କରିଥିବା ତଦନ୍ତ ରିପୋର୍ଟ ଆଗତ କରାଯାଇଥିଲା । ଅଭିଯୋଗର ତଦନ୍ତ ଏବେ ମଧ୍ୟ ଜାରି ରହିଥିବା ବେଳେ ପ୍ରଫେସର ସହଦେବ ସରକାର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ନାହିଁ । ଉକ୍ତ ପଦବୀରୁ ତାଙ୍କୁ ହଟାଇ ଦିଆଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସଂସ୍ଥାନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ଅଭିଯୋଗ କମିଟି ଦ୍ବାରା ଆନୁଷ୍ଠାନିକ ତଦନ୍ତ ଏବଂ ଏହା ସହ ଜଡିତ ସମସ୍ତ ପ୍ରକ୍ରିୟା ଆଇଆଇଏମ୍ କଲିକତାର ପ୍ରଶାସନିକ ଅଭିଯୋଗ ଅଧୀନରେ ବିଚାରାଧୀନ ରହିଛି । ତେବେ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଥିଲା । ସେ ନିୟମିତ କାର୍ଯ୍ୟକାଳ ଅବଧି ଶେଷ ହେବା ପୂର୍ବରୁ ନିର୍ଦ୍ଦେଶକ ପଦ ଛାଡିବାରେ ତୃତୀୟ ନିର୍ଦ୍ଦେଶକ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.